କରୋନାରେ ପୂର୍ବତନ ଦିଲ୍ଲୀ କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୦/୦୬:କରୋନା ଭାଇରସ ସଂକ୍ରମଣରେ ଦିଲ୍ଲୀର ପୂର୍ବତନ କ୍ରିକେଟ୍‌ ଖେଳାଳି ସଞ୍ଜୟ ଡୋବାଲ ମୃତ୍ୟୁ ବରଣ କରିଛନ୍ତି । ୫୩ ବର୍ଷିୟ ଡୋବାଲ ସପ୍ତାହେ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବାହାଦୁରଗଡ଼ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣା ପଡ଼ିବା ପରେ ଉନ୍ନତ ଚିକିତ୍ସା ପାଇଁ ଡୋବାଲଙ୍କୁ ଦ୍ୱାରକା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ପ୍ଲାଜମା ଚିକିତ୍ସା କରାଯାଇଥିଲା ।

ଡୋବାଲଙ୍କୁ ପ୍ଲାଜମା ଦଳନ କରିବା ପାଇଁ ଦିଲ୍ଲୀର କିଛି କ୍ରିକେଟ୍‌ ଖେଳାଳି ମିଥୁନ ମନହାସ ଓ ଗୌତମ ଗମ୍ଭୀର ପ୍ରମୁଖ ନିବେଦନ କରିଥିଲେ । ସ୍ଥାନୀୟ ବିଧାୟକ ଦିଲ୍ଲୀପ ପାଣ୍ଡେ ମଧ୍ୟ ତାଙ୍କ ପାଇଁ ପ୍ଲାଜମା ଡୋନର ଯୋଗାଡ କରିଥିଲେ । ହେଲେ ଡୋବାଲ କରୋନାରୁ ଆରୋଗ୍ୟ ଲାଭ କରିପାରି ନଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ ଓ ଦୁଇ ପୁତ୍ର ଥିଲେ । ଡୋବାଲ ଦିଲ୍ଲୀ କ୍ଲବ୍‌ କ୍ରିକେଟ୍‌ରେ ବେଶ୍‌ ପରିଚିତ ନାମ । ବୀରେନ୍ଦ୍ର ସେହ୍ୱାଗ, ମନହାସ, ଗମ୍ଭୀର ସହ ସେ ଅନେକ କ୍ରିକେଟ୍‌ ଖେଳିଛନ୍ତି । ହେଲେ କେବେ ରଣଜୀ ଖେଳିବାକୁ ସୁଯୋଗ ପାଇ ନଥିଲେ । ତାଙ୍କ ବଡ ପୁଅ ସିଦ୍ଧାନ୍ତ ରାଜସ୍ଥାନ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳୁଛନ୍ତି । ସାନ ପୁଅ ଏକାଂଶ ୨୩ବର୍ଷରୁ କମ୍‌ ଦିଲ୍ଲୀ ଦଳର ସଦସ୍ୟ ଅଛନ୍ତି।

   ସମ୍ବନ୍ଧିତ ଖବର


ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

ସଚିନ୍‌ଙ୍କ ବିଷୟରେ ଏହି ବଡ ଖୁଲାସା କଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

୨୧୭ କରୋନା ଆକ୍ରାନ୍ତ ସୁସ୍ଥ

କରୋନା କିଲର ଭାଇରସ୍‌ର ସାଂଘାତିକ ସତ୍ୟ- ଚୀନ୍‌ ବୈଜ୍ଞାନିକ ଭାଇରସ୍‌କୁ ଗବେଷଣା ବେଳେ ଅଧିକ ମାରାତ୍ମକ ଓ ସଂକ୍ରମିତ କରିଥିଲେ

ଆବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ-ସାନିଟାଇଜର, ବଢିପାରେ ଦାମ୍