ଖାଦ୍ୟ ବାଣ୍ଟୁଥିବା ଅଧିକାରୀ ସଂକ୍ରମିତ, କଣ୍ଟାକ୍ଟ ଟ୍ରେସିଂ ଜାରି

ଭୋପାଳ ୨୧/୪: ଭୋପାଳ ପୌର ନିଗମ (ବିଏମ୍‌ସି)ର ଜନୈକ ବରିଷ୍ଠ ଅଧିକାରୀ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଅଧିକାରୀ ଜଣକ ଶାହଜାହାନ ଅଞ୍ଚଳରେ ଖାଦ୍ୟ ବଣ୍ଟନ ଦାୟିତ୍ୱରେ ନିଯୁକ୍ତ ଥିଲେ । ଏଠାରେ ଦୈନିକ ୧,୦୦୦ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟାଯାଉଥିଲା । ଯାହା ବର୍ତ୍ତମାନ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇ ସାନିଟାଇଜ କରାଯାଉଛି । ଦିନଦୟାଲ କିଚେନ୍‌ରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଶାହଜହାନ ଅଞ୍ଚଳରେ ବଣ୍ଟାଯାଉଥିଲା । ଏଣୁ ଅଧିକାରୀ ଜଣକ ଦିନ ଦୟାଲ କିଚେନ୍‌କୁ ମଧ୍ୟ ନିୟମିତ ରୂପେ ଯାଉଥିଲେ ।

ଉକ୍ତ କିଚେନ୍‌କୁ ମଧ୍ୟ ବନ୍ଦ କରି ସାନିଟାଇଜ କରାଯାଇଛି । ଅଧିକାରୀ ଜଣକ ଯେଉଁ ୨୦ ଜଣ ମ୍ୟୁନିସିପାଲ କର୍ମଚାରୀଙ୍କ ସଂସ୍ପର୍ଶରେ ବାରମ୍ବାର ଆସିଥିଲେ ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବେ ନିଜକୁ କ୍ୱାରେଣ୍ଟାଇନରେ ରଖନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀ ଜଣଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ଜନୈକ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଯୋଗେ ତାଙ୍କର ପରୀକ୍ଷା କରାଯିବାରୁ ସେ ପଜିଟିଭ ଥିବା ଜଣାପଡିଥିଲା । ଭୋପାଳରେ ୧୦୦ରୁ ଊଦ୍ଧ୍ୱର୍ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ମଧ୍ୟପ୍ରଦେଶରେ ସମୂଦାୟ ୧୪୦୭ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଏଥି ମଧ୍ୟରୁ ୨୧୦ଟି ମାମଲା ଭୋପାଳରୁ ରହିଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now