PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

ଥାନା IICଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଜାତି ଜାଲିଆତି କରି ହାତେଇଛନ୍ତି ଚାକିରୀ !

ସମ୍ବଲପୁର, ୨୩/୨ : ସମ୍ବଲପୁର ଟାଉନ ଥାନା ଆଇଆଇସିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ତେବେ ଏହି ୪୨୦ DSP ଜଣେ ଏମିତି ସେମିତି ପୋଲିସ ନୁହେଁ ବରଂ ନଗଦ ଉପରେ ପ୍ରମୋସନ ପାଇଥିବା ଜଣେ DSP ରମେଶ ଦୋରାଙ୍କ ନାଁରେ ଆସିଛି ଜାତି ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ । ରମେଶ ଦୋରା ଜାତି ଜାଲିଆତି କରି ଚାକିରୀ ପାଇଥିବା ଅଭିଯୋଗ ହେବାପରେ ଏନେଇ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ଦୁଇ ମାମଲାରେ ପୋଲିସ DG, ସମ୍ବଲପୁର SP, ଉତ୍ତରାଞ୍ଚଳ RDC, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସହ DSP ଦୋରାଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାନୁଯାୟୀ, ସମ୍ବଲପୁର ଟାଉନ ଥାନା ଆଇଆଇସି ରମେଶ ଦୋରାଙ୍କ ନାମରେ ଜାତି ଜାଲିଆତି କରି ଚାକିରୀ ପାଇଥିବା ଅଭିଯୋଗ ହୋଇଛି। ରମେଶ ଦୋରାଙ୍କ ମୂଳ ଜାତି ତେଲେଙ୍ଗା ଯାହାକି OBC/SEBCରେ ଆସୁଛି। କିନ୍ତୁ ସେ ଚାକିରୀ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟରେ ନିଜକୁ କଣ୍ଡ ଯାହାକି ତଫସିଲ ଭୁକ୍ତ ଜନଜାତି ଦର୍ଶାଇଥିବା ଅଭିଯୋଗ ହୋଇଛି। ତେବେ ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରା କିଛି ଦିନ ତଳେ DSPକୁ ପ୍ରମୋସନ ପାଇଥିଲେ। ତାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଂ ଦିଆଯାଇନଥିବାରୁ ସେ ପୂର୍ବଭଳି IIC ଦାୟିତ୍ଵରେ ରହିଛନ୍ତି । ଠିକ୍ ଏହି ସମୟରେ ତାଙ୍କ ନାମରେ ଜାତି ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଏନେଇ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ DG, ସମ୍ବଲପୁର SP, ଉତ୍ତରାଞ୍ଚଳ RDC, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସହ DSP ଦୋରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ବଲପୁର SP ଏହାର ତଦନ୍ତ ଦାୟିତ୍ଵ ସଦର SDPOଙ୍କୁ ଦେଇଛନ୍ତି ।

ସମ୍ବନ୍ଧିତ ଖବର