ଭାରତର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ୮୬ ବର୍ଷ ବୟସରେ ଦେହାନ୍ତ

ମୁମ୍ବଇ ୨୩।୯: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ମାଧବ ଆପ୍‌ତେଙ୍କ ଦେହାନ୍ତ ହୋଇଛି। ସୋମବାର ସକାଳ ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍‌ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ଭାରତୀୟ କ୍ରିକେଟ ଟିମ୍‌ର ଓପନର ଏବଂ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଥିଲେ ମାଧବ। ମାଧବ ଭାରତ ତରଫରୁ ୭ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳି ୫୪୨ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ୧ ଶତକ ମଧ୍ୟ ରହିଛି। ସେ ଗୋଟିଏ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ଖେଳାଳି ଥିଲେ। ୧୯୫୩ରେ ମାଧବ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ୪୬୦ ରନ୍‌ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୭ ମ୍ୟାଚରୁ ୩୩୩୬ ରନ୍‌ ସଂଗ୍ରହ କରିଥିଲେ। ତେବେ ଟେଷ୍ଟ କ୍ରିକେଟରେ ସେ ଭିନ୍ନ ରେକର୍ଡ କରିଛନ୍ତି।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା