
ଗୌହାଟି,୨୩।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ସୋମବାର ଗୁରୁତର ହୋଇଛି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଖୁବ୍ ଗୁରୁତର ରହିଛି। ଗୋଗୋଇଙ୍କ ଏଭଳି ସ୍ଥିତି ଦେଖି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ନିଜର ଦିବୃଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଗୌହାଟିରେ ପହଁଞ୍ଚିଛନ୍ତି।
Flying back to Guwahati from Dibrugarh after cancelling my programmes midway to be on the side of respected Tarun Gogoi da & his family as the former CM's health deteriorates. He has always been a father figure to me. I join millions in praying for his recovery. @GauravGogoiAsm
— Sarbananda Sonowal (@sarbanandsonwal) November 23, 2020
ସୋନଓ୍ବାଲ ଟୁଇଟ୍ କରି ସୂଚନା ଦେଇଛନ୍ତି, ମୁଁ ଦିବୃଗଡରେ ଥିବା ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ତରୁଣ ଗୋଗୋଇଙ୍କ ଦା ଓ ତାଙ୍କ ପରିବାର ପାଖରେ ରହିବା ପାଇଁ ଗୌହାଟି ଫେରି ଯାଉଛି। ଗୋଗୋଇଙ୍କ ସ୍ଥିତି ଖୁବ୍ ସଙ୍କଟାପନ୍ନ ରହିଛି। ସେ ମୋ ପାଇଁ ସବୁବେଳେ ପିତୃତୁଲ୍ୟ। ମୁଁ ତାଙ୍କର ଦୃତ ଆରୋଗ୍ୟ କାମନା କରୁଛି।

୮୪ ବର୍ଷୀୟ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ଚିକିତ୍ସା ଗୌହାଟି ମେଡିକାଲ କଲେଜ(ଜିଏମସିଏଚ୍)ରେ ଚାଲିଛି। ସେ ସାମ୍ବାଦିକଙ୍କୁ କହିଛନ୍ତି, ଶ୍ରୀମାନ(ଗୋଗୋଇ)ଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ଖରାପ ରହିଛି। ଉଲ୍ଳେଖନୀୟ ଯେ, ଗୋଗୋଇଙ୍କୁ ଗତ ୨ ତାରିଖରେ ଜିଏମସିଏଚରେ ଭର୍ତ୍ତି କରାଯାଇଥିଲା। ଶନିବାର ଦେହ ଅଧିକ ଖରାପ ହୋଇପଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗୋଗୋଇ ୩ ମାସ ତଳେ କରୋନା ସଂକ୍ରମିତ ହୋଇଥିଲେ।