ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

କୋଲକାତା ୨୩/୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁରାରୁ ରାଜ୍ୟ ପାଇଁ ବଡ ଯୋଜନାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଯୋଗୁଁ ଇଲେକ୍ସନ ମୋଡକୁ ଆସିଯାଇଛନ୍ତି ଏବଂ ରାଜ୍ୟରେ ଆଗାମୀ ବର୍ଷ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମାଗଣା ଚାଉଳ ବାଣ୍ଟିବାକୁ ଘୋଷଣା କରିଛନ୍ତି । ମମତା ବାଙ୍କୁରାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ।

ସିଏମ୍ ମମତା ବାନାର୍ଜୀ କହିଛନ୍ତି କି ନୂଆ ପ୍ରୋଜେକ୍ଟରେ ୧ ଡିସେମ୍ବରରୁ କାମ ଆରମ୍ଭ ହେବ । ଏହି ଯୋଜନାର ନାଁ ଦିଆଯାଇଛି ‘ଡୋର ଟୁ ଡୋର ସରକାର’ । ଏହି ଯୋଜନାରେ ଯେପରି କେହି ହିତାଧିକାରୀ ବଞ୍ଚିତ ରହିନଯିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ମମତା ବାନାର୍ଜୀ ଏହି ଅବସରରେ କେନ୍ଦ୍ରସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ । ପଶ୍ଚିମବଙ୍ଗରେ ପୁଣି ତାଙ୍କ ସରକାର ହେବ ବୋଲି କହିଲେ ମମତା । ବାଙ୍କୁରାରେ ୩୨ ହଜାର ପ୍ରବାସୀ ଶ୍ରମିକଙ୍କୁ କାମ ମିଳିଛି । ରାଜ୍ୟ ସରକାର ସମସ୍ତଙ୍କ ପ୍ରତି ଧ୍ୟାନ ଦେଉଥିବା ସେ କହିଥିଲେ । କରୋନା ସମୟରେ ମଧ୍ୟ ପଶ୍ଚିମବଙ୍ଗରେ ଲୋକମାନେ  ଚାକିରୀ ହରାଇ ନଥିଲେ । ରାଜ୍ୟ ସରକାର ସରକାରୀ ଚାକିରୀ ପାଇଁ ଆବେଦନ କରିବାର ବୟସ ସୀମା ମଧ୍ୟ ବଢାଇ ଦେଇଥିଲେ । ରାଜ୍ୟରେ ବେକାରୀ ସମସ୍ୟା ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।