PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର କରୋନାରେ ପରଲୋକ
  • ||
  • ହିମନ୍ତ ବିଶ୍ବା ଶର୍ମା ହେବେ ଆସାମର ନୂତନ ମୁଖ୍ୟମନ୍ତ୍ରୀ, ସୋମବାର ନେବେ ଶପଥ
  • ||
  • ଖପ୍ରାଖୋଲ: ଜାମଚୁଆଁ ଗାଁରେ ବିଦ୍ୟୁତ ସଟସର୍କିଟରେ ଜଳିଗଲା ଘର , ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ
  • ||
  • ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା, ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫାପତ୍ର ଦେଲେସର୍ବାନନ୍ଦ ସୋନୱାଲ
  • ||
  • କୋଭିଡ ମୁକାବିଲା ପାଇଁ ଓଡିଶାକୁ ୩୩୩.୮ କୋଟି ଅନୁଦାନ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା
  • ||
  • ରାଉରକେଲା : ସଟଡାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା, ୪ଟି ଦୋକାନ ସିଲ୍, ଦୁଇ କୁଇଣ୍ଟାଲ ମାଛ ଓ ଦଶ କେଜି ମାଂସ ଜବତ
  • ||
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପାକିସ୍ତାନୀ ପାଇଲଟଙ୍କୁ ଦିଆଯାଉଛି ରାଫେଲ ଉଡାଯିବାର ପ୍ରଶିକ୍ଷଣ

ନୂଆଦିଲ୍ଲୀ,୧୧।୪: ରାଫେଲ ଯୁଦ୍ଧ ବିମାନକୁ ନେଇ ଭାରତରେ କଂଗ୍ରେସ ଓ ବିଜେପି ମଧ୍ୟ ବିବାଦ ଲାଗି ରହିଥିବା ବେଳେ ଅନ୍ୟପକ୍ଷେ ଆଉ ଏକ ଆଶ୍ଚର୍ଯକର ଖବର ମିଳିଛି। ଯଦି ଏହା ସତ ହୋଇଥିବ ତେବେ ଏହା ଭାରତ ପାଇଁ ସତର୍କ ଘଣ୍ଟି ବୋଲି କହିହେବ। ଶୁଣିବାକୁ ମିଳିଛି ଯେ ପାକିସ୍ତାନର ପାଇଲଟ ରାଫେଲ ଯୁଦ୍ଧବିମାନ ଉଡାଇବାର ପ୍ରଶିକ୍ଷଣ ନେଉଛନ୍ତି। ତେବେ ଏହି ଯୁଦ୍ଧ ବିମାନକୁ ନିର୍ମାଣ କରୁଥିବା ଫ୍ରନ୍ସ କମ୍ପାନୀ ଦାସଲ୍ଟ ଆଭିଏସନ୍ ଏହାକୁ ଖଣ୍ଡନ କରିଛି।

କିନ୍ତୁ ଖବର ମିଳିଛି ଯେ ଏକ୍ସଚେଞ୍ଜ ପୋଗ୍ରାମ ଅନୁସାରେ ପାକିସ୍ତାନର ପାଇଲଟଙ୍କୁ କତର ଏୟାରଫୋର୍ସ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ ଉଡାଇବାର ଟ୍ରେନିଂ ଫ୍ରାନ୍ସରେ ଦିଆଯାଇଛି। ଯାହାକୁ ଫେବୃଆରୀରେ କତରକୁ ଦିଆଯାଇଥିଲା। ସେଭଳି ଅନ୍ୟପକ୍ଷେ ଆଭିଏସନ୍ ସେକ୍ଟରର ଖବର ଉପରେ କେନ୍ଦ୍ରିତ ଏକ ସ୍ବତନ୍ତ୍ର ଓ୍ବେବସାଇଟ୍ ainonline.com ରେ ଛପି ଥିବା ଖବର ଅନୁସାରେ ପାକିସ୍ତାନୀ ପାଇଲଟଙ୍କ ପ୍ରଥମ ବ୍ୟାଚଙ୍କୁ ନଭେମ୍ବର ୨୦୧୭ରେ ଟ୍ରେନିଂ ଦିଆଯାଇଥିଲା।

 ଉଲ୍ଲେଖନୀୟ ଯେ କତରକୁ ପ୍ରଥମ ରାଫେଲ ଫାଇଟର ପ୍ଲେନ ୬ ଫେବୃଆରୀରେ ଦିଆଯାଇଥିଲା। ଦାସଲ୍ଟରୁ ମିଳିଥିବା ସୂଚନା ଅନୁସାରେ କତରରେ ମଇ ୨୦୧୫ରେ ୨୪ ରାଫେଲ କିଣିବା ପାଇଁ ଚୁକ୍ତି କରାଯାଇଥିଲା। ଏହାପରେ ଡିସେମ୍ବର ୨୦୧୭ରେ ସେଠାରୁ ୧୨ଟି ରାଫେଲ ଯୁଦ୍ଧ ବିମାନ କିଣିବାର ଅର୍ଡର ଦିଆଯାଇଥିଲା। ଏହାର ପ୍ରଥମ ୨୪ଟି ବିମାନର ଚୁକ୍ତି ୬.୩ ବିଲିୟନ ୟୁରୋର ଥିଲା। ପାକିସ୍ତାନ ପାଇଲଟ୍‌ମାନେ ରାଫେଲ ଦ୍ୱାରା ଉଡ଼ାଣ ଟ୍ରେନିଂ ନେଇଥିବା ଖବର ପ୍ରଥମେ ଆମେରିକାର ଏକ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା। ଏଥିସହ ଭାରତର ସାମରିକ ବ୍ୟବସ୍ଥା ପାଇଁ ଏହା ଚିନ୍ତାର ବିଷୟ ବୋଲି ଏଥିରେ କୁହାଯାଇଥିଲା।