ଦିଳ୍ଳୀର କାରୋଲବାଗରେ ଭୁଶୁଡ଼ି ପଡ଼ିଲା ଚାରି ତାଲା କୋଠାଘର

ନୂଆଦିଳ୍ଳୀ,୨୭।୨: ଦିଲ୍ଲୀର କାରୋଳବାଗ୍ ଠାରେ ଚାରିତାଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିଥିବା ଖବର ଦିଲ୍ଲୀର ଅଗ୍ନିଶମ ବିଭାଗ ଦେଇଛି। ଆଜି ସକାଳ ୮.୪୦ମିନିଟ୍ ସମୟରେ ଖବର ପାଇବା ପରେ ଦୁଇ ଜଣ ରେସକ୍ୟୁ ରେସ୍ପଣ୍ଡରଙ୍କ ସହ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ବିଶିଷ୍ଟ ଅଧିକାରୀ କହିଛନ୍ତି।
କୋଠାଘରଟି ଦେବ ନଗର ଅଞ୍ଚଳରେ ଅବସ୍ଥିତ। ଘରର ତଳ ମହଲାରେ ଥିଲା କେତେକ ଦୋକାନ। କିନ୍ତୁ ଚତୁର୍ଥ ମହାଲାଟି ଖାଲି ପଡ଼ିଥିଲା। ଭଗ୍ନ କୋଠା ଭିତରେ କେହି ରହିଯାଇଛନ୍ତି କି ନାହିଁ ଜାଣିବାକୁ ଉଦ୍ୟମ ଚାଳିଛି। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ କେହି ମୃତ ହୋଇନାହାନ୍ତି ବୋଲି ସୂଚନା ମିଳିଛି।