PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପୁଣି ପାକିସ୍ତାନର ନିର୍ଲଜପଣ,ପର୍ଣ୍ଣଷ୍ଟାରଙ୍କ ଫଟୋକୁ କଶ୍ମୀର ପୀଡିତ ଦର୍ଶାଇ ଟ୍ବିଟରରେ ଅପମାନିତ ହେଲେ ପୂର୍ବତନ ହାଇକମିଶନର

ଇସଲାମାବାଦ,୩।୯: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ନିର୍ଲଜପଣର ସବୁ ସୀମାସରହଦ ସତେ ଯେପରି ପାର କରିଯାଇଛି। ଭାରତ ବିରୋଧରେ ବିଶ୍ବସ୍ତରରେ ଗୁହାରୀ କରି ଫେଲ ମାରିଥିବା ପାକିସ୍ତାନ ଏବେ  ଖୁବ୍ ନୀଚ୍ଚ ସ୍ତରକୁ ଚାଲିଯାଇଛି। ତାଜା ଘଟଣାକ୍ରମରେ ଏବେ  ଭାରତରେ ଅବସ୍ଥାପିତ ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ କାଶ୍ମୀର ସମ୍ପର୍କିତ ଏକ ଟ୍ବିଟ୍ କରି ଏବେ  ଲଜ୍ଜିତ ହୋଇଛନ୍ତି। ତାହା ହେଲା ସୋମବାର ଅବଦୁଲ ଏକ ରିଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି,କଶ୍ମୀରରେ ପାଲେଟ ଗୁଳିମାଡରେ ଜଣେ କାଶ୍ମୀର ଯୁବକ ନିଜ ଦୃଷ୍ଟି ଶକ୍ତି ହରାଇଛନ୍ତି ବୋଲି ଜଣେ ବ୍ୟକ୍ତିଙ୍କ ଫଟୋ ସହ ଗୋଟିଏ ଟୁଇଟ କରିଥିଲେ। କିନ୍ତୁ ପରେ ତାଙ୍କର ସତ ଜଣାପଡିବା ପରେ ଲୋକହସା ହେବାରୁ ନିଜର ଟ୍ବିଟକୁ ସେ ଡିଲିଟ୍ କରିଦେଇଥିଲେ।

ଅବଦୁଲ ନିଜର ଟ୍ବିଟର ଆକାଉଣ୍ଟରେ  କଶ୍ମୀର ଯେଉଁ ପୀଡିତ ଯୁବକଙ୍କ ଫଟୋ ରିଟ୍ବିଟ୍‌ କରିଥିଲେ ତାହା ଜଣେ  ଜଣାଶୁଣା ପର୍ଣ୍ଣଷ୍ଟାରଙ୍କର ଫଟୋ ଥିଲା।  ଏହାର ମୂଳ ଟ୍ବିଟକୁ ଉମର ନାମକ ଜଣେ ସୋସିଆଲ ମିଡିଆ ୟୁଜର ପୋଷ୍ଟ କରିଥିଲେ। ପର୍ଣ୍ଣଷ୍ଟାରଙ୍କ ଫଟୋକୁ ସେ କାଶ୍ମୀର ଯୁବକ ବୋଲି ଭରବତ ପୋଷ୍ଟ କରିବା ସହ ପେଲେଟଗନ୍ ଆକ୍ରମଣରେ ତାଙ୍କର ଦୃଷ୍ଟି ଶକ୍ତି ଚାଲିଯାଇଥିବା ଲେଖିଥିଲେ। ଏହି ପୋଷ୍ଟକୁ ନେଇ ସ୍ବର ଉତ୍ତୋଳନ କରିବା ଲାଗି ମଧ୍ୟ ସେ ନିବେଦନ କରିଥିଲେ । ତେବେ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟକୁ ନେଇ ସତ୍ୟସତ୍ୟ ଯାଞ୍ଚ ନକରି  ଅବଦୁଲ ବାସିତ ଏହାକୁ ରିଟ୍ବିଟ କରିବା ପରେ ପଡିଥିଲେ ଅଡୁଆରେ।

ସବୁଠାରୁ ମଜାଦାର କଥା ହେଉଛି ବାସିତଙ୍କ ମିଛ ଆଉ କେହି ନୁହେଁ ବଂର ପାକିସ୍ତାନର ନାୟଲା ଇନାୟତ ନାମକ ଜଣେ ସାମ୍ବାଦିକ ହିଁ ଏହାର ସମାଲୋଚନା କରିଥିଲେ। ନାୟଲା ଏହାର ସ୍କ୍ରିନ ସଟ ସେୟାର କରି ଲେଖିଥିଲେ ଯେ, ପର୍ଣ୍ଣଷ୍ଟାର ଜନି ସିନ୍ସଙ୍କ ଫଟୋକୁ ବସିତ କାଶ୍ମୀର ଯୁବକ ବୋଲି ଗ୍ରହଣ ତରି ରିଟ୍ବିଟ କରିଛନ୍ତି।  ପାକିସ୍ତାନୀ ସାମ୍ବାଦିକଙ୍କ ଟ୍ବିଟ ପରେ ଅବଦୁଲ ବାସିତ ଲଜ୍ଜିତ ହେବା ସହ ନିଜର ଟ୍ବିଟକୁ ଡିଲିଟ କରିଦେଇଛନ୍ତି ।

ଉଲ୍ଲେଖନୀୟ ଯେ, କେବଳ ବାସିତ ଏକା ନୁହଁନ୍ତି କାଶ୍ମୀର ପ୍ରସଂଗକୁ ନେଇ ପାକିସ୍ତାନର ବହୁ ଅଧିକାରୀ ଓ ନେତା ଏଭଳି ଭୁଲ ତଥ୍ୟକୁ ଗ୍ରହଣ କରି ବାରମ୍ବାର ଅପମାନିତ ହୋଇସାରିଛନ୍ତି। ବିଶେଷକରି କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ସୋସିଆଲ ମିଡିଆରେ ଭାରତର ଛବିକୁ ଖରାପ କରିବା ଲାଗି ବହୁବାର ଚେଷ୍ଟା କରୁଛନ୍ତି। ଏହା ପୂର୍ବରୁ ୨୦୧୭ରେ ଜାତିସଂଘର ମହାସଭାରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମହିଲା ଲୋଧି ନିଜର ଭାଷଣ ସମୟରେ କଶ୍ମୀରକୁ ନେଇ ଖୁଲ ଫଟୋ ଦେଖାଇଥିଲେ। ଯେଉଁଥିପାଇଁ ତାଙ୍କୁ ଜାତିସଂଘରେ ସମାଲୋଚିତ ହେବାକୁ ପଡିଥିଲା। ସେ ଗାଜାର ଏକ ଆହତ ପାଲେଷ୍ଟାଇନର ଝିଅର ଫଟୋକୁ ଦେଖାଇ କହିଥିଲେ କଶ୍ମୀରର ଜଣେ ପିଡୀନ ଝିଅ।