PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଫ୍ଲାଟ୍‌ ଦେବା ନାଁରେ ୨ କୋଟି ଠକେଇ: ବିଲ୍ଡର ଗିରଫ, ପୂର୍ବରୁ ୱାରେଣ୍ଟ ଥିଲା

ଭୁବନେଶ୍ୱର,୫ା୯(ବ୍ୟୁରୋ): ଫ୍ଲାଟ୍‌ ଦେବା ନାଁରେ ୨ କୋଟି ଟଙ୍କା ଠକିଥିବା ଜଣେ ବିଲ୍ଡରଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସେ ହେଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଶୁଭେନ୍ଦୁ ଦାସ (୩୫) । ସେ ଦୀର୍ଘବର୍ଷ ଧରି ଶୈଳଶ୍ରୀବିହାରରେ ରହୁଥିଲେ । ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଖାରବେଳ ନଗର ଥାନା ଅନ୍ତର୍ଗତ ମଧୁସୁଦନ ନଗର ଅଞ୍ଚଳର ଇନ୍ଦିରା ଶତପଥୀ ବିଲ୍ଡରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ କହିବା ମୁତାବକ, ଶୁଭେନ୍ଦୁ ୨୦୧୩ ମସିହାରେ ବରମୁଣ୍ଡା ଅଞ୍ଚଳରେ ‘ସୁଭଦତ୍ୟ ପ୍ରାଇଭେଟ୍‌ ଇଣ୍ଡିଆ ଲିମିଟେଡ୍‌’ ନାଁରେ ଏକ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ଖୋଲିଥିଲେ । ରସୁଲଗଡ଼ର ପଳାଶୁଣୀ ଅଞ୍ଚଳରେ ଏକ ବିଲ୍ଡିଂ ପ୍ରୋଜେକ୍ଟ ନେଇ ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ଇନ୍ଦିରାଙ୍କ ସମେତ ୬ ଜଣ ଫ୍ଲାଟ୍‌ କିଣିବା ପାଇଁ ଶୁଭେନ୍ଦୁଙ୍କ ସହ ଯୋଗାଯୋଗ କରିଥିଲେ । ୨୦୧୫ ମସିହା ଶେଷ ସୁଦ୍ଧା ୨ ବିଏଚ୍‌କେ ଫ୍ଲାଟ୍‌ ୩୫ ଲକ୍ଷ ଓ ୩ ବିଏଚ୍‌କେ ଫ୍ଲାଟ୍‌ ୪୫ ଲକ୍ଷ ଟଙ୍କାରେ ଯୋଗାଇ ଦେବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଏନେଇ ସମସ୍ତଙ୍କ ଠାରୁ ପ୍ରାୟ ୯୦ ପ୍ରତିଶତ ରାଶି ଶୁଭେନ୍ଦୁ ନେଇ ଯାଇଥିଲେ । ହେଲେ ଠିକଣା ସମୟରେ ଫ୍ଲାଟ୍‌ ଦେଇନଥିଲେ । ବିନିଯୋଗ କରିଥିବା ବ୍ୟକ୍ତି ଟଙ୍କା ଫେରସ୍ତ ମାଗିଥିଲେ । କିନ୍ତୁ ଶୁଭେନ୍ଦୁ ସେମାନଙ୍କୁ ଧରାଛୁଆଁ ଦେଇନଥିଲେ । ଏପରିକି ବରମୁଣ୍ଡାରେ ଥିବା ଅଫିସ୍‌ରେ ତାଲା ଝୁଲାଇ କେଉଁଆଡ଼େ ଖସି ଯାଇଥିଲେ । ଏନେଇ ଇନ୍ଦିରା ଅଗଷ୍ଟ ୧୮ ତାରିଖରେ ଏକ ଅଭିଯୋଗ ଥାନାରେ ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଗତକାଲି ଶୁଭେନ୍ଦୁଙ୍କୁ ଶୈଳଶ୍ରୀବିହାରସ୍ଥିତ ଘରୁ ଉଠାଇ ଆଣିଛି ।

ପୁଲିସ୍‌ କହିଛି, ଶୁଭେନ୍ଦୁଙ୍କ ନାଁରେ ପୂର୍ବରୁ ଜମି ଠକେଇ ଅଭିଯୋଗ ରହିଛି । ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ଏକ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିଥିଲା । ଶୁଭେନ୍ଦୁ ସହରର ଅନ୍ୟ ସ୍ଥାନରେ ବିଭିନ୍ନ ପ୍ରୋଜେକ୍ଟ ଜରିଆରେ ଲୋକଙ୍କୁ ଠକୁଥିବା ସୂଚନା ମିଳିଛି । ଏନେଇ ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର