ପୁଲିସ୍‌ ପଞ୍ଝାରେ ଅନ୍ତଃରାଜ୍ୟ ଗାଡ଼ି ଲୁଟେରା: ଇଂଜିନିୟରିଂ ଛାତ୍ର ସହ ୪ ଗିରଫ

ଭୁବନେଶ୍ୱର୨୬/୮: ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଗାଡ଼ି ଚୋରି କରି ଆତଙ୍କ ଖେଳାଇଥିବା କୁଖ୍ୟାତ ଲୁଟେରା ତଥା ଇଂଜିନିୟରିଂ ଛାତ୍ର ସାହିଲ୍‌ ଜାନି ଓ ୩ ସହଯୋଗୀ ଧରିଛି ସ୍ପେଶାଲ୍‌ ସ୍କ୍ୱାଡ୍‌ । ସହଯୋଗୀମାନେ ହେଲେ କଟକ ବାଙ୍କି ଅଞ୍ଚଳରେ ରହୁଥିବା ସୁଶାନ୍ତ ପାତ୍ର ଓରଫ ବଣ୍ଟି (୨୩), ଚୋରା ଗାଡ଼ି ରିସିଭର ବାଙ୍କି ଅଞ୍ଚଳର ବିଜୁ ପାତ୍ର (୧୯) ଓ ଢେଙ୍କାନାଳ ଭୁବନ ଅଞ୍ଚଳର ପୃଥୀରାଜ ପ୍ରଧାନ (୨୫) । ଏମାନଙ୍କ ଠାରୁ ପୁଲିସ୍‌ ୧୧ ବାଇକ୍‌, ଗୋଟିଏ ହାଇୱା ଓ ମୋବାଇଲ୍‌ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ବାଲିଅନ୍ତା ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି ।

କେମିତି ଧରାହେଲେ

ପେସାଦାର ଗାଡ଼ି ଲୁଟେରା ସାହିଲ୍‌ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ଇଂଜିନିୟରିଂ କଲେଜରେ ପାଠ ପଢ଼ୁଛି । ହେଲେ ସାହିଲ୍‌ ଓ ତାର ଖାସ୍‌ ସହଯୋଗୀ ସୁଶାନ୍ତର ନିଶା ହେଲା ବାଇକ୍‌ ଠାରୁ ଜେସିବି ପର୍ଯ୍ୟନ୍ତ ସବୁ ଗାଡ଼ି ଚୋରି କରି ରାଜ୍ୟ ବାହାରେ ବିକ୍ରି କରିବା । ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଭୁବନେଶ୍ୱର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ ଅଞ୍ଚଳରୁ ବିଭିନ୍ନ ଗାଡ଼ି ଚୋରି କରି ସିଧା ପଶ୍ଚିମବଙ୍ଗରେ ବିକ୍ରି କରି ଦେଉଥିଲେ । ଗତ ୭ ମାସ ମଧ୍ୟରେ ୧୦୦ରୁ ଅଧିକ ଗାଡ଼ି ଚୋରି କରି ଏମାନେ ଆତଙ୍କ ଖେଳାଇଥିଲେ ।

କିଛି ଦିନ ତଳେ ବାଲିଅନ୍ତା ଥାନା ଅଞ୍ଚଳରୁ ଏକାଧିକ ବାଇକ୍‌ ଚୋରି ହୋଇଥିଲା । ଡିସିପି ଉମା ଶଙ୍କର ଦାସ ବାଲିଅନ୍ତା ଥାନାକୁ ସହଯୋଗ କରିବାକୁ ସ୍ପେଶାଲ୍‌ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ପେଶାଲ୍‌ ସ୍କ୍ୱାଡ୍‌ ଆରମ୍ଭ କରିଥିଲା ଖୋଳତାଡ଼ । ଜଣା ପଡିଥିଲା ୨୦୧୯ରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ ନୂଆପଲ୍ଳୀ ଥାନା ପୁଲିସ୍‌ ଏକ ଅନ୍ତଃରାଜ୍ୟ କାର୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଥିଲା । ସେହି ଗ୍ୟାଙ୍ଗର ମୁଖ୍ୟ ଥିଲା ସାହିଲ୍‌ । ସେ ଜାମିନ ପାଇ ସାରିଛି । ତେଣୁ ପୁଲିସ୍‌ ସାହିଲ୍‌ ପଛରେ ଲାଗି ଯାଇଥିଲା । ଜଣାପଡ଼ିଲା, ଜେଲ୍‌ରୁ ଆସିଲା ପରେ ସାହିଲ୍‌୍‌ ତା’ ପୁରୁଣା ବେପାର ଚଳାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ଗାଡ଼ି ଚୋରି କରି ସିଧା କୋଲକାତା ନେଇ ଯାଉଛି । ସେଠାରେ ଗାଡ଼ିକୁ କାଟି ବିକ୍ରି କରୁଛନ୍ତି । କୋଲକାତାରେ ସେ ବାହା ହୋଇଥିବାରୁ ଏ ସବୁ କାର୍ଯ୍ୟରେ ତା’ ପତ୍ନୀ ସହଯୋଗ କରୁଛି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଲୁଟ୍‌ କରିବା ପରେ ସେମାନେ ଏକ ହାଇୱାରେ ଲୁଚାଇ ନେଇ ପଳାଉଥିଲେ । ଚୋରି ଗାଡ଼ିକୁ ନେଇ କୋଲକାତାରେ ବିକ୍ରି କରୁଥିଲେ । ଏହି ଉପାୟରେ ସେମାନେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ବହୁ କଷ୍ଟରେ ପୁଲିସ୍‌ ସାହିଲ୍‌କୁ ଓ ତା’ ସହଯୋଗୀଙ୍କୁ ଗିରଫ କରିଥିଲା । ଅନ୍ୟ ୨ ଜଣ ଚୋରା ଗାଡ଼ି କିଣିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସେପଟେ କୋଭିଡ୍‌ କଟକଣା ପାଇଁ ସ୍ପେଶାଲ୍‌ ସ୍କ୍ୱାଡ୍‌ କୋଲକାତା ଯାଇ ପାରୁନି ।

   ସମ୍ବନ୍ଧିତ ଖବର


୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ପାକ୍‌ ଅଧିନାୟକ ବାବରଙ୍କ ବଢ଼ିଲା ଅଡୁଆ, ପୀଡ଼ିତା ମହିଳା ଆଣିଲେ ପ୍ରତାରଣା ଓ ନିର୍ଯାତନା ଅଭିଯୋଗ

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ