PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ନୂତନ ସିଏଜି

https://www.thehindu.com/

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗର୍ଭନର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ CAG (Comptroller and Auditor General)ଘୋଷିତ କରାଯାଇଛି। ଯେଉଁ ଦିନ ସରକାର ତାଙ୍କୁ ସିଏଜି ଭାବରେ ନିଯୁକ୍ତ କରିଥିଲେ, ସେହି ଦିନ ଠିକ୍ ୧ ବର୍ଷ ପୂର୍ବେ ସେ ଜମ୍ମୁ-କଶ୍ମୀରର ବିଭାଜନ ପରେ ଦୁଇ କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀର ଓ ଲଦାଖ କରାଯାଇଥିଲା। ମୁର୍ମୁ  କଶ୍ମୀରର  କେନ୍ଦ୍ରଶାସିତ ରାଜ୍ୟର ପ୍ରଥମ ଉପରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଗତ ବୁଧବାର ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ଗିରିଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଫିସର ଅଟନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ମୁଖ୍ୟ ସଚିବ ଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପାଇଥିଲେ। ସେହି ସମୟରେ ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୟୂରଭଞ୍ଜ ବେତନଟୀରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମ ସ୍ଥାନ । ସେ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଛନ୍ତି।  

ଉଲ୍ଲେଖନୀୟ ଯେ, ସିଏଜି କନଟ୍ରେଲୋର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ(ସିଏଜି) ସରକାରଙ୍କ ମୁଖ୍ୟ ଅଡିଟର ଅଟନ୍ତି। ଏହା ରାଫେଲ ପୂର୍ବରୁ ନିଜର କୋଇଲା ଖାଦାନର ଆବଣ୍ଟନ, ଟେଲିକମ୍ ସ୍ପେକ୍ଟ୍ରମ୍ ଆବଣ୍ଟନ, ଅଲ୍ଟ୍ରା ମେଗା ପାଓ୍ବାର ପ୍ରୋଜେକ୍ଟ ଓ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ନିଜର ରିପୋର୍ଟ କାରଣରୁ ଖୁବ୍ ଚର୍ଚ୍ଚାରେ ରହିଥିଲା। ସିଏଜି ଭାରତର ସମ୍ବିଧାନ ଦ୍ବାରା ସ୍ଥାପିତ ଅଥରିଟି ଓ ଏହା ସରକାରଙ୍କ ପ୍ରଭାବ କ୍ଷେତ୍ରରୁ ବାହାରେ ରହିଛି। ଏହାକୁ ସରକାରଙ୍କ ଆମଦାନୀ ଓ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି। ସିଏଜିଙ୍କ ନିଯୁକ୍ତି ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ହୋଇଥାଏ ଓ ପଦରୁ ହଟିବାର ପକ୍ରିୟା ସେଭଳି ହିଁ ରହିଥାଏ, ଯେପରି ସୁପ୍ରିମକୋର୍ଟର ବିଚାରପତିଙ୍କ ମାମଲାରେ ଗ୍ରହଣ କରାଯାଇଥାଏ।

ସମ୍ବନ୍ଧିତ ଖବର