ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ନୂଆଦିଲ୍ଲୀ – ଆମ ଦେଶର ସୈନିକ ଆଉ ଖାଇବେନି ଡବା ବନ୍ଦ ଥିବା ପ୍ରୋସେସ୍ଡ ପରିବା । ଏଥର ସେମାନେ ଖାଇବେ ତାଜା ଓ ସ୍ୱାଦଯୁକ୍ତ ପରିବା। ନିଜର ବଙ୍କରରେ ସେମାନେ ନିଜେ ହିଁ ଏହି ପରିବା ଫଳାଇଛନ୍ତି। ଏହି ଚମତ୍କାର ଆଧୁନିକ ଜ୍ଞାନ ଓ ବିଜ୍ଞାନର ଅଟେ । ଯାହା ସାହାଯ୍ୟରେ  ଏହି ସବୁଜ ପରିବା ମାଇକ୍ରୋ ଗ୍ରୀନ୍‌ ଭେଜିଟେବଲ ବିନା ମାଟିରେ ଓ ଅଳ୍ପ ପାଣିରେ ଉତ୍ପନ୍ନ ହୋଇପାରିବ।

ଏହି ପରିବା ପ୍ରସ୍ତୁତ ହେବାରେ ମାତ୍ର ୨ ସପ୍ତାହ ଲାଗିବ । ଲଦ୍ଦାଖ ଭଳି ଦୁର୍ଗମ ଅଞ୍ଚଳରେ ମୁତୟନ ଯବାନଙ୍କୁ ଏହାର ସ୍ୱାଦ ବହୁତ ପସନ୍ଦ ଆସିବ ।  

ଲେହ ସ୍ଥିତ  ଡିଫେନ୍ସ  ଇଷ୍ଟିଚ୍ୟୁଟ୍‌ ଫର୍‌ ଆଲଟିଟ୍ୟୁଡ୍‌ ରିସର୍ଚ୍ଚ ଅର୍ଥାତ୍ DIHAR ର  ଲ୍ୟାବ୍‌ରେ  ଏହି ମାଇକ୍ରୋ ଗ୍ରୀନ୍‌ ପନିପରିବାକୁ ପ୍ରସ୍ତୁତ କରାଯାଇଛି । ଲ୍ୟାବ୍‌ ବୈଜ୍ଞାନିକ ଡାଃ ଦୋରଜେ କହିଛନ୍ତି କି  ଏହି ପରିବାକୁ ଲଗାଇବା ପାଇଁ ମାଟି ପରିବର୍ତ୍ତେ କୋକୋ ପିଟ୍‌ ଅର୍ଥାତ୍‌ ନଡ଼ିଆର କତା ବ୍ୟବହାର କରାଯାଏ । ଏହାକୁ ଛୋଟ ଟ୍ରେରେ ପକାଇ ମଞ୍ଜି ପକାଇ ଦିଆଯାଏ ଏବଂ  ଦିନରେ କେବଳ ଥରେ ମାତ୍ର ପାଣି ଛିଞ୍ଚିବାକୁ ପଡ଼ିଥାଏ।

ଏହାକୁ ବଙ୍କରରେ ଯେକୌଣସି କୋଣରେ ଆରାମରେ ରଖାଯାଇ ପାରିବ ଏବଂ ଏହାକୁ ଖରା ବା ଆଲୋକର ଆବଶ୍ୟକତା ନାହିଁ। 

ମଞ୍ଜିରୁ ୨ ସପ୍ତାହରେ ଅଙ୍କୁରୋଦମ ହୁଏ ଏବଂ ଯାହାର ଛୋଟ ଛୋଟ ପତ୍ରର ସ୍ୱାଦ ଓ ମହକ ତାଜା ପରିବା ଭଳି ହୋଇଥାଏ । ଯବାନମାନେ ଏହାକୁ ସାଲାଡ଼ ଭାବେ ମଧ୍ୟ ଖାଇ ପାରିବେ ଏବଂ ଏହିଭଳି ଭାବେ ସେମାନେ ପ୍ରୋସେସ୍‌ଡ ଫୁଡ୍‌ ଖାଇବା କାରଣରୁ ହେଉଥିବା  ଅବସାଦରୁ ରକ୍ଷା ପାଇପାରିବେ।

ପୌଷ୍ଟିକତାରେ ପୂର୍ଣ୍ଣ ଏହି ଡିଫେନ୍ସ ଲ୍ୟାବ୍‌ର ପରିବା –

ଡିହାରର ନିର୍ଦ୍ଦେଶକ ଡାଃ ଓମ୍‌ ପ୍ରକାଶ ଚୌରାସିଆ କହିଛନ୍ତି କି ଏହି ପତ୍ରରେ ସ୍ୱାଦ ଓ ମହକ ବ୍ୟତୀତ ସେହି ସବୁ ପୋଷକ ତତ୍ତ୍ୱ ରହିଥାଏ , ଯାହା ତାଜା ପରିବାରେ ମିଳିଥାଏ। କିନ୍ତୁ  ଏହାର ସବୁଠି ବଡ଼ ଫାଇଦା  ଏହା ହେବ କି ଯବାନଙ୍କୁ ନିଜର ଦୈନିକ ଫିକ୍ସଡ୍‌ ଦିନଚର୍ଯ୍ୟାରେ ମନକୁ ଭଲ ଅନୁଭବ ପାଇଁ ଏକ ସୁସ୍ଥ ଉପାୟ ମିଳିବ।

ଗାଁ ମାନଙ୍କରୁ ଆସିଥିବା ସୈନିକମାନଙ୍କ ପାଇଁ ଏହା କ୍ଷେତ ସହ ଯୋଡ଼ି ହେବା ଭଳି ଅନୁଭବ ହେବ । ଯେଉଁଥିରେ ତାଙ୍କର ଚିନ୍ତା କମ୍‌ ହେବ। ଏହି ମାଇକ୍ରୋ ଗ୍ରୀନ୍‌ରେ ମୂଳା , କୋବି , ମଟର ଭଳି ପରିବା ହୋଇପାରିବ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…