ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ଖଲ୍ଳିକୋଟ,୨୪।୧ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝରୀ ଠାରେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ l ବୁରୁଝୁରୀ ପଞ୍ଚାୟତ ପି. ନୂଆଗାଁ ଧରିତ୍ରୀ କୃଷକ ସଂଘ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି । ଚାଷୀଙ୍କ ଠାରୁ ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠା ଯାଉ ନଥିବାରୁ ଚାଷୀ ଆଜି ଏହି ଭଳି ପ୍ରତିବାଦ କରିଛନ୍ତି l
୭୫ କିଲୋଗ୍ରାମ ବଦଳରେ ୮୦ କିଲୋଗ୍ରାମ ଧାନ ନିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ୫ କେଜି ଚାଷୀଙ୍କ କ୍ଷତି ହେଉଛି| ଚାଷୀଙ୍କ କ୍ଷତିପୁରଣ ଦେବା ପାଇଁ ଦାବି ହୋଇଛି । ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ବେଗୁନିଆପଡା ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି |