PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ମାର୍ଚ୍ଚ ୨୦୨୦ ସୁଦ୍ଧା ଅଢେଇ ଲକ୍ଷ ଗ୍ରାମରେ ମିଳିବ ଫ୍ରି ଓ୍ୱାଇଫାଇ

ନୂଆଦିଲ୍ଲୀ, ୨୬|୧୨:    ଭାରତ ନେଟ୍ ଜରିଆରେ ଦେଶର ପ୍ରାୟ ଅଢେଇ ଲକ୍ଷ ଗ୍ରାମକୁ ଫ୍ରି ଓ୍ୱାଇଫାଇରେ ଯୋଡାଯିବ। ଏହି କାମ ମାର୍ଚ୍ଚ ୨୦୨୦ ସୁଦ୍ଧା ସରିବ ବୋଲି କହିଛନ୍ତି କେନ୍ଦ୍ର ଦୂରସଂଚାର ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

ସେ କହିଛନ୍ତି ଯେ, ସରକାର ୧.୩ ଲକ୍ଷ ଗ୍ରାମକୁ ଇଣ୍ଟରନେଟ୍ ଅପଟିକାଲ୍ ଫାଇବରରେ ଯୋଡି ସାରିଛନ୍ତି। କିନ୍ତୁ ଏହାକୁ ୨.୫ ଲକ୍ଷକୁ ପହଁଚାଇବା ସରକାରଙ୍କ ଲକ୍ଷ୍ୟ ରହିଛି।ଭାରତ ନେଟରେ ସାମିଲ ଥିବା ସମସ୍ତ ଗ୍ରାମକୁ ମାଗଣା ଓ୍ୱାଇଫାଇ ପ୍ରଦାନ କରାଯିବ। ବର୍ତ୍ତମାନ ୪୮,୦୦୦ ଗ୍ରାମରେ ଫ୍ରି ଓ୍ୱାଇଫାଇ ସୁବିଧା ମିଳୁଛି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେବା କେନ୍ଦ୍ର ବା ସିଏସସିରେ ବ୍ୟାଙ୍କିଂ ସେବାକୁ ଉପଲବ୍ଧ କରାଯିବ। ଏହି କେନ୍ଦ୍ର ସଂଖ୍ୟା ୨୦୧୪ରେ ୬୦ହଜାରରୁ ବୃଦ୍ଧି ପାଇ ୩.୬୦ ଲକ୍ଷ ହୋଇଯାଇଛି। ହରିୟାଣାରେ ଏହିଭଳି ୧୧,୦୦୦ ସିଏସସି ରହିଛି। ଯାହା ୬୫୦ଟି ସେବା ପ୍ରାଦାନ କରୁଛି। ସିଏସଇ ଇ-ଗଭର୍ଣ୍ଣାଂସ୍ ସର୍ଭିସ୍ ଲିମିଟେଡ୍ ଦେଶର ଗ୍ରାମକୁ ଡିଜିଟାଲ କରୁଛି।

ସିଏସସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦିନେଶ ତ୍ୟାଗୀ କହିଛନ୍ତି ଯେ, ଡିଜିଟାଲ ଗ୍ରାମ ଯୋଜନାରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ସହ ଡିଜିଟାଲର ଅନ୍ତର କମ କରାଯିବ।