PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣତି, ଆହୁରି ତେଜିବ ଖାଦ୍ୟ ଦର

ନୂଆଦିଲ୍ଲୀ: ମହାମାରୀ ସହ ମହଙ୍ଗା ମାଡ଼ରେ ଗରିବ ଏବେ ଅଣନିଃଶ୍ୱାସୀ । ଜୀବିକା ସହ ଆୟ ପ୍ରଭାବିତ ହୋଇଥିବାବେଳେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଏମାନେ । ତେବେ ଏହି ପରିସ୍ଥିତି ଆଗକୁ ଆହୁରି ବିକୃତ ହୋଇପାରେ । ସମଗ୍ର ବିଶ୍ୱରେ ଖାଦ୍ୟପେୟ ସାମଗ୍ରୀ ପୁଣି ମହଙ୍ଗା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ପୂର୍ବରୁ ହିଁ ବିଶ୍ୱ ଖାଦ୍ୟ ଦର ଦଶନ୍ଧିର ଉଚ୍ଚ ସ୍ତରରେ ରହିଥିବାବେଳେ ବିଭିନ୍ନ ରାଷ୍ଟ୍ରରେ ବନ୍ୟା, ମରୁଡ଼ି ଏବଂ ତୁଷାରପାତ ଚିତ୍ରକୁ ଆହୁରି ଖରାପ କରିପାରେ । ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣତି ଖାଦ୍ୟ ଦରରେ ପ୍ରତିଫଳିତ ହେବ ବୋଲି ଭବିଷ୍ୟବାଣୀ କଲେଣି ବିଶେଷଜ୍ଞ । ଦର ବଢ଼ିବା ଦ୍ୱାରା ନିମ୍ନ ବର୍ଗଙ୍କ ପରିସ୍ଥିତି ଆହୁରି ବିଗିଡିପାରେ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।କେତେକ ଦେଶରେ ଜଳବାୟୁ ଖରାପ ହେବା ଫଳରେ ଫସଲ ପ୍ରଭାବିତ ହୋଇଛି । ଉତ୍ପାଦନ ବ୍ୟାହତ ହେବା ଦ୍ୱାରା ଦର ଊଦ୍ଧ୍ୱର୍ମୁଖୀ ହୋଇପାରେ । ଏହାର ପ୍ରଭାବ ଭାରତ ଉପରେ ବି ପଡ଼ିପାରେ । କାରଣ ଭାରତ ଡାଲି ଏବଂ ଖାଇବା ତେଲ ଭଳି କୃଷି ଉତ୍ପାଦଗୁଡ଼ିକର ପ୍ରଚୁର ମାତ୍ରାରେ ଆମଦାନି କରିଥାଏ ।

କିଛି ଦିନ ଧରି କେତେକ ରାଷ୍ଟ୍ରରେ ବିଭିନ୍ନ ଜଳବାୟୁଜନିତ ସମସ୍ୟା ଦେଖିବାକୁ ମିଳୁଛି । ଅତିରିକ୍ତ ଥଣ୍ଡା ଯୋଗୁ ବ୍ରାଜିଲରେ କଫି ଫସଲ ନଷ୍ଟ ହୋଇଛି । ଚୀନ୍‌ରେ ବନ୍ୟା ଯୋଗୁ ପଶୁମାନଙ୍କଠାରେ ରୋଗ ଆଶଙ୍କା ରହିଛି । ଆମେରିକା ଏବଂ କାନାଡାରେ ଅତିରିକ୍ତ ଗରମ ଏବଂ ମରୁଡି ହେତୁ ଫସଲ ବର୍‌ବାଦ ହୋଇଯାଇଛି । ୟୁରୋପରେ ବି ମୁସଳଧାର ବର୍ଷା ହେତୁ ପରିପକ୍ୱ ଫସଲଗୁଡ଼ିକ ନଷ୍ଟ ହୋଇଯାଇଛି । ବ୍ରାଜିଲ ବିଶ୍ୱର ସର୍ବବୃହତ୍‌ ଚିନି ଉତ୍ପାଦନକାରୀ ଭାବେ ଜଣା । ଏଠାରେ ୧୦୦ ବର୍ଷରେ ସବୁଠାରୁ ବଡ଼ ମରୁଡି ଦେଖାଦେଇଥିବା ହେତୁ ଜଳସେଚନ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଭଳି କ୍ଷେତ୍ରରେ ବିଶ୍ୱ ଖାଦ୍ୟ ଦର ଊଦ୍ଧ୍ୱର୍ମୁଖୀ ହେବ ବୋଲି ଆଶଙ୍କା କରାଯାଉଛି ।

ଫୁଡ୍‌ ସିଷ୍ଟମ୍ସ ସମିଟ୍‌-୨୦୨୧ ପାଇଁ ମିଳିତ ଜାତିସଂଘର ବିଶେଷ ପ୍ରତିନିଧି ଏଗ୍‌ନେସ୍‌ କାଲିବାଟା କହିଛନ୍ତି ଯେ, ବିଶ୍ୱବ୍ୟାପୀ ଏବେ ଯାହା ସବୁ ଘଟଣା ଘଟୁଛି ତାହାର ପ୍ରଭାବ ଆମ ଉପରେ ପଡ଼ୁଛି । ଜଳବାୟୁର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଲାଣି । ଜଳବାୟୁ ପରିବର୍ତ୍ତନର ପରିଣାମ ଆରମ୍ଭ ହୋଇଗଲାଣି ।ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ନେଇ ବିଶେଷଜ୍ଞମାନେ ସତର୍କ କରାଇ ଆସୁଥିଲେ । ଏହାକୁ ହେୟଜ୍ଞାନ କରିବା ଏବେ ମହଙ୍ଗା ପଡ଼ିଲାଣି । ଜଳବାୟୁକୁ ନେଇ ଅସ୍ଥିରତା ଯୋଗୁ ଏବେ ପରିସ୍ଥିତି ଏଭଳି ହେଲାଣି ଯେ ସମଗ୍ର ବିଶ୍ୱ ପାଇଁ ଆବଶ୍ୟକ ଖାଦ୍ୟ ଉତ୍ପାଦନ କରିବା କଷ୍ଟକର । ଗରିବ ରାଷ୍ଟ୍ରଗୁଡ଼ିକ ଉପରେ ଏହାର ବଡ଼ ପ୍ରଭାବ ପଡୁଛି । କେତେକ ସ୍ଥାନରେ ଖାଦ୍ୟ ଅଭାବ ଯୋଗୁ ସାମାଜିକ ଏବଂ ରାଜନୈତିକ ଅସ୍ଥିରତା ଦେଖାଦେଲାଣି । ଏହା ଆଗକୁ ଆହୁରି ଉତ୍କଟ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

କେତେକ ରାଷ୍ଟ୍ରରେ ବିଭିନ୍ନ ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନର ଭୟାବହତା ମଧ୍ୟରେ ଜୀବନ ଜିଉଁଛନ୍ତି । ଚଳିତବର୍ଷ ମେ’ ପର୍ଯ୍ୟନ୍ତ କ୍ରମାଗତ ୧୨ ମାସ ପାଇଁ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ଖାଦ୍ୟ ମୂଲ୍ୟ ସୂଚକାଙ୍କ ବୃଦ୍ଧି ପାଇଥିଲା । ଜୁନ୍‌ରେ ଏଥିରେ ୧୨୪.୬ ପଏଣ୍ଟ ହ୍ରାସ ଘଟିଥିବା ସତ୍ତେ୍ୱ ଗତବର୍ଷ ତୁଳନାରେ ଏହା ୩୪% ଅଧିକ ରହିଛି ।

ସମ୍ବନ୍ଧିତ ଖବର