ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ନ୍ୟୁୟର୍କ- ଆଗରୁଆପଣ ଭାରତରେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଏବଂ ନେତା ବଡ ବଡ ଘୋଷଣା କରିଥିବା ଆପଣ ଜାଣିଥିବେ। ମାତ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀମାନେ ସେମାନଙ୍କ ମତଦାତାଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ଘୋଷଣା କରିଥାଆନ୍ତି । ଆମେରିକାର ଡୋମୋକ୍ରେଟିକ୍‌ ପ୍ରାର୍ଥୀ ବିଡେନ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ସମସ୍ତ ଆମେରିକୀୟ ନାଗରିକଙ୍କୁ ମାଗଣାରେ କରୋନା ଟାକି ଦେବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ଅନୁଷ୍ଠିତ ପ୍ରେସିଡେଣ୍ଟାଲ୍‌ ଡିବେଟ୍‌ରେ ଟ୍ରମ୍ପ ପରିବେଶ ପ୍ରଦୁଷଣକୁ ଗୁରୁତ୍ୱ ଦେଇଥିଲେ ।

ମାତ୍ର ଶୁକ୍ରବାରରେ ଅନୁଷ୍ଠିତ ହୋଇଥିବା ପ୍ରେସିଡେଣ୍ଟାଲ୍‌ ଡିବେଟ୍‌ରେ ରାଷ୍ଟ୍ରପତି ଟ୍ରମ୍ପ କରୋନା ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଡେମୋକ୍ରେଟିକ୍‌ ପ୍ରାର୍ଥୀ ବିଡେନ୍‌ କହିଛନ୍ତି ।ସେ ନିର୍ବାଚନରେ ବିଜୟୀ ହେଲେ ସମସ୍ତଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ସେମାନଙ୍କୁ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ହୋଇ ଥାଉ ବା ନଥାଉ ସେ ମାଗଣାରେ ଟିକା ଦେବେ ବୋଲି କହିଛନ୍ତି ।

ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ କରୋନାର ମୁକାବିଲା କରିଥିବା କଥା କହିଛନ୍ତି । ମାତ୍ର ଏଥିରେ ସେ ବିଫଳ ହୋଇଥିବା ବିଡେନ୍ କହିଛନ୍ତି । କରୋନାକୁ ଦୂର କରିବା ପାଇଁ ଆମେରିକାର ବିକାଶ କରାଯାଉଥିବା ବିଭିନ୍ନ ଟିକା ଯେପରି ସମସ୍ତଙ୍କୁମିଳିପାରିବ , ଲୋକଙ୍କୁ ମାଗଣାରେ ଟିକା ମିଳିପାରିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ବିଡେନ୍ କହିଛନ୍ତି ।

ଯେଉଁମାନଙ୍କୁ ପ୍ରଥମେ ଟିକା ଦେବା ଆବଶ୍ୟକ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ ପରେ ସମସ୍ତଙ୍କୁ ଟିକା ପ୍ରଦାନ କରାଯିବ ବୋଲି ବିଡେନ୍ କହିଛନ୍ତି । ଟ୍ରମ୍ପ ମହମାରୀର ମଜାକ ଉଡାଇଥିବା କଥା ବିଡେନ୍‌ କହିଛନ୍ତି ।