ନୋଟବନ୍ଦୀକୁ ପୁରିଲା ୩ ବର୍ଷ, ଏବେ ପୁଣି ବନ୍ଦ ହୋଇପାରେ ଏତେ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ,୮।୧୧: ଆଜି ନୋଟବନ୍ଦୀକୁ ୩ ବର୍ଷ ପୂରଣ ହୋଇଛି। ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରିବାର ଘୋଷଣା କରିଥିଲେ। ପୂର୍ବତନ ଅର୍ଥ ସଚିବ ଏସ.ସି ଗର୍ଗଙ୍କ କହିବା ଅନୁସାରେ, ୨୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିଦେବା ଦରକାର, କାରଣ ଲୋକମାନେ ଏହାଦ୍ବାରା ଘରେ ଅଧିକ ଟଙ୍କା ରଖୁଛନ୍ତି। ତେଣୁ ଏବେ ୨୦୦୦ ଟଙ୍କିଆ ନୋଟକୁ ବ୍ୟବହାର କରାନଯାଉ।

ଗର୍ଗ କହିଛନ୍ତି, ଏବେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବଜାରରେ ଏହାର ଅଧିକ ପ୍ରଚଳନ ହେଉନଥିବାରୁ ଏହା ବନ୍ଦ କଲେ ବିଶେଷ କିଛି ପ୍ରଭାବ ପଡିବ ନାହିଁ। ଏହା ସହିତ ସେ କହିଛନ୍ତି, ବ୍ୟାଙ୍କ ଗୁଡିକର ରାଷ୍ଟ୍ରୀୟକରଣ କରିବା ଏକ ବଡ ଭୁଲ ଥିଲା। ଏହି କାରଣରୁ କ୍ରେଡିଟର ବିସ୍ତାର ହୋଇପାରୁନାହିଁ,ଯାହାଫଳରେ କ୍ଷତି ସହିବାକୁ ପଡୁଛି।

ଉଲ୍ଲେଖନୀୟ ଯେ, ଗତ ଗୁରୁବାର ଗର୍ଗ ୭୨ ପୃଷ୍ଠାର ଏକ ଲିଖିତ ପରାମର୍ଶ ଦେଇଥିବା ବେଳେ ସେ ୨୦୦୦ ଟଙ୍କିଆ ନୋଟକୁ ବନ୍ଦ କରିବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପରାମର୍ଶ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଆରବିଆଇ ମଧ୍ୟ ଏକ ଆରଟିଆଇ ପ୍ରଶ୍ନର ଉତ୍ତରରେ କହିଥିଲା ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ ହୋଇଯାଇଛି। ଏବେ ଯଦି ସରକାର ଗର୍ଗଙ୍କ ପ୍ରସ୍ତାବକୁ ସ୍ବୀକାର କରି ଦିଅନ୍ତି ତେବେ ଖୁବ୍ ଶୀଘ୍ର ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି।

   ସମ୍ବନ୍ଧିତ ଖବର


ଟ୍ରମ୍ପଙ୍କ ଲୁଚକାଳି ଖେଳ ! କେତେବେଳେ ଭାରତ ସହ ତ କେତେବେଳେ ଚୀନ୍‌ ସହ … ଭାରତ-ଚୀନ୍‌ ବିବାଦ ନେଇ ଟ୍ରମ୍ପ ଦେଲେ ଏମିତି ମତ

ମୋବାଇଲକୁ ଆସୁଥିଲା ବାରମ୍ବାର ଅଶ୍ଲୀଳ ଫଟୋ-ମେସେଜ୍, ୧୦ମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ୧ ଜୁନରୁ ଖୋଲିବ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ

ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ପୁଣି କମିଲା ସୁନା ଦର

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା