୪ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ: ୩୦ ହଜାର ଟଙ୍କା,ପିସ୍ତଲ ଜବତ

ସୁନ୍ଦରଗଡ଼ ୧୯/୧୧: ସୁନ୍ଦରଗଡ଼ ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ବୀରମିତ୍ରପୁର ସ୍କ୍ରାପ ଗୋଦାମରେ ପଶି ପିସ୍ତଲ ଦେଖାଇ ଟଙ୍କା ଲୁଟ କରି ୪ ଜଣ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲଏଫଆଇ) ସଦସ୍ୟ ଫେରାର ହୋଇଯାଇଥିଲେ । ଏମାନଙ୍କୁ ଧରିବା ଲାଗି ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ୪ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଧରିବା ସହ ସେମାନଙ୍କଠାରୁ ଲୁଟ ୩୦ ହଜାର ଟଙ୍କା ଓ ଏହି ଲୁଟରେ ବ୍ୟବହୃତ ପିସ୍ତଲ ସହ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ବୋଲି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଗତକାଲି ଦିନ ୧୧ଟା ୧୫ରୁ ସାଢ଼େ ୧୧ଟା ମଧ୍ୟରେ କୁଆରମୁଣ୍ଡାରେ ଥିବା ଏକ ସ୍କ୍ରାପ୍‌ ଗୋଦାମରେ ସାହାନବାଜ ଓରଫ ଲଲାନ କର୍ମଚାରୀଙ୍କ ସହ କାମ କରୁଥିଲେ । ଏହି ସମୟରେ ଝୁନମୁର ଗ୍ରାମର ଅର୍ଜୁନ ରାନା (୩୨), ଲାସେର ଲାଲବାବୁ ମହାନନ୍ଦିଆ (୨୭), ପ୍ରମୋଦ ମିଞ୍ଜ (୨୯), ଜାମବାହାଲର ବୁତୁରୁ ଖଡ଼ିଆ ଓରଫ ଅରୁଣ (୨୭), ଜଗଦୀଶପୁର ଗ୍ରାମର ରାଜମୋହନ କିଶାନ ଦୁଇଟି ବାଇକରେ ସ୍କ୍ରାପ୍‌ ଗୋଦାମକୁ ଆସିଥିଲେ । ସେଠାରେ ଅର୍ଜୁନ ଓ ଲାଲବାବୁ ସାହାନବାଜଙ୍କୁ ପିସ୍ତଲ ଦେଖାଇ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଏତେ ଟଙ୍କା ମୋ ପାଖରେ ନାହିଁ ବୋଲି ସାହାନବାଜ କହିବାରୁ ଲାଲବାବୁ ଜବରଦସ୍ତ ଡ୍ର ଖୋଲି ସେଥିରେ ଥିବା ୩୨ ହଜାର ଟଙ୍କା ନେଇ ଯାଇଥିଲେ । ଏ ସମ୍ପର୍କରେ କାହାରିକୁ କିଛି କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଚାଲି ଯାଇଥିଲେ ।

ଏହି ଘଟଣା ପରେ ସାହାନବାଜ ବୀରମିତ୍ରପୁର ଥାନାରେ ଏତଲା ଦେଇଥିଲେ । ସୁନ୍ଦରଗଡ଼ ଏସ୍‌ପି ଖବର ପାଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କ ଠାରୁ ଲୁଟ ୩୦ ହଜାର ଟଙ୍କା ସହ ବାଇକ୍‌୍, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ପିସ୍ତଲ ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି । ପିଏଲ୍‌ଏଫ୍‌ଆଇର ଅନ୍ୟତମ ସଦସ୍ୟ ଅର୍ଜୁନ ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ପୁଲିସ୍‌ ଚଢ଼ାଉ ଜାରି ରଖିଛି । ଗିରଫ ପିଏଲ୍‌ଏଫ୍‌ଆଇର ୩ ଜଣ ସଦସ୍ୟ ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଥିଲେ ।

   ସମ୍ବନ୍ଧିତ ଖବର


କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ହେବ କୋଭିଡ-୧୯ଭ୍ୟାକସିନ୍‌ର ପରୀକ୍ଷଣ: ସମ୍‌ ହସପିଟାଲ୍‌ରେ ପରୀକ୍ଷଣ ହେବ

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ