PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଓ ଯୋଜନା ପଣ୍ଡ, ରାସ୍ତାରୁ ପାଇପ୍ ବୋମା ଉଦ୍ଧାର
  • ||
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୩୧ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
  • ||
  • ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ଆଉ ୪୩ ଜଣ ଆକ୍ରାନ୍ତଙ୍କ ଜୀବନ
  • ||
  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
  • ||
  • ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା
  • ||
  • ଦେବସ୍ନାନ ପୂର୍ଣ୍ଣିମା: ଘରେ ପହଞ୍ଚିବ ଅବଢ଼ା
  • ||

ଅର୍ଥବ୍ୟବସ୍ଥା ନେଇ ମୋଦିଙ୍କ ନିଷ୍ପତ୍ତିକୁ ଭୁଲ କହିଲେ ମନମୋହନ ସିଂ,ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ,୧।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଶର ଖରାପ ଅର୍ଥବ୍ୟବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅର୍ଥବ୍ୟବସ୍ଥାର ସ୍ଥିତି ଆଜି ଖୁବ୍ ଚିନ୍ତାଜନକ ରହିଛି। ଜିଡିପି ୫ ପ୍ରତିଶତରେ ପହଁଞ୍ଚିବା ହେଉଛି ଏହାର ସଙ୍କେତ। ଆମେ ଏକ ଲମ୍ବା ମାନ୍ଦାବସ୍ତାରେ ଫଶି ଯାଇଛୁ। ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବାର କ୍ଷମତା ରହିଛି, କିନ୍ତୁ ମୋଦି ସରକାରଙ୍କ କୁପ୍ରବନ୍ଧନ ଦେଶର ଅର୍ଥବ୍ୟବସ୍ଥାକୁ ମାନ୍ଦା ସ୍ଥିତିରେ ପକାଇ ଦେଇଛି। ଅର୍ଥବ୍ୟବସ୍ଥା ଏପର୍ଯ୍ୟନ୍ତ ନୋଟବନ୍ଦୀ ଓ ଜିଏସଟି ଭଳି ମାନବୀୟ କୁପ୍ରବନ୍ଧନରୁ ଉଠି ପାରୁନି। ମନମୋହନ ସିଂଙ୍କ ଏହି କଥାର ଉତ୍ତରରେ ଭାରତୀୟ ଜନତା ପାର୍ଟି(ବିଜେପି)କଡା ଜବାବ୍ ଦେଇ କହିଛି, ପୂର୍ବ ସରକାର ଯେଉଁ ଭୁଲ କରିଛନ୍ତି ତା’ର ତ୍ରୁଟି ସୁଧାରୁଛୁ।

ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ଘରୋଇ ଦାବିରେ ନିରାଶ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଓ ଉପଯୋଗ କମିବା ଯୋଗୁଁ ୧୮ ମାସରେ ସବୁଠାରୁ ନିମ୍ନ ସ୍ତରରେ ପହଁଞ୍ଚି ଯାଇଛି। ନୋମିନାଲ ଜିଡିପି ୧୫ ବର୍ଷ ଭିତରେ ସବୁଠାରୁ ନିମ୍ନ ସ୍ତରରେ ରହିଛି। କର ରାଜସ୍ବରେ ଖୁବ୍ ହ୍ରାସ ଘଟୁଛି। ମନମୋହନ କହିଛନ୍ତି, ନିବେଶକଙ୍କ ଭାରି ଉଦାସୀନତା ରହିଛି। ଏହା ଆର୍ଥିକ ସୁଧାରର ଭିତ୍ତିଭୂମି ନୁହେଁ। ଦେଶର ଯୁବପୀଢି, କୃଷକ, ଶ୍ରମିକ ସମସ୍ତଙ୍କୁ ସୁବିଧା ମିଳିବା ଦରକାର। ଭାରତ ଏହି ରାସ୍ତାରେ ଆଗକୁ ବଢିପାରିବ ନାହିଁ। ମୁଁ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ପ୍ରତିଶୋଧର ରାଜନୀତି ବନ୍ଦ କର ଓ ଅର୍ଥବ୍ୟବସ୍ଥାକୁ ଏହି ମାନବରଚିତ ସଙ୍କଟରୁ ବାହାର କରିବା ପାଇଁ ବୁଝିବିଚାରି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ବିଶେଷ ଭାବରେ ବିନିର୍ମାଣ କ୍ଷେତ୍ରରେ ବୃଦ୍ଧିଦର କେବଳ ୦.୬ ପ୍ରତିଶତ ରହିବା ଚିନ୍ତାଜନକ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ସଂସ୍ଥାନ ଗୁଡିକୁ ନଷ୍ଟ କରିବା ସହିତ ତାଙ୍କର ସ୍ବାୟତତା  ଛଡାଇ ନିଆଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଦ୍ବାରା ୧.୭୬ ଲକ୍ଷ କୋଟି ଟଙ୍କା ନିଆଯିବା ନେଇ ମନମୋହନ ପଚାରିଛନ୍ତି,ଏତେ ପରିମାଣ ଅର୍ଥ ସରକାରଙ୍କୁ ଦେବାପରେ କୌଣସି ଖରାପ ପରିସ୍ଥିତିରୁ ବାହାରିବା ଆରବିଆଇର କ୍ଷମତା ପରୀକ୍ଷା ହେବ।

କରରୁ ପ୍ରାପ୍ତ ରାଜସ୍ବରେ ବୃଦ୍ଧି ଏବେ ମଧ୍ୟ ବହୁତ କମ୍। କର ସଂଗ୍ରହରେ ବୃଦ୍ଧି ଯୋଗୁଁ ଆଶା କରାଯାଉଛି ଛୋଟ-ବଡ ବ୍ୟବସାୟୀ ତାଙ୍କୁ ଚିନ୍ତାରେ ପକାଉଛନ୍ତି,କର ଆତଙ୍କବାଦରେ ହ୍ରାସ ଘଟିନାହିଁ। ନିବେଶକଙ୍କ ଉତ୍ସାହ କମିବାରେ ଲାଗିଛି। କେବଳ ଅଟୋମୋବାଇଲ ସେକ୍ଟରରେ ସାଢେ ୩ ଲକ୍ଷରୁ ଅଧିକ ଚାକିରି ଯାଇଛି। ସେ କହିଛନ୍ତି,ଅସଙ୍ଗଠିତ କ୍ଷେତ୍ରରେ ବହୁ ମରିପାଣରେ ଚାକିରି ଯାଇଛି ଓ ଏଥିରେ ସବୁଠାରୁ ଅଧିକ କ୍ଷତି ଲୋକଙ୍କର ହୋଇଛି। ସେ କହିଛନ୍ତି,ଗ୍ରାମୀଣ ଭାରତର ସ୍ଥିତି ଖୁବ୍ ଖରାପ ଓ କାରଣ କୃଷକଙ୍କୁ ଫସଲର ଉଚିତ୍ ମୂଲ୍ୟ ମିଳୁଛି ଓ ଗ୍ରାମୀଣ କ୍ଷେତ୍ରରେ ଆୟ ଘଟିଛି। ମନମୋହନ ସିଂଙ୍କ କହିବା ଅନୁସାରେ ମୋଦି ସରକାର ମୁଦ୍ରାସ୍ପିତି ଯେଉଁଭଳି ଭାବରେ କମ୍ ଦରର ପ୍ରଚାର କରାଯାଉଛି, ତାହାଦ୍ବାରା ପ୍ରତିକୂଳ ପ୍ରଭାବ କୃଷକ ଓ ତାଙ୍କର ଆୟ ଉପରେ ପଡୁଛି।