PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗଭର୍ଣ୍ଣର ଜ୍ୱାଇଁ କହି ଦୁବାଇର ବ୍ୟବସାୟୀଙ୍କୁ ଅଢ଼େଇ କୋଟିର ଚୂନ ଲାଗଇଥିଲା ଠକ, ବନ୍ଧା ହେଲା ଅଭିଯୁକ୍ତ ପ୍ରଜ୍ଞା: ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ୱର,୦୫/୧୨: ମୁଁ ଗଭର୍ଣ୍ଣରଙ୍କ ଜ୍ୱାଇଁ… । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ପୁରା ସେଟିଂ… । ମୋର ଅନେକ କମ୍ପାନୀ ଅଛି… । ସବୁ ଚଳାଇ ହେଉନି । ଗୋଟିଏ ବିକ୍ରି କରିଦେବି । ଏମିତି କହି ଦୁବାଇର ଜଣେ ବ୍ୟବସାୟୀଙ୍କୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ୍‌ । ଠକ ଜଣଙ୍କ ହେଲେ ପ୍ରଜ୍ଞା ପ୍ରକାଶ ନାୟକ । ପୁଲିସ୍‌ ତାଙ୍କଠାରୁ ଏକ ଦାମୀ କାର୍‌, ମୋବାଇଲ୍‌ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ରାଜଧାନୀରୁ ଏହି ହାଇପ୍ରୋଫାଇଲ ଠକ ଗିରଫ ପରେ ତାଙ୍କ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବ ବୋଲି ପୁଲିସ୍‌ ଆଶା ରଖିଛି ।

କେମିତି ଠକିଥିଲେ

କୁଖ୍ୟାତ ଠକ ପ୍ରଜ୍ଞା ପ୍ରକାଶଙ୍କ ଘର ଇନ୍‌ଫୋସିଟି ଥାନା ନନ୍ଦିବିହାର ପ୍ଲଟ୍‌ ନମ୍ବର ୧୦ରେ । ହେଲେ ସେ ପଟିଆ ରେଳ ଷ୍ଟେସନ୍‌ ନିକଟରେ ଥିବା ବିଷ୍ଣୁ ରେସିଡେଣ୍ଟସି୍‌ ଫ୍ଲାଟ୍‌ ନଂ-୩୦୨-ଏରେ ରହୁଥିଲେ । କାନନ ବିହରେ ଫେଜ୍‌-୧ ଏଚ୍‌ଆଇଜି ୧୩୫ରେ ରହିଛି ଚନ୍ଦ୍ରକାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଫିସ୍‌ । ଚନ୍ଦ୍ରକାନ୍ତ ଓ ପ୍ରଜ୍ଞା ପ୍ରକାଶ ହେଉଛନ୍ତି ଦୁଇ ବନ୍ଧୁ । ପ୍ରଜ୍ଞା ପ୍ରକାଶ ନିଜକୁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଅନେକ କମ୍ପାନୀର ମାଲିକ ବୋଲି ପରିଚୟ ଦିଅନ୍ତି । ଚନ୍ଦ୍ରକାନ୍ତ ୨୦୨୦ରେ ଚାକିରି ପାଇଁ ଦୁବାଇ ଯାଇଥିଲେ । ଏହି ସମୟରେ ସେଠାରେ ସୈକତ କୁମାରଙ୍କ ଅଫିସ୍‌କୁ ଚାକିରି ପାଇଁ ଯାଇଥିଲେ । ଭାରତୀୟ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ସୈକତଙ୍କ ଘର କୋଲାକାତା ଲେକ୍‌ ଟାଉନ୍‌ରେ । ଚନ୍ଦ୍ରକାନ୍ତ ତାଙ୍କୁ ଚାକିରି ପାଇଁ କହିଥିଲେ । ମାତ୍ର କୋରନା ପାଇଁ ସେ ଭାରତ ଫେରି ସେଠାରେ ବ୍ୟବସାୟ କରିବାକୁ ଇଚ୍ଛା କରୁଛନ୍ତି ବୋଲି ଚନ୍ଦ୍ରକାନ୍ତଙ୍କୁ କହିଥିଲେ । ଏହି ସମୟରେ ଚନ୍ଦ୍ରକାନ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଜ୍ଞା ପ୍ରକାଶଙ୍କ ସଂପର୍କରେ ସୂଚନା ଦେଇଥିଲେ । ଭାରତରେ ବ୍ୟବସାୟୀ କଲେ ପ୍ରଜ୍ଞା ପୂରା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଜ୍ଞା ପ୍ରକାଶଙ୍କର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଖୁବ କାଟତି ରହିଛି ବୋଲି ମଧ୍ୟ ଚନ୍ଦ୍ରକାନ୍ତ ତାଙ୍କୁ ସୂଚନା ଦେଇଥିଲେ । ସୈକତ ଭାରତର ଆସିଲା ପରେ ଭୁବନେଶ୍ୱରରେ ପ୍ରଜ୍ଞା ପ୍ରକାଶଙ୍କ ସହ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଚନ୍ଦ୍ରକାନ୍ତ ଉପସ୍ଥିତ ଥିଲେ ।

ପ୍ରଜ୍ଞାପ୍ରକାଶ କହିଲେ ତାଙ୍କ ଶ୍ୱଶୁର ଗଭର୍ଣ୍ଣର ଅଛନ୍ତି । ଆୟକର ବିଭାଗରରେ ମଧ୍ୟ ତାଙ୍କର ପୂରା ସେଟିଂ ଅଛି ବୋଲି ମଧ୍ୟ ସେ କହିଥିଲେ । ତା’ଛଡା ତାଙ୍କର ଅନେକ କମ୍ପାନୀ ରହିଛି । ଗୋଟିଏ କମ୍ପାନୀରେ ୫୦ ପ୍ରତିଶତ ଅଂଶଧନ ବିନିଯୋଗ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ସୈକତ ଏଥିରେ ରାଜି ହେବାରୁ ଆରମ୍ଭ ହୋଇଥିଲା କାଗଜପତ୍ର କାମ । ଏକ ସାଦା କାଗଜରେ ସେ ସୈକତଙ୍କ ଦସ୍ତଖତ ମଧ୍ୟ କରାଇ ନେଇଥିଲେ । ୫୦ ପ୍ରତିଶତ ଅଂଶଧନ ପାଇଁ ୨ କୋଟି ୩୫ ଲକ୍ଷ ଟଙ୍କା ବିଭିନ୍ନ କିସ୍ତିରେ ନେଇ ଯାଇଥିଲେ ପ୍ରଜ୍ଞା ପ୍ରକାଶ । ତେବେ ୩ ମାସ ତଳେ ସୈକତ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପ୍ରଜ୍ଞା ପ୍ରକାଶଙ୍କୁ ସେ ଯୋଗାଯୋଗ କରି ବିଫଳ ହୋଇଥିଲେ । କିଛି ଉପାୟ ନ ପାଇ ଚଳିତ ମାସ ୩ ତାରିଖରେ ଲିଙ୍ଗରାଜ ଥାନାରେ ପ୍ରଜ୍ଞାଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ହେବାର ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌ ପ୍ରଜ୍ଞାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ।

ସମ୍ବନ୍ଧିତ ଖବର