ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଇଂଜିନିୟରିଂ ଏବଂ ପିଜି ପାସ୍‌ ପିଲା ଶବ ଜଗିବା ଚାକରି ପାଇଁ କରିଛନ୍ତି ଆବେଦନ


କୋଲକାତା : କୋଲକାତାର ଏକ ସରକାରୀ ହସ୍ପିଟାଲ (ନୀଳରତ୍ନ ସରକାରୀ ମେଡିକାଲ କଲେଜ୍‌ ଓ ହସ୍ପିଟାଲ ଅଧୀନ ଫରେନସିକ୍‌ ମେଡିସିନ୍‌
ଓ ଟକ୍ସିକୋଲୋଜି ବିଭାଗ) ରେ ଶବ ଜଗିବାକୁ ୬ଟି ପ୍ରୟୋଗଶାଳା ସହାୟକ ପଦବି ଖାଲି ପଡିଥିବା ବେଳେ ରାଜ୍ୟ ସରକାର ସେଥିରେ ଉପଯୁକ୍ତ ପ୍ରାର୍ଥୀଙ୍କୁ
ନିଯୁକ୍ତି କରିବା ଲାଗି ବିଜ୍ଞାପନ ଦେଇଥିଲେ ।

ଏପର୍ଯ୍ୟନ୍ତ ୮ ହଜାର ଆବେଦନପତ୍ର ମିଳିଛି । ସବୁଠାରୁ ତାଜୁବର ବିଷୟ ଯେ ଏହି ପଦବିରେ ନିଯୁକ୍ତି ପାଇବା ଲାଗି ଇଞ୍ଜିନିୟର, ସ୍ନାତକ, ସ୍ନାତକୋତ୍ତର ଭଳି ଡିଗ୍ରୀଧାରୀ ବେକାର ଯୁବକ ଓ ଯୁବତୀମାନେ ଆବେଦନ କରିଛନ୍ତି । ଉକ୍ତ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଆବେଦନକାରୀଙ୍କ ମଧ୍ୟରେ ୧୦୦
ଜଣ ଇଞ୍ଜିନିୟର, ୫୦୦ ଜଣ ସ୍ନାତକୋତ୍ତର ଏବଂ ୨୨୦୦ ଜଣ ସ୍ନାତକ ଡିଗ୍ରୀଧାରୀ ରହିଥିବା ତାଜୁବର ବିଷୟ ।

ଏହି ପଦବିରେ ନିଯୁକ୍ତି ଲାଗି ମାସିକ ୧୫ ହଜାର ଟଙ୍କା ଦରମା ମିଳିବ । ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍‌ ଏବଂ ବୟସ ୧୮-୪୦ ବର୍ଷ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.