PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଜିଠୁ ଫ୍ରେଞ୍ଚ ଓପନ, ୨୧ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଲକ୍ଷ୍ୟରେ ନାଦାଲ

ପ୍ୟାରିସ,୩୦/୦୫: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନର ମୁଖ୍ୟ ରାଉଣ୍ଡ । ରୋଲାଣ୍ଡ ଗ୍ୟାରସ ପ୍ରସ୍ତୁତ । ପ୍ରଥମ ଥର ପାଇଁ ଦର୍ଶକ ମଧ୍ୟ ଷ୍ଟାଡିୟମ୍‌ରେ ବସି ମ୍ୟାଚ୍‌ ଦେଖିବେ । ଗତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଳମ୍ବରେ ଫ୍ରେଞ୍ଚ ଓପନ ଅନୁଷ୍ଠିତ ହୋଇଥିଲା । ଏଥର ସଠିକ୍‌ ସମୟରେ ଟୁର୍ଣ୍ଣାମେଣ୍ଟଆୟୋଜନ କରାଯାଉଛି ।

ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର ମଧ୍ୟ ରାଫେଲ ନାଦାଲ ପୁରୁଷ ସିଙ୍ଗଲ୍ସରେ ଟାଇଟଲ ଦାବିଦାର ରୂପେ ଉଭା ହେବେ । ସେ ରୋଲାଣ୍ଡ ଗ୍ୟାରସ୍‌ରେ ୧୩ଥର ଚାମ୍ପିଅନ୍‌ ହୋଇସାରିଲେଣି । ତେଣୁ ଏଥର ତାଙ୍କ ବିଜୟ ଧାରାରେ ବ୍ରେକ୍‌ ଲଗାଇବା ଭଳି ଜଣେ ଖେଳାଳି ଅପେକ୍ଷାରେ ଦର୍ଶକ ରହିଛନ୍ତି । ନାଦାଲ ମଧ୍ୟ ସର୍ବାଧିକ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିବାରେ ରେକର୍ଡ କରିବା ସମ୍ଭାବନା ରହିଛି । ସେ ଇତି ମଧ୍ୟରେ ୨୦ଟି ଗ୍ରାଣ୍ଡସ୍ଲାମ୍‌ ଜିତି ରୋଜର ଫେଡେରରଙ୍କ ସମକକ୍ଷ ରହିଛନ୍ତି ।

ପୁରୁଷ ସିଙ୍ଗଲ୍ସ ବେଶ୍‌ ରୋମାଞ୍ଚକର ହେବା ନିଶ୍ଚିତ । ଫାଇନାଲ୍‌ ପୂର୍ବରୁ ୧୩ଥର ଚାମ୍ପିଅନ୍‌ ରାଫେଲ ନାଦାଲ ଓ ଟପ୍‌ ସିଡ୍‌ ନୋଭାକ୍‌ ଜୋକୋଭିକ୍‌ ପରସ୍ପରକୁ ଭେଟି ସାରିଥିବେ । ଦୀର୍ଘ ଦିନ ପରେ ରୋଲାଣ୍ଡ ଗ୍ୟାରସ୍‌କୁ ଓହ୍ଲାଇବାକୁ ଯାଉଥିବା ଫେଡେରର ବିଜୟ ଜାରି ରଖିଲେ କ୍ୱାର୍ଟର ଫାଇନାଲ୍‌ରେ ଜୋକୋଭିକ୍‌ଙ୍କୁ ଭେଟିବେ । ସେହିପରି ନାଦାଲ ମଧ୍ୟ ବିଜୟ ଜାରି ରଖିଲେ ସେମି ଫାଇନାଲ୍‌ରେ ଜୋକୋଭିକ କିମ୍ବା ଫେଡେରରଙ୍କ ମଧ୍ୟରୁ ଜଣଙ୍କୁ ଭେଟିବେ । ମୋଟ୍‌ ଉପରେ ଦେଖିବାକୁ ଗଲେ ଫାଇନାଲ୍‌ରେ ୩ ଭେଟେରାନଙ୍କ ମଧ୍ୟରୁ କେବଳ ଜଣେ ପ୍ରବେଶ କରିବାର ସମ୍ଭାବନା ରହିଛି ।

ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଗା ସ୍ୱିଟେକ୍‌ଙ୍କ ଉପରେ ନଜର ରହିବ । ଗତ ବର୍ଷ ଫ୍ରେଞ୍ଚ ଓପନ ପୂର୍ବରୁ ସେ ଥିଲେ ଅପରିଚିତ । ହେଲେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ସେ ଚାମ୍ପିଅନ୍‌ ହୋଇଥିଲେ । ଚଳିତ ବର୍ଷ ସେ ଇଟାଲିଆନ୍‌ ଓପନ ଜିତି ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିସାରିଛନ୍ତି ।

ସେହିପରି ଟପ୍‌ ସିଡ୍‌ ଆସଲି ବାର୍ଟି ଗୋଟିଏ ବର୍ଷର ବ୍ୟବଧାନ ପରେ ରୋଲାଣ୍ଡ ଗ୍ୟାରସକୁ ଫେରୁଛନ୍ତି । ସେ ୨୦୧୯ରେ ଚାମ୍ପିଅନ୍‌ ହୋଇଥିଲେ। ଏଥର ମଧ୍ୟ ସେ ଟାଇଟଲ ଦାବିଦାର ରହିବେ । ଦ୍ୱିତୀୟ ସିଡ୍‌ ନାଓମି ଓସାକା ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ । ଏହି ସଫଳତାକୁ ଫ୍ରେଞ୍ଚ ଓପନରେ ଦୋହରାଇବାକୁ ସେ ପ୍ରୟାସ କରିବେ । ଅବଶ୍ୟ କ୍ଲେ କୋର୍ଟରେ ସେ ସେତେ ସଫଳ ହୋଇନାହାନ୍ତି । ତୃତୀୟ ସିଡ୍‌ ଅର୍ନ୍ୟା ସାବାଲେଙ୍କାକୁ ନେଇ ସମ୍ପ୍ରତି ଜୋରଦାର ଚର୍ଚ୍ଚା ଚାଲିଛି । ସେ ଚଳିତ ବର୍ଷ କ୍ଲେ କୋର୍ଟରେ ୧୩ଟି ମ୍ୟାଚ୍‌ ଖେଳି ୧୧ଟିରେ ବିଜୟୀ ହୋଇଛନ୍ତି।

ପ୍ରଥମ ଦିବସର କିଛି ଗୁରୁତ୍ୱପୂର୍ଣ୍ଣ ମୁକାବିଲା

ମହିଳା ସିଙ୍ଗଲ୍ସ

  • ନାଓମି ଓସାକା ବନାମ ମାରିଆ ପାଟ୍ରିସିଆ ଟିଗ
  • ଅର୍ନ୍ୟା ସାବାଲେଙ୍କା ବନାମ ଆନ୍ନା କେଞ୍ଜୁ
  • ପେଟ୍ରା ଭିଟୋଭା ବନାମ ଗ୍ରୀଟ୍‌ ମିନେନ
  • ଭିକ୍ଟୋରିଆ ଆଜାରେଙ୍କା ବନାମ ସ୍ୱେତଲାନା କୁଜନେତସୋଭା

ପୁରୁଷ ସିଙ୍ଗଲ୍ସ

  • ଡୋମିନିକ ଥିମ ବନାମ ପାବଲୋ ଆଣ୍ଡୁଜର
  • ଷ୍ଟିଫାନସ ସିସିପାସ ବନାମ ଜେରେମି ଚାର୍ଡି
  • ଆଲେଜାଣ୍ଡର ଭେରେଭ ବନାମ ଓସ୍କାର ଓଟ୍ଟେ
  • ରୋବେର୍ଟୋ ବୌତିସ୍ତା ଅଗୁଟ୍‌ ବନାମ ଭିଲେଲା ମାର୍ଟିନେଜ