ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର , ଏବେବି ଆସିନି ସୁଧାର

ନୂଆଦିଲ୍ଲୀ – ପୂର୍ବତନ ରାଷ୍ଟ୍ରପତି  ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ସୁଧାର ଆସିନାହିଁ । ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଦିନ ଜାରି  ହେଲଥ୍‌  ସୂଚନା ମୁତାବକ , ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ  ଆସିନାହିଁ । ସେ ଭେଣ୍ଟିଲେଟରରେ ଅଛନ୍ତି ।  ତାଙ୍କର  ସ୍ୱାସ୍ଥ୍ୟ ଏବେବି  ସ୍ଥିର ରହିଛି ।

ପ୍ରଣବ ମୁଖାର୍ଜୀଙ୍କ ପୁଅ  ଅଭିଷେକ  ମୁଖାର୍ଜୀ କହିଛନ୍ତି କି ୯୬ ଘଣ୍ଟାର ସର୍ଭିଲାନ୍ସର ଅବଧି ଆଜି  ଶେଷ ହେଉଛି । ମୋର ପିତାଙ୍କର  ମହତ୍ତ୍ୱପୂର୍ଣ୍ଣ  ପାରାମିଟର ସ୍ଥିର ରହିଛି ଏବଂ ସେ ବାହ୍ୟ ଉପଚାରକୁ ରେସ୍‌ପନ୍ସ କରୁଛନ୍ତି । ମୋର ପିତା ସର୍ବଦା  କହିଛନ୍ତି କି  ମୁଁ ଯେତେ ଦେଇଛି ,   ତା ଠାରୁ ବହୁତ ଅଧିକା  ଭାରତର ଲୋକେ ମୋତେ ଦେଇଛନ୍ତି । ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।  

ଏହା ପୂର୍ବରୁ  ପୂର୍ବତନ ରାଷ୍ଟ୍ରପତି ପ୍ରଣବ  ମୁଖାର୍ଜୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିତି ଗୁରୁବାର ମଧ୍ୟ ଗମ୍ଭୀର ଥିଲା ।  ଗତ ଦିନରେ ଭାରତର  ୧୩ ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର  କରୋନା ପଜିଟିଭ୍‌ ମଧ୍ୟ ରିପୋର୍ଟ ଆସିଥିଲା । ତାଙ୍କର ପୁଅ ଅଭିଜିତ୍‌  ମୁଖାର୍ଜୀ ପିତାଙ୍କର ଖରାପ ସ୍ୱାସ୍ଥ୍ୟ ବିଷୟରେ ସବି ଅଟକଳକୁ ଖଣ୍ଡନ କରି କହିଛନ୍ତି ତାଙ୍କର ପିତା ଜୀବିତ ଅଛନ୍ତି।

ଉଲ୍ଲେଖନୀୟ ଯେ , ପୂର୍ବତନ ରାଷ୍ଟ୍ରପତି  ପ୍ରଣବ ମୁଖାର୍ଜୀଙ୍କୁ ସୋମବାର ଦିନ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ରିପୋର୍ଟ ମୁତାବିକ୍‌  , ପ୍ରଣବ ମୁଖାର୍ଜୀ  ରବିବାରକୁ ଦିଲ୍ଲୀ  ସ୍ଥିତ ନିଜର ବାସଗୃହର ବାଥରୁମ୍‌ରେ ଖସିପଡ଼ି ଆହତ ହୋଇଥିଲେ ।  ଏହାପରେ ଆଙ୍କର ମସ୍ତିଷ୍କରେ ଏକ ସ୍ଥାନର ରକ୍ତ ଜମାଟ ହୋଇ ଯାଇଥିଲା । ଏହି ଜମାଟ ହୋଇ  ରହିଥିବା ରକ୍ତକୁ ବାହାର କରିବାକୁ ତାଙ୍କର ସର୍ଜରୀ କରାଯାଇଥିଲା ।

ଏହି ଜଟିଳ ସର୍ଜରୀ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ହସ୍ପିଟାଲ ନିଜର ମେଡିକାଲ ବୁଲେଟିନ୍‌ରେ କହିଥିଲା କି ୧୦ ଅଗଷ୍ଟ ଦ୍ୱିପହର ୧୨ ଟା ୭ ମିନିଟ୍‌ରେ ତାଙ୍କୁ କ୍ରିଟିକଲ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ଯାଞ୍ଚ ସମୟରେ  ତାଙ୍କର ମସ୍ତିଷ୍କରେ ଏକ ବଡ଼ ରକ୍ତର କଲ୍ଟ୍ ଥିବା ଜଣାପଡ଼ିଥିଲା , ଏଥିପାଇଁ ଏକ ଜଟିଳ ସର୍ଜରୀ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍