ଲଙ୍କା ପ୍ରିମିୟର ଲିଗ୍‌ରେ ଭାଗ ନେବେ ଭାରତର ପୂର୍ବତନ ପେସ୍‌ ବୋଲର ମୁନାଫ୍‌ ପଟେଲ

ନୂଆଦିଲ୍ଲୀ, ୧୯/୧୧: ଭାରତର ପୂର୍ବତନ ପେସ୍‌ ବୋଲର ମୁନାଫ୍‌ ପଟେଲ ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)ରେ ଭାଗ ନେବେ। ସେ ଏଲ୍‌ପିଏଲ୍‌ ଦଳ କାଣ୍ଡି ଟସ୍କର୍ସ ସହ ଚୁକ୍ତି ବଦ୍ଧ ହୋଇଛନ୍ତି । ଆସନ୍ତା ୨୬ ତାରିଖରୁଏଲ୍‌ପିଏଲ୍‌ ଆରମ୍ଭ ହେବ। ମୁନାଫ୍‌ଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବା ପରେ କାଣ୍ଡି ଟସ୍କର୍ସ ଦଳ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି ।

୩୭ ବର୍ଷିୟ ମୁନାଫ୍‌ ମୋଟ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳି ଥିଲେ । ସେ ୨୦୧୧ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳ ସଦସ୍ୟ ଥିଲେ । ଅନ୍ୟପକ୍ଷରେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଜାତୀୟ କ୍ରୀଡ଼ାସୂଚୀ ପାଇଁଏଲ୍‌ପିଏଲ୍‌ରୁ ଓହରି ଯାଇଥିବା ଜଣାପଡ଼ିଛି । ସେ ଗାଲେ ଗ୍ଲାଡିଏଟର୍ସ ଦଳର ଅଧିନାୟକ ଥିଲେ । ସେହିପରି ଶ୍ରୀଲଙ୍କାର ଷ୍ଟାର୍‌ ପେସ୍ ‌ବୋଲର ଲାସିଥ୍‌ ମାଲିଙ୍ଗାଙ୍କ ଖେଳିବା ନେଇମଧ୍ୟ ସନ୍ଦେହ ରହିଛି । ସେ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନେଇ ସ୍ପଷ୍ଟ କରିନାହାନ୍ତି ।

ସୂଚନାଯୋଗ୍ୟ, ମାଲିଙ୍ଗା ବ୍ୟକ୍ତି ଗତ କାରଣ ପାଇଁ ଆଇପିଏଲ୍‌୧୩ରୁ ଓହରି ଯାଇଥିଲେ ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…