PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ସ୍ୱାସ୍ଥ୍ୟ ବିଜ୍ଞାନରେ ପ୍ରଥମ – ମଣିଷ ଶରୀରରେ ପ୍ରତିରୋପଣ କରାଗଲା ଘୁଷୁରୀର କିଡ୍‌ନୀ

ନ୍ୟୁୟର୍କ- ସ୍ୱାସ୍ଥ୍ୟବିଜ୍ଞାନରେ ଆଉ ଏକ ଚମତ୍କାରୀ ପଦକ୍ଷେପ । ପ୍ରଥମ ଥର ପାଇଁ ମଣିଷ ଶରୀରରେ ଘୁଷୁରୀର କିଡ୍‌ନୀ (ବୃକକ୍‌) ପ୍ରତିରୋପଣ କରାଯାଇଛି । ଜେନିଟିକାଲି ପରିବର୍ତ୍ତିତ କିଡ୍‌ନୀକୁ ମଣିଷ ଶରୀରରେ ସଫଳତା ପୂର୍ବକ ପ୍ରତିରୋପଣ କରାଯାଇଛି । ଏହା କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଚିକିତ୍ସାର ଏକ ନୂତନ ଆଶା ଆଣିଦେଇଛି । ନ୍ୟୁୟର୍କ ୟୁନିଭରସିଟିରେ ଏହି ଗବେଷଣା କରାଯାଇଛି।

ବୈଜ୍ଞାନିକମାନେ ଏକ ଘୁଷୁରୀର କିଡ୍‌ନୀକୁ ଜେନିଟିକାଲି ପରିବର୍ତ୍ତିତ କରିଥିଲେ । ଏହା ଫଳରେ ଏହି ପରିବର୍ତ୍ତିତ କିଡ୍‌ନୀରେ ଶତ୍କରା ବା ଆଲଫା ଗାଲ୍‌ ନାମକ ପଦାର୍ଥ ପ୍ରସ୍ତୁତ ହୋଇପାରିବ ନାହିଁ । ଦି ଭର୍ଜରେ ବାହାରିଥିବା ଖବର ଅନୁଯାୟୀ ବୈଜ୍ଞାନିକମାନେ ଏହାକୁ ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରିବା ପରେ ଏହା କିପରି ଭାବେ କାର୍ଯ୍ୟ କରୁଛି ତାହା ପର୍ଯ୍ୟବେକ୍ଷଣ କରିଥିଲେ । ଏନ୍‌ଓ୍ୱାଇୟୁର ଲାଗୋନ୍‌ ଟ୍ରାନସ୍‌ପ୍ଲାଣ୍ଟ ଇନ୍‌ଷ୍ଟିଟ୍ୟୁଟ୍‌ରେ ଏହି ଗବେଷଣା ସଫଳତା ପୂର୍ବକ କରାଯାଇଥିଲା । ପ୍ରାୟ ୫୪ ଘଣ୍ଟା ଧରି ତାଙ୍କ ଉପରେ ନଜର ରଖାଯାଇଥିଲା ।

ଘୁଷୁରୀ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିବା ବ୍ୟକ୍ତିଙ୍କ ଶରୀରେ ଏହାକୁ ତୁରନ୍ତ ଅସ୍ୱୀକାର କରି ନଥିଲା । ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା । ଏନ୍‌ଓ୍ୱାଇୟୁର ଲାଗୋନ୍‌ ଟ୍ରାନସ୍‌ପ୍ଲାଣ୍ଟ ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦେଶକ ରବର୍ଟ ମଣ୍ଟଗୋମେରି ଏ ବିଷୟରେ ସୂଚନା ଦେଇଛନ୍ତି ।

ତେବେ ଏବେ ବି ଏହି ଗବେଷଣା ଜାରି ରହିଥିବା ବେଳେ କେତେ ଦିନ ପର୍ଯ୍ୟନ୍ତ ଏହି କିଡନୀ କାର୍ଯ୍ୟ କରିବ ତା ଉପରେ ଦୃଷ୍ଟି ରଖାଯାଇଛି । ଏବେ ଏହା ସାଧାରଣ ଭାବେ କାର୍ଯ୍ୟ କରୁଥିବା ବେଳେ ପରର୍ବତ୍ତୀ ସମୟରେ ବା ବର୍ଷାଧିକ ସମୟ ପରେ ଶରୀର ଏହାକୁ ଅସ୍ୱୀକାର କରିବା ସମ୍ଭାବନା ରହିଛି ।

ତେବେ ପଶୁଙ୍କ ଶରୀରରୁ ଅଙ୍ଗ ଆଣି ମଣିଷ ଶରୀରେ ପ୍ରତ୍ୟାରୋପଣ ବିଷୟରେ ଏବେ ବି ଗବେଷଣା ଚାଲିଛି। ଏହି ଗବେଷଣାରେ ବ୍ୟବହାର କରାଯାଇଥିବା କିଡ୍‌ନୀ ରେଭିଭିକୋର ନାମକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଆମେରିକାର ଏଫ୍‌ଡିଏ Food and Drug Administration (FDA) ଏହାକୁ ଡିସେମ୍ବର ୨୦୨୦ରେ ମଣିଷ ଶରୀରରେ ପ୍ରତ୍ୟାରୋପଣ ପାଇଁ ଅନୁମତି ଦେଇଥିଲେ । ଏବେ ଏଫ୍‌ଡିଏ ଏହି ଗବେଷଣାକୁ ଅନୁଶୀଳନ କରୁଛି । ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ଆହୁରି କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯିବ ବୋଲି କମ୍ପାନୀ ଆଶା ରଖିଛି।

ସମ୍ବନ୍ଧିତ ଖବର