ଶୁକ୍ରବାର ରାଶିଫଳ

ଶୁକ୍ରବାର ପଞ୍ଜିକା
ତା.୨୧.୦୮.୨୦୨୦ରିଖ, ସିଂହ ୬ ଦିନ, ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା ଶୁକ୍ରବାର । ତୃତୀୟା-ରାତ୍ରି ୧୧ଟା ୯ ମିନିଟ୍‌ ପୂର୍ବ ଉତ୍ତରା ଫାଲଗୁନୀ- ରାତ୍ରି ୯ଟା ୨୫ ମିନିଟ୍‌ କନ୍ୟାଚନ୍ଦ୍ର- ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୨୯ ମିନିଟ୍‌ ୪୧ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୫୯ ମିନିଟ୍‌ ୫୦ ସେକେଣ୍ଡ । ମୃତେ ରାତ୍ରି ୯ଟା ୩୨ ମିନିଟ୍‌ ମଧ୍ୟ ଏକପାଦ ପୁଷ୍କର ଦୋଷ । ପୋଟଳ ଖାଇବା ମନା, ଖାଇଲେ ଶତ୍ରୁବୃଦ୍ଧି । ଅଦ୍ୟ ବାଲି ତୃତୀୟା ।

ଶୁକ୍ରବାର ରାଶିଫଳ
ମେଷ : ରୋଗ, ଋଣ, ଶତ୍ରୁ ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗ ପାଇବେ । ପରିବାରରେ ଶାନ୍ତି ଓ ସ୍ୱଜନଙ୍କ ସହ ସମ୍ପର୍କ ନିବଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ କର୍ମରେ ସଫଳ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା: ରାମାୟଣ ପାଠ ।

ବୃଷ : ଘାତଚନ୍ଦ୍ର ହେତୁ ଯାନବାହନ ଓ ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । କର୍ମସ୍ଥାନରେ ଅପମାନ, ଅପଯଶ ପାଇପାରନ୍ତି । ମାନସମ୍ମାନ ହାନି ଓ ସନ୍ତାନମାନେ ଅବଜ୍ଞା କରିବେ । ପରିବାରରେ ଅଶାନ୍ତି ଓ ମନରେ ଅସ୍ଥିରତା ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସୁକର୍ମରୁ ଦୂରେଇଯିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-କମଳା ।

ମିଥୁନ : ବନ୍ଧୁବାନ୍ଧବ, ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର । ଯାନବାହନରେ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି ଓ ମାଲି ମକଦ୍ଦମାରେ ପଡିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଅଶାନ୍ତି, ବାଧାବିଘ୍ନ ଉପୁଜିବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ ଅସ୍ଥିରମନା ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା-ବିଷ୍ଣୁ ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ, ସହଯୋଗ ପାଇବେ ଓ ଭ୍ରାତାଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ପରିବାରରେ ଆଦର ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ଚନ୍ଦ୍ର ପୁରାଣ ପଠନ ।

ସିଂହ : କର୍ମରେ ଉନ୍ନତି ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ଆକସ୍ମିକ ଧନଲାଭ ଓ ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା- ଆଦିତ୍ୟ ହୃଦୟ ପାଠ ।

କନ୍ୟା: ସୁଖାଦ୍ୟ, ସୁବସନ ଓ ମାନସମ୍ମାନ ଲାଭ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମସ୍ଥାନରେ ସମସ୍ତଙ୍କର ପ୍ରଶଂସା ପାଇବେ । ମନ ପ୍ରଫୁଲ୍ଲ ରହିବ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା: ପୁରୁଷ ସୂକ୍ତ ପଠନ ।

ତୁଳା : ଅପବ୍ୟୟ, ଅପବାଦ ଓ ଅପଯଶ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ଅସ୍ଥିରତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରରେ ଅଶାନ୍ତି ଓ ପରିବାରର ବ୍ୟୟ ଭାରରେ ଅତିଷ୍ଠ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବସନ ଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ରାମତାରକ ମନ୍ତ୍ର ଜପ ।

ବିଛା : ଘାତବାର ହେତୁ ବାଦବିଦାବ ଓ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ ଭୂମି କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ହନୁମାନ ।

ଧନୁ : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ଚେଷ୍ଟା ଜାରି ରଖିବେ । ନୂତନ ନିଯୁକ୍ତି କିମ୍ବା ନୂତନ କର୍ମାରମ୍ଭର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅତ୍ୟଧିକ ଆଗ୍ରହୀ ଓ ପରିଶ୍ରମ କରିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।

ମକର : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳ ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ । ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ନୂତନ ଭୂମି କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ । ମହିଳାମାନେ ଗୁରୁଜନଙ୍କ ସେବା କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗା ।

କୁମ୍ଭ : ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ବିରକ୍ତିଭାବ ଓ ଶାରୀରିକ ପୀଡ଼ା ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ କ୍ଷତିରେ ଚାଲିବ । କର୍ମ ପ୍ରତି ଅନାଗ୍ରହ ଭାବ ଓ କର୍ମରେ ଅସଫଳ ହେବେ । ପରିବାରରେ ଅଶାନ୍ତି ଓ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଶାରୀରିକ ପୀଡା ପାଇବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-କାଳୀ ।

ମୀନ: ଘାତବାର ହେତୁ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବାରୁ ସଜାଗ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ମହିଳା ସହକର୍ମୀ ସହଯୋଗ କରିବେ । ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ସ୍ୱାମୀ ସେବା କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଗଣେଶ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଶୁକ୍ର ମହାମନ୍ତ୍ରସ୍ୟ,
ଭରଦ୍ୱାଜ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ଶୁକ୍ର ଦେବତା ସୁପ୍ରୀତୟେ
ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୀଂ ଶ୍ରୀଂ ଶୁକ୍ରାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯସ୍ତିନ୍‌ ରୁଷ୍ଟେ ଭୟଂ ନାସ୍ତି
ତୁଷ୍ଟେ ନୈବ ଧନାଦଗମଃ ।
ନିଗ୍ରହୋଦନୁଗ୍ରହୋ ନାସ୍ତି
ସ ରୁଷ୍ଟଃ କିଂ କରିଷ୍ୟତି ।
ଭାବାର୍ଥ : ଯେଉଁ ବ୍ୟକ୍ତି କ୍ରୋଧ କଲେ କିଛି କ୍ଷତି କରିବାର ଭୟ ନାହିଁ ଓ ସନ୍ତୁଷ୍ଟ ହେଲେ କିଛି ଲାଭ ନାହିଁ, ଯାହାର ଦଣ୍ଡ ଦେବାର ସାମର୍ଥ୍ୟ ନାହିିଁ, ସେ ଅସନ୍ତୁଷ୍ଟ ହେଲେ ମଧ୍ୟ ସେପରି ବ୍ୟକ୍ତିକୁ ଭୟ କରିବାର ଆବଶ୍ୟକ ନ ଥାଏ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଚଳିତ ସପ୍ତାହର ରାଶିଫଳ

ଆଜିର ରାଶିଫଳ (୨୯/୧୧,ରବିବାର)