ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ଚର୍ଚ୍ଚାକୁ ଖଣ୍ଡନ କଲେ ପୂର୍ବତନ ସିଜେଆଇ ଗୋଗୋଇ, କହିଲେ- ମୋର ଏଭଳି କୌଣସି ଅଭିଳାଷ ନାହିଁ

ନୂଆଦିଲ୍ଲୀ,୨୩।୮: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ପାର୍ଥୀ ହେବା ନେଇ ଚର୍ଚ୍ଚା। କିନ୍ତୁ ଏହି ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଗୋଗୋଇ। ସେ ଏସବୁ ଖବରକୁ ଖଣ୍ଡନ କରିବା ସହ ଏକ ନ୍ୟୁଜ ଚାନେଲରେ କହିଛନ୍ତି, ମୁଁ କୌଣସି ରାଜନେତା ନୁହେଁ କିମ୍ବା ମୋର ଏଭଳି କୌଣସି ଅଭିଳାଷ ନାହିଁ। କେହି ବି ମୋ ସାମନାରେ ଏଭଳି କୌଣସି ସମ୍ଭାବନା ପ୍ରକାଶ କରିନାହାନ୍ତି। ଉଲ୍ଲେଖନୀୟ ଯେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ତରୁଣ ଗୋଗୋଇ ଦାବି କରିଥିଲେ ଯେ, ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ଆଗାମୀ ବର୍ଷ ଆସାମ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇପାରନ୍ତି। ତେବେ ଏହି ସବୁ ଖବରକୁ ପୂର୍ବତନ ପ୍ରଧାନ ବିଚାରପତି ସିଧାସଳଖ ଭାବରେ ଖଣ୍ଡନ କରିଛନ୍ତି।

ରଞ୍ଜନ ଗୋଗୋଇ ଏହା ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଆରମ୍ଭରୁ ରାଜ୍ୟସଭାର ସଦସ୍ୟତା ଗ୍ରହଣ କରିବା ମଧ୍ୟ ତାଙ୍କର ରାଜନୀତି ଆଡକୁ ନିଆଯାଇଥିବା ପଦକ୍ଷେପ ନୁହେଁ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଲୋକମାନେ ଜାଣିପାରନ୍ତି ନାହିଁ ଜଣେ ରାଜ୍ୟସଭାର ମନୋନୀତ ସଦସ୍ୟ ଓ ଜଣେ ରାଜନୈତିକ ପାର୍ଟି ଦ୍ବାରା ଚୟନ କରାଯାଇଥିବା ସଦସ୍ୟଙ୍କ ଭିତରେ ଖୁବ୍ ପ୍ରାର୍ଥକ୍ୟ ରହିଛି। ମୁଁ ରାଜ୍ୟସଭା ପାଇଁ ମନୋନୀତ ହୋଇଛି, ତେଣୁ ସ୍ବୀକାର କଲି କାରଣ ଏହା ମୋତେ ସୁଯୋଗ ଦେଉଛି ଯେ, ମୁଁ ନିଜର ସ୍ବତନ୍ତ୍ରତା ବଜାୟ ରଖି କୌଣସି ଜିନିଷ ବିଷୟରେ ନିଜାର ବିଚାର ପ୍ରକାଶ କରିପାରିବି।’

   ସମ୍ବନ୍ଧିତ ଖବର


ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…