ଅଗଷ୍ଟ ୨୫ରୁ ସମ୍ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କର ହେବ ମାଗଣା ଅପରେସନ, ଯୋଗ ଦେବେ ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚିକିତ୍ସକ

ଭୁବନେଶ୍ବର ୬|୮: ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସମ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ କରାଯିବ । ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯିବ । 

ଆଇଏମଏସ୍‌ ସମ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ କରାଯିବ । ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ହସ୍ପିଟାଲର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସରେ ଏହି ଅପରେସନର କରାଯିବ । ଆମେରିକା, ଇଂଲଣ୍ଡ, ଅଷ୍ଟେ୍ରଲିଆ, ସ୍ବିଡେନ୍‌ ଭଳି ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚିକିତ୍ସକଙ୍କ ସମେତ ମୋଟ ୫୦ଜଣ ଡାକ୍ତର ଶିଶୁମାନଙ୍କ ଅପରେସନ ପ୍ରକ୍ରିୟାରେ ଯୋଗଦେବେ । ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯିବ ।ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ପିଲାମାନେ ଏହି ମାଗଣା ଅପରେସନର ସୁଯୋଗ ନେଇପାରିବେ ।

ମୁଖ୍ୟତଃ ଗର୍ଭଧାରଣ ସମୟରେ ମାଆମାନଙ୍କ କ୍ଷେତ୍ରରେ ନ୍ୟୁଟ୍ରିସନ ଅଭାବ, ରକ୍ତ ସମ୍ପର୍କୀୟଙ୍କ ସହ ବିବାହ କିମ୍ବା ବଂଶାନୁକ୍ରମ ଜନିତ କାରଣରୁ ଗ୍ରହଣ ଖଣ୍ଡିଆ ଶିଶୁ ଜନ୍ମ ହେବାର ଦେଖାଯାଏ । ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ସହ ଏହାର କୌଣସି ସମ୍ପର୍କ ନାହିଁ । ତେବେ ଚକିତ୍ସା ଦ୍ବାରା ଗ୍ରହଣ ଖଣ୍ଡିଆ ଶିଶୁଙ୍କୁ ସମ୍ପୂର୍ଣ୍ଣ ଭଲ କରାଯାଇପାରିବ ।

ଆଇଏମସ୍‌ ସମ୍‌ ହସ୍ପିଟାଲ ପକ୍ଷରୁ ବିଭିନ୍ନ ସମୟରେ ଏଭଳି କ୍ୟାମ୍ପଗୁଡ଼ିକର ଆୟୋଜନ କରାଯାଇ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏଥି ପାଇଁ ଆପଣ ୯୫୫୬୪୨୨୨୦୪  ୭୯୭୮୩୦୫୩୪୩ ନମ୍ବରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ।

   ସମ୍ବନ୍ଧିତ ଖବର


କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର