ଏବେ ଘରକୁ ଡ୍ରୋନ ଯୋଗେ ହେବ ଖାଦ୍ୟ ଡେଲିଭରି,ଏହି ଦେଶରେ ଆରମ୍ଭ ହେବ ପ୍ରଥମେ

ନୂଆଦିଲ୍ଲୀ,୧୨।୪: ଆଜିକାଲି ସମୟରେ ବାହାରୁ ଖାଦ୍ୟ ଖାଇବାର ସଉକ୍ ଲୋକଙ୍କ ଭିତରେ ବଢିଯାଇଛି। ଅନଲାଇନ୍ ଯୋଗେ ଦାମୀ ରେସ୍ତୋଁରା ହେଉ କିମ୍ବା ହୋଟେଲରୁ ଆମେ ଅର୍ଡର ଦେଇ ଦଉଛେ। ଆମ ଘରକୁ ଡେଲିଭରି ବୟ ଆସିକି ଅର୍ଡର ଦେଇଥିବା ଖାଦ୍ୟକୁ ପହଁଞ୍ଚାଇ ଦେଉଛନ୍ତି। କିନ୍ତୁ ଏବେ ଡେଲିଭରି ବୟ ନୁହେଁ ଡ୍ରୋନରେ ଆସିବ ଆପଣଙ୍କ ଘରକୁ ଖାଦ୍ୟ। ଏଭଳି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ଅଷ୍ଟେ୍ରଲିଆରେ। ଯାହାକୁ ଅଫିସିଆଲି ମଧ୍ୟ ମଞ୍ଜୁରୀ ମିଳିସାରିଛି।

source: https://corporatebytes.in

ଏଥିପାଇଁ ଆପଣମାନେ ଘରର କବାଟ, ବାଲକୋନିରେ ମଧ୍ୟ ଡୋର ବେଲ୍ ଲଗାଇ ଦିଅନ୍ତୁ। କାରଣ ଆପଣଙ୍କ ଖାଦ୍ୟ ବାଲକୋନି ବାଟ ଦେଇ ଡେଲିଭରି ହୋଇପାରେ। ଏଥିପାଇଁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ, ଏହା ଖାଦ୍ୟ ଡେଲଭରି କରିବାର ନୂଆ ଷ୍ଟାଇଲ। ଅଷ୍ଟେ୍ରଲିଆ ବିଶ୍ବର ଏଭଳି ପ୍ରଥମ ଦେଶ ହେବ ଯେଉଁଠି  ଡ୍ରୋନ ଯୋଗେ ଖାଦ୍ୟ ଡେଲିଭରି କରାଯିବ।

source: https://corporatebytes.in

ଅଷ୍ଟେ୍ରଲିଆର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି ଓ୍ବିଙ୍ଗ ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ ଉତ୍ତର କ୍ୟାନବେରାରେ ଡ୍ରୋନ ଜରିଆାରେ ଖାଦ୍ୟ ଡେଲିଭରି କରିବାର ମଞ୍ଜୁରୀ ଦେଇସାରିଛି। ଡ୍ରୋନ କମ୍ପାନୀ ଓ୍ବିଙ୍ଗ ଗୁଗୁଲର କମ୍ପାନୀରୁ ହିଁ ବାହାରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଏହାକୁ ପ୍ରତିଦିନ ୧୧ରୁ ୧୨ ଘଣ୍ଟା ଡ୍ରୋନ ଯୋଗେ ଖାଦ୍ୟ ଡେଲିଭରି କରିବାର ଅନୁମତି ମିଳିଚି। ଏହି ସମସ୍ତ ଡ୍ରୋନ ରିମୋଟ କଣ୍ଟେରୋଲ ଯୋଗେ ଚଳାଯିବ। ଓ୍ବିଙ୍ଗର କହିବା ଅନୁସାରେ ଏହି ସୁବିଧା ଯୋଗୁଁ ଯାତାୟତ ଏବଂ ପ୍ରଦୂଷଣ କମ୍ ହୋଇଯିବ। ଆଗାମୀ ୧୮ ମାସ ମଧ୍ୟରେ ଏହାକୁ ପରୀକ୍ଷଣ କରି ଏହି ସେବା ଆରମ୍ଭ କରାଯିବ। ଖାଦ୍ୟ-ପେୟ ଓ ସ୍ଥାନୀୟ ସ୍ତରର କଫି ଓ ଚକୋଲେଟ୍ ମଧ୍ୟ ଏହା ଡେଲିଭରି କରିବ।

   ସମ୍ବନ୍ଧିତ ଖବର


ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ଚାକିରି ଯିବା ପରେ ରାସ୍ତା କଡରେ ବିରିୟାନୀ ବିକ୍ରି କରୁଛନ୍ତି ସାତ ତାରକା ହୋଟେଲର ସେଫ୍

ଲିଫ୍ଟରେ ଚାଲିଗଲା ୫ବର୍ଷିୟ ଶିଶୁର ଜୀବନ – ସିସିଟିଭିରେ କଏଦ୍‌ ଏହି ହୃଦୟ ବିଦାରକ ଘଟଣା