PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭାରତର ବୈଦଶିକ ମନ୍ତ୍ରଣାଳୟ ପାକିସ୍ତାନ ଡେପୁଟି ହାଇକମିସନର ସୟଦ ହାଇଦର ଶାହାଙ୍କୁ ସମନ

ନୂଆଦିଲ୍ଲୀ,୨୭।୨: ଭାରତ ଓ ପାକିସ୍ତାନ ଏ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି । ଗତକାଲିର ଏୟାରଷ୍ଟ୍ରାଇକ୍‌ ପରେ ଆଜି ଉତ୍ତେଜନା ବଢ଼ିଛି। ଦିନ ୧୧ଟା।  ପାକିସ୍ତାନର ୩ ଟି F-16 ବିମାନ LOCର ନୌସେରା ସେକ୍ଟରର ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଏତିକି ବେଳେ ଆଲର୍ଟ ଥିବା ଭାରତୀୟ ବାୟୁ ସେନା ପ୍ରତିଜବାବ ଦେଇଥିଲା । ବାୟୁସେନାର ମିଗ୍‌ ବିମାନ ସେମାନଙ୍କ ଗତିପଥ ଅବରୋଧ କରିଥିଲେ । ଏଥିରେ ପାକିସ୍ତାନ ବିମାନ ରଜୌରୀ ସେକ୍ଟରରେ ଜଙ୍ଗଲ ଉପରେ କିଛି ବୋମା ପକାଇ ଥିଲେ । ଭାରତୀୟ ବିମାନ ପ୍ରତି ଆକ୍ରମଣ କରିବାରୁ ପାକିସ୍ତାନର ଏଫ୍‌ -୧୬ ଫେରିଯାଇଥିଲେ। ସୂଚନା ଅନୁଯାୟୀ ପାକିସ୍ତାରନ ଗୋଟିଏ ଏଫ ୧୬ ଧ୍ବଂସ ହୋଇଛି । ତେବେ ଏହି ସମୟରେ ଭାରତର ଗୋଟିଏ ବିମାନ କ୍ରାସ୍‌ ହୋଇଛି। ଏଥିରେ ଜଣେ  ପାଇଲଟ ନିଖୋଜ ହୋଇଛନ୍ତି।

ସେପଟେ ପାକିସ୍ତାନ କହିଛି ଯେ LOC ର POK  ପଟକୁ ପଶି ଆସିଥିବା ଭାରତୀୟ ବାୟୁସେନାର ୨ଟି ମିଗ୍‌ ବିମାନକୁ ଆଣ୍ଟି ଏୟାରକ୍ରାଫ୍ଟ ଗନ୍‌ ମାଧ୍ୟମରେ ଉଡାଇ ଦିଆଯାଇଛି । ଯେଉଁଥିରେ ଗୋଟିଏ ବିମାନ ଭାରତ ପଟ ସୀମାରେ ପଡି ଜଳି ଯାଇଥିବାବେଳେ ଆଉ ଗୋଟିଏ ବିମାନ ପାକ୍‌ ଅଧିକୃତ କାଶ୍ମୀର ପଡିଥିଲା । ଯେଉଁଥିରେ ଦୁଇ ଜଣ ପାଇଲଟ୍‌ଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଗଣ ମାଧ୍ୟମ ଜଣେ ପାଇଲ୍‌ଟଙ୍କ ଭିଡିଓ ଜାରି କରିବା ସହ ତାଙ୍କ ନାଁ ଅଭିନନ୍ଦନ ଓ ସେ ଉଇଙ୍ଗ କମାଣ୍ଡର ବୋଲି କହିଛି ।

ପାକିସ୍ତାନ ଭାରତ ସୀମାରେ ଆକ୍ରମଣ  କରିଥିବା ଫାଙ୍କିଥିବା ବେଳେ ଜାମ୍ମୁ ଅଞ୍ଚଳରେ ସ୍ଥାନୀୟ ଲୋକେ କିନ୍ତୁ ବଖାଣିଛନ୍ତି ସତ। ପାକିସ୍ତାନ ବିମାନ ଭାରତ ସୀମାରେ ପ୍ରବେଶ କରିଥିଲା କିନ୍ତୁ ଭାରତୀୟ ବିମାନ ଚେଜ୍‌ କରିବାରୁ ସେମାନେ ଜଙ୍ଗଲ ଓ ପାହାଡ଼ ଉପରେ ବୋମା ପକାଇଥିଲେ।

ଯୁଦ୍ଧ ଭଳି ସ୍ଥିତି ଉପୁଜୁଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶକୁ ସମ୍ବୋଧନ କରିଛନ୍ତି ।କହିଛନ୍ତି ପାକିସ୍ତାନ ଶାନ୍ତି ଚାହେଁ । ଭାରତ ଯେଉଁଭଲି ସ୍ଥିତି ଉପୁଜାଇଛି ତାହା ଠିକ୍‌ ନୁହେଁ । ଆଜି ଆମେ ଆକ୍ସନ୍‌ ନେଇ ନାହୁଁ , ବରଂ କେବଳ ଆମର ତାକତ ଦେଖାଇବାକୁ ଚାହିଁଛୁ । ଭାରତ ଯଦି ଆମ ଦେଶରେ ପଶିବାକୁ ଚେଷ୍ଟା କରିବ ଆମେ ମଧ୍ୟ ତାଙ୍କ ଦେଶରେ ପଶି ପାରିବୁ । ଏଣେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେଉଁଭଭଳି ସ୍ଥିତି ଉପୁଜିଛି ଏଥିରେ ଭାରତ କିଛି ବି ଆକ୍ସନ ନେଇପାରେ।

ବଦଳୁଥିବା ପରିସ୍ଥିତି ଏବେ ଉଭୟ ଦେଶ ପାଇଁ ଚିନ୍ତାର କାରଣ ହେଲାଣି। ଅପରାହ୍ନରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଡେପୁଟି ହାଇକମିଶନର ସୟଦ ହାଇଦର ଶାହାଙ୍କୁ  ସମନ କରିଥିଲା।  ।

ସମ୍ବନ୍ଧିତ ଖବର