PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ପୁଣି ତେଜିଲା ସେନା ବିଦ୍ରୋହ ମିଥ୍ୟା ଖବର ବିବାଦ: ଖବର ଲିକ୍‌ ପଛରେ ୟୁପିଏର ୪ ମନ୍ତ୍ରୀ

source:dailypost.in

ନୂଆଦିଲ୍ଲୀ,୬ ।୨(ଏଜେନ୍ସି): ପ୍ରାୟ ୭-୮ ବର୍ଷ ତଳର ସେନା ବିଦ୍ରୋହ ସଂକ୍ରାନ୍ତ ତଥାକଥିତ ମିଥ୍ୟା ଖବର ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଗତ ୨ ତାରିଖରେ ଇଂରାଜୀ ଖବରକାଗଜ ‘ଦି ଗାର୍ଡିଆନ’ରେ ପ୍ରକାଶିତ ଖବରକୁ ନେଇ କଂଗ୍ରେସକୁ ବିଜେପି ଟାର୍ଗେଟ କରିଛି । କହିଛି କୌଣସି ସେନା ବିଦ୍ରୋହ ହୋଇ ନଥିଲା । ସେନା ବିଦ୍ରୋହ ସଂକ୍ରାନ୍ତ ମିଥ୍ୟା ଖବର ମିଡିଆରେ ପ୍ରକାଶ କରାଯାଇଥିଲା । ଏଥିରେ ତତ୍କାଳୀନ କଂଗ୍ରେସ ନେତୃତ୍ୱଧୀନ ୟୁପିଏ ସରକାରର ୪ ଜଣ ମନ୍ତ୍ରୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିବା ସହ ସେମାନଙ୍କ ନାମ ପ୍ରକାଶ କରିବାକୁ ଦାବି କରିଛି ।
ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଜିଏସ୍‌ଏଲ ନରସିହ୍ମନ କହିଛନ୍ତି ଯେ ମନମୋହନ ସିଂହଙ୍କ ସରକାରର ୪ ଜଣ ବରିଷ୍ଠ ମନ୍ତ୍ରୀ ଏହି ମିଥ୍ୟା ଖବର ପ୍ଲାଣ୍ଟ କରି ଗଣମାଧ୍ୟମକୁ ଦେଇଛନ୍ତି । ସେମାନେ ସେନା ଓ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଭି.କେ ସିଂହଙ୍କୁ ବଦନାମ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ଜବାବ ଦେବା ସହିତ ଏହି ମନ୍ତ୍ରୀମାନଙ୍କ ନାମ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି । କହିଛନ୍ତି କଂଗ୍ରେସ ଶାସନ ବେଳେ କେବଳ ଦୁର୍ନୀତି ହୋଇନାହିଁ ରାଷ୍ଟ୍ରୀୟ ସୁରକ୍ଷା ସହ ମଧ୍ୟ ଖେଳାଯାଇଛି । ଭାରତୀୟ ସେନା ବିରୋଧରେ ଷଡଯନ୍ତ୍ର ରଚାଯାଇଛି । ନରସିଂହ୍ମନ ଆହୁରି ମଧ୍ୟ କହିଛନ୍ତି ସେ ପ୍ରତିରକ୍ଷା ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି । ସେ ଏହି ପ୍ରସଙ୍ଗରେ କମିଟିର ଅଧ୍ୟକ୍ଷ କଲରାଜ ମିଶ୍ରଙ୍କୁ ତୁରନ୍ତ ବୈଠକ ଡକାଇବାକୁ ଦାବି କରିଛନ୍ତି । ଘଟଣାର ତଦନ୍ତ କରାଯାଇ ମିଛ ଖବର ଦେଇଥିବା ନେତାମାନଙ୍କୁ ଖୋଜି ବାହାର କରାଯିବା ଓ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ଓ କାହିଁକି ସେମାନେ ଏଭଳି କରିଥିଲେ ତାହା ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଗୁଇନ୍ଦା ବିଭାଗ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ‘ଦି ଗାର୍ଡିଆନ’ ଲେଖିଛି ଯେ ୨୦୧୧-୧୨ରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରକୁ ସାମରିକ ବିଦ୍ରୋହ ମାଧ୍ୟମରେ କ୍ଷମତାଚ୍ୟୁତ କରିବା ଲାଗି ତତ୍କାଳୀନ ସେନାମୁଖ୍ୟ (ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ) ଜେନେରାଲ ଭି.କେ ସିଂହ ଉଦ୍ୟମ କରିଥିଲେ ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା । ଏଥିପାଇଁ ଜେନେରାଲ ସିଂହ ପ୍ରତିରକ୍ଷା ବିଭାଗକୁ ନଜଣାଇ ହିସାରରୁ ପଦାତିକ ବାହିନୀ, ରୁଷ ନିର୍ମିତ ଆର୍ମଡ ଫାଇଟିଂ ଭେହିକିଲ୍‌ ଓ ଆଗ୍ରାରୁ ଏୟାରବୋର୍ଣ୍ଣ ୫୦ ପାରା ବ୍ରିଗେଡକୁ ଧରି ନୂଆଦିଲ୍ଲୀ ଅଭିମୁଖେ ଆସିଥିଲେ ବୋଲି ସେଥିରେ କୁହାଯାଇଥିଲା । ସେହି ସମୟରେ ଜନ୍ମ ତାରିଖକୁ ନେଇ ସରକାରଙ୍କ ସହ ଜେନେରାଲ ସିଂହ ମୁହାଁମୁହିଁ ହୋଇଥିଲେ ଓ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲେ । ତା’ଛଡା କେନ୍ଦ୍ର ସରକାର ବିଭିନ୍ନ ଦୁର୍ନୀତି ମାମଲାରେ ଉବୁଟୁବୁ ହୋଇପଡିଥିଲା ବେଳେ ସମାଜସେବୀ ଆନ୍ନା ହଜାରେଙ୍କ ଆନ୍ଦୋଳନ ସରକାରକୁ ଅସ୍ଥିର କରିଦେଇଥିଲା । ତେଣୁ ସେନା ବିଦ୍ରୋହ ଖବର ପ୍ରକାଶ ପାଇବା ପରେ ସରକାର ଭୟଭୀତ ହୋଇପଡିଥିଲେ । ଘଟଣାର ସତ୍ୟତା କେତେ ରହିଛି ତାହା ଜାଣିବା ପାଇଁ ଅନୌପଚାରିକ ଭାବେ ଗୁଇନ୍ଦା ବ୍ୟୁରୋ (ଆଇବି)କୁ ତଦନ୍ତ କରିବାକୁ କହିଥିଲେ ।
ଗୁଇନ୍ଦା ବିଭାଗ ଘଟଣାର ତଦନ୍ତ କରିଥିଲା ଓ କହିଥିଲା ଯେ ଜେନେରାଲ ସିଂହ କୌଣସି ବିଦ୍ରୋହ ଯୋଜନା କରି ନଥିଲେ । ନୂଆଦିଲ୍ଲୀ ଅଭିମୁଖେ ଯେଉଁ ସୈନ୍ୟ ଚାଳନା କରାଯାଇଥିଲା ତାହା ନିୟମିତ ଅଭ୍ୟାସ ଥିଲା । ସାମରିକ ବିଦ୍ରୋହ କରାଯିବାର ସମ୍ଭାବନା ମଧ୍ୟ ନଥିଲା । ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ମନମୋହନ ସିଂହ ଚାପରେ ରହିଥିଲେ ଓ ତାଙ୍କୁ କ୍ଷମତାଚ୍ୟୁତ କରାଯିବାର ଆଶଙ୍କା ପ୍ରକାଶ କରିଥିଲେ । ପରେ ଆମେ ଯାଞ୍ଚ କରି ଜାଣିବାକୁ ପାଇଥିଲୁ ଯେ ୟୁପିଏ ସରକାରର ୪ ଜଣ ମନ୍ତ୍ରୀ ସାମରିକ ବିଦ୍ରେହ ଖବର ଲିକ୍‌ ପଛରେ ଅଛନ୍ତି । କୌଣସି ସାମରିକ ବିଦ୍ରୋହ ଘଟି ନଥିବା ବେଳେ ସେମାନେ ଗଣମାଧ୍ୟମକୁ ମିଥ୍ୟା ଖବର ଦେଇଥିଲେ । ଜେନେରାଲ ସିଂହ ୨୦୧୦ ମାର୍ଚ୍ଚରୁ ୨୦୧୨ ମେ ପର୍ଯ୍ୟନ୍ତ ଦେଶର ସେନାମୁଖ୍ୟ ରହିଥିଲେ । ତାଙ୍କୁ ଓ ସେନାକୁ ବଦ୍‌ନାମ କରିବା ପାଇଁ ୟୁପିର ଏହି ମନ୍ତ୍ରୀମାନେ ଏଭଳି କରିଥିଲେ ବୋଲି ଆଇବି ଜାଣିବାକୁ ପାଇଥିବା ଉକ୍ତ ଅଧିକାରୀ ଜଣକ କହିଛନ୍ତି ।