PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଅମୃତଧାରା- ଓଡିଶାରେ ମାଗଣାରେ ଅମ୍ଳଜାନ ଆଶ୍ରୟସ୍ଥଳୀ ଉଦ୍‌ଘାଟିତ

ଭୁବନେଶ୍ୱର – କରୋନା ମହାମାରୀ ସମୟରେ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ବୃଦ୍ଧି ପାଇଛି । ରାଜ୍ୟରେ ଅନେକ କରୋନା ଆକ୍ରନ୍ତ ଅମ୍ଳଜାନ ଆବଶ୍ୟକତା କରୁଛନ୍ତି । ତେବେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି ବେଶ୍‌ ଭଲ ଅଛି । ଲୋକଙ୍କର ଅମ୍ଳଜାନ ଆବଶ୍ୟକତାକୁ ଆଖି ଆଗରେ ରଖି ସ୍ମାଇଲ୍‌ ପ୍ଲିଜ୍‌ ସ୍ପର୍ଶ ହସ୍‌ପିଟାଲ୍‌ ଏବଂ ଓଡିଶା ସୋସାଇଟି ଅଫ୍‌ ଦ ଆମେରିକା ହେଲ୍ଥ ଏଣ୍ଡ ଓ୍ୱେଲ୍‌ନେସ୍‌ ଗ୍ରୁପ୍‌ ପକ୍ଷରୁ ଅମୃତ ଧାରା ନାମରେ ନିଶୁଳ୍କ ବା ମାଗଣା ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି । ବିନାମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ । ଡାକ୍ତରଖାନାକୁ ଜୀବନ ଜ୍ୟୋତି ଆମ୍ବୁଲାନ୍ସରେ ମେଡିକାଲ୍‌କୁ ସ୍ଥାନାନ୍ତର କରାଯିବ ।

ଏହିକେନ୍ଦ୍ରକୁ ଯୋଗା ଯୋଗ କରିବା ପାଇଁ ନମ୍ବର ହେଲା ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ।

ଭୁବନେଶ୍ୱର ପଟିଆରେ ଥିବା ତ୍ରିଷ୍ଣା ବାନ୍‌କ୍ୱେଟ୍‌ରେ ଏହାକୁ ଆରମ୍ଭ କରାଯାଇଛି । କୋଭିଡ୍ ଆକ୍ରାନ୍ତଙ୍କୁ ଡାକ୍ତରଖାନା ମିଳିବା ପର୍ଯ୍ୟନ୍ତ ସେମାନେ ଏଠାରେ ରହି ନିଶୁଳ୍କ ଅମ୍ଳଜାନ ନେଇ ପାରିବେ ।ଏଠାରେ ଚିକିତ୍ସା କରାଯିବ ନାହିଁ ମାତ୍ର ଡକ୍ତରନର୍ସଙ୍କ ଉପସ୍ଥିତିରେ ଏକ ଘଣ୍ଟାରୁ ଦୁଇ ଘଣ୍ଟା ଅମ୍ଳଜାନ ଦିଆଯିବ ।
ବୁଧବାରରେ ଏହାର ଉଦ୍‌ଘାଟନ କରାଯାଇଥିଲା । ଏଥିରେ ବିଧାୟକ ସୁରେଶ ରାଉତ, ଡାକ୍ତର ପ୍ରିୟବ୍ରତ ଧୀର, ଅଭିନେତା ସବ୍ୟସାଚୀ ମିଶ୍ର, ସମାଜସେବୀ ପରଭିନ୍‌ ଅଗ୍ରଓ୍ୱାଲ ଡାକ୍ର ଅମ୍ରିତ ପାଟ୍ଟଯୋଶୀ, ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।