ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

କରୋନା ଆକ୍ରାନ୍ତ ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ

ବେତନଟୀ,୨୦/୧୦: ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିବା ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ ହୋଇଯାଇଛି । ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ଦାଶରଥୀ ସାହୁ ପ୍ରଥମେ ପଜିଟିଭ ଚିହ୍ନଟ ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ଏହାପରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା କିଛି କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗଙ୍କ ନମୂନା ପରୀକ୍ଷଣ ପରେ ମୋଟ ୧୧ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ତେବେ ସମସ୍ତ ଆକ୍ରାନ୍ତ ହୋମ ଆଇସୋଲେସନରେ ଥିବାବେଳେ ବନପାଳ ଦାଶରଥୀ ସାହୁଙ୍କର ମଧୁମେହରୋଗ ଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ଆଡକୁ ଗତି କରିଥିଲା । ଶେଷରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲୁ ସ୍ଥାନାନ୍ତର କରାଯାଇଥିବା ବେଳେ ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ଦେହାନ୍ତ ଖବରପାଇ ରେଞ୍ଜର ଘନଶାମ ସିଂ, ବନପାଳ ସୁଶାନ୍ତ ବାଗ, ବନପାଳ ପ୍ରଶାନ୍ତ ସିଂସାମନ୍ତ, ବନପାଳ ଶିରିଶ ଦଳେଇ, ବନପାଳ ହିମାଂଶୁ ମହାନ୍ତଙ୍କ ସମେତ ସମସ୍ତ ବନରକ୍ଷୀ, କର୍ମଚାରୀ, ପାରାବନକର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.