କରୋନା ଯୋଗୁଁ ଆମେରିକାରେ ଫ୍ରି Wifi, ୨ ମାସ ସମ୍ପୂର୍ଣ୍ଣ ମାଗଣା

ୱାଶିଂଟନ୍ ୧୫/୩: ଆମେରିକାରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମକଷ୍ଟ(Comcast) ୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କରିବାକୁ ଘୋଷଣା କରିଛି । କରୋନା ଭାଇରସ ବ୍ୟାପିବାରୁ ଏମିତି ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା  ଲୋକମାନେ ନିଜ ପ୍ରିୟଜନଙ୍କ ସହ ସମ୍ପର୍କ ରଖିବାରେ  କୌଣସି ଅସୁବିଧା ନହେବ  । କମକଷ୍ଟ ଅନୁଯାୟୀ, ହଟସ୍ପଟ୍ ମାଧ୍ୟମରେ ସାରା ଦେଶରେ ମାଗଣା ୱାଇଫାଇ ଉପଲବ୍ଧ ହେଉଛି।

ଏଥିରେ ପ୍ରଥମେ ହଟସ୍ପଟରେ ‘xfinitywifi’ ଚୟନ କରିବାକୁ ପଡିବ । ଏହା ପରେ ହଟସ୍ପଟରେ ନଟୱର୍କ ନାଁ ଆସିବ ଯାହା ପରେ ବ୍ରାଉଜର ଲଞ୍ଚ ହେବ ।  Xfinity Internet ଗ୍ରାହକ ନିଜ ୟୁଜରନେମ୍ ଓ ପାସୱର୍ଡ ଦେବାମାତ୍ରେ ଅଟୋମେଟିକାଲି  Xfinity ହଟସ୍ପଟ୍ ସହି କନେକ୍ଟ ହୋଇଯିବ ।

ଏହା ବ୍ୟତୀତ, ଯେଉଁମାନେ Xfinity ଇଣ୍ଟରନେଟର ସବସ୍କ୍ରାଇବର ନୁହଁନ୍ତି, ସେମାନଙ୍କୁ ‘Not an Xfinity internet customer’ ବିଭାଗକୁ ଯାଇ ସାଇନ୍-ଇନ୍ ପୃଷ୍ଠାରୁ ଆରମ୍ଭ କରିବାକୁ ପଡିବ । ଅଣ-ଗ୍ରାହକଙ୍କୁ ପ୍ରତି ଦୁଇ ଘଣ୍ଟାରେ କମ୍ପ୍ଲିମେଣ୍ଟ୍ରୀ ସେସନକୁ ରିନ୍ୟୁ କରିବାକୁ ଅନୁମତି ମିଳିବ ।

କମ୍ପାନୀ ଘୋଷଣା କରିଛି କି ବର୍ତ୍ତମାନ ପାଇଁ ଡାଟା ପ୍ଲାନର କୌଣସି ଲିମିଟ୍ ନାହିଁ । କମକଷ୍ଟ ନିଜ ଷ୍ଟେଟମେଣ୍ଟରେ କହିଛି କି କରୋନା ଭାଇରସ ଯୋଗୁଁ ଘରୁ କାମ ଓ ପାଠ ପଢୁଥିବା ଆମ କଷ୍ଟମର ଯାଗୁଁ ଆମେ ଫ୍ରି ଡାଟା ଦେବା ପାଇଁ ଚାହୁଁଛୁ । ଏହା ଫଳରେ ବିନା କୌଣସି ସମସ୍ୟାରେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ  । କମ୍ପାନୀ ଏହା ମଧ୍ୟ କହିଛି ଯେ ୬୦ ଦିନ ପର୍ଯ୍ୟନ୍ତ ବିନା କୌଣସି ଚାର୍ଜରେ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ପ୍ରଦାନ କରାଯିବ ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍