PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୨୩.୦୭.୨୦୨୧ରିଖ, କର୍କଟ ୮ ଦିନ, ଆଷାଢ଼ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଶୁକ୍ରବାର । ଚତୁର୍ଦ୍ଦଶୀ-ଦିବା ୧୦ଟା ୪୭ ମିିନିଟ୍‌, ପୂର୍ବାଷାଢ଼ା-ଦିବା ୨ଟା ୨୮ ମିନିଟ୍‌ । ଧନୁଚନ୍ଦ୍ର-ରାତ୍ରି ୮ଟା । ସୂର୍ଯ୍ୟୋଦୟ: ୫ଟା ୨୦ ମିନିଟ୍‌ ୧୯ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୨୫ ମିନିଟ୍‌ ୨୩ ସେକେଣ୍ଡ । ଯୋଗିନୀ ପଶ୍ଚିମେ, ଦିବା ୧୦ଟା ୪୭ ମିନିଟ୍‌ ଗତେ ବାୟବ୍ୟେ । ମୃତେ ଦିବା ୨ଟା ୨୮ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । ବିରିଦ୍ରବ୍ୟ ଖାଇବା ମନା । ଖାଇଲେ ଚିରରୋଗୀ । ଅଦ୍ୟ ଶ୍ରୀମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ, ଶ୍ରୀମହାପ୍ରଭୁଙ୍କ ନୀଳାଦ୍ରି ବିଜେ ।

ଶୁକ୍ରବାର ରାଶିଫଳ
ମେଷ: କର୍ମରେ ସଫଳତା, ସମ୍ମାନ ଓ ପଦସ୍ଥ କର୍ମଚାରୀଙ୍କ ସହାୟତା ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ଗୁରୁଜନଙ୍କ କୃପା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ । ମହିଳାମାନେ ଗୁରୁଜନଙ୍କ ସେବା କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ସ୍କନ୍ଦ ।

ବୃଷ: ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଯାନବାହନ ଆରୋହଣ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ବାଧାବିଘ୍ନ ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ମନରେ ଅସ୍ଥିରତା ଭାବ, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ କମଳା ।

ମିଥୁନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କ ସହାୟତା ଲାଭ କରିବେ । ମୂଲ୍ୟବାନ ଧାତୁ ଓ ବସନଭୂଷଣ କ୍ରୟ କରିବେ । ମାନସିକ, ପାରିବାରିକ ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା-ମା’ ତ୍ରିପୁରସୁନ୍ଦରୀ ।

କର୍କଟ: ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଓ ଶରୀର ଆରୋଗ୍ୟ ରହିବ । ଋଣମୁକ୍ତ ହେବାର ପ୍ରୟାସ ଜାରି ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହଯୋଗ ଲାଭ କରିବେ । ଆଚାର, ବ୍ୟବହାର, ଚାଲିଚଳନ ମାର୍ଜିତ ଓ ସର୍ବଜନ ଆଦୃତ ହେବେ ଓ ମନରେ ପ୍ରସନ୍ନତାଭାବ ବିରାଜମାନ କରିବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ସମ୍ମାନିତ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧, ଆରାଧନା-ପ୍ରଭୁ ନାରାୟଣ ।

ସିଂହ : ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧି ପାଇବ । ପରିବାରରେ ସୁଖଶାନ୍ତି, ପଡ଼ୋଶୀଙ୍କ ସହ ସୁସମ୍ପର୍କ ଓ ଦେହ ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମଘା ସିଂହ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଜାନନ ।

କନ୍ୟା: ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ସହ ମତାନ୍ତର, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନରେ ଅଧିକ କ୍ଷତି ଦେଖାଦେବ । କର୍ମରେ ସଫଳତା, ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ମାନସିକ ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୪, ଆରାଧନା-ପ୍ରଭୁ ନାରାୟଣ ।

ତୁଳା : ଘାତଚନ୍ଦ୍ର ହେତୁ ସମସ୍ତ କର୍ମରେ ବିଫଳତା, ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା, ପରିବାରରେ ମନୋମାଳିନ୍ୟ ଓ ଭାଇଭଉଣୀଙ୍କ ସହ ବିବାଦ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ବାଧାବିଘ୍ନ ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ ସମଲେଶ୍ୱରୀ ।

ବିଛା: ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ ଓ ମନରେ ଅସ୍ଥିରତା ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ବାଧାବିଘ୍ନ ଘଟିବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ ।

ଧନୁ: ଧନ, ମାନ, ସମ୍ମାନ, ସ୍ୱଜନ ଓ ପ୍ରିୟଜନ, ବନ୍ଧୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ, ଲକ୍ଷ୍ମୀଙ୍କର କୃପା ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଯେଉଁମାନଙ୍କର ମୂଳାଧନୁ ସେମାନେ ସୁଫଳ ପାଇବେ । ଘାତବାରର ପ୍ରଭାବ ବିଶେଷ ରହିବ ନାହିଁ । ବିଦ୍ୟାର୍ଥୀ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ସମସ୍ତ କର୍ମରେ ଅଯଥା ବିଳମ୍ବ, ଅଯଥା ଖର୍ଚ୍ଚ ଓ ଅନୁଚିତ କର୍ମ ପ୍ରତି ଅତ୍ୟଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଯାହା ହେବ ତା’ଠାରୁ ଅଧିକ ଖର୍ଚ୍ଚ ହେବ । କର୍ମ ପ୍ରତି ଅନାଗ୍ରହ ଭାବ ଓ ବିଘ୍ନ ଘଟିବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟବସାୟ କର୍ମକୁ ନେଇ ଦୂରସ୍ଥାନକୁ ନିଷ୍ଫଳ ଯାତ୍ରା କରିବେ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଘାତଚନ୍ଦ୍ର ହେତୁ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଧନକ୍ଷତି, କର୍ମ ପ୍ରତି ଓ ଆୟ ପ୍ରତି ବିପଦ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଓ ବ୍ୟବସାୟରେ ବିପଦ ମାଡ଼ି ଆସିବ । କର୍ମରେ ଅନାଗ୍ରହ ଓ ବାଧାବିଘ୍ନ ଘଟିବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ ଦକ୍ଷିଣକାଳୀ ।

ମୀନ: ଘାତବାର ହେତୁ ମନରେ ଅସ୍ଥିରତା ଓ ସାମାନ୍ୟ ଶାରୀରିକ ପୀଡ଼ା ପାଇପାରନ୍ତି । କର୍ମରେ ସଫଳତା ଓ କର୍ମ ପ୍ରତି ଏକାଗ୍ରତା ଏବଂ ଆନ୍ତରିକତା ଭାବ ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ, ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଓ ନୂତନ କର୍ମାରମ୍ଭର ଯୋଜନା କରିପାରନ୍ତି । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ କର୍ମରେ ଧ୍ୟାନ ଦେବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଶୁକ୍ର ମହାମନ୍ତ୍ରସ୍ୟ,
ଭରଦ୍ୱାଜ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଶୁକ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୀଂ ଶ୍ରୀଂ ଶୁକ୍ରାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯଦୀଚ୍ଛସି ବଶକର୍ତ୍ତୁଂ ଜଗଦେଳେନ କର୍ମଣା ।
ପରବାବାଦଶାସ୍ତ୍ରେଭୋ ଗାଂ ଚରନ୍ତି ନିବାରୟା ।ା
ଭାବାର୍ଥ: ଯଦି ସାରା ସଂସାରକୁ ବଶୀଭୂତ କରିବାକୁ ଚାହୁଁଥିବ ତାହେଲେ ଅନ୍ୟର ହାନି ଓ କଷ୍ଟ ହେଲା ଭଳି କଥା କୁହ ନାହିଁ । ଯେତେବେଳେ ବି ମନ ଏଭଳି କଥା କହିବାକୁ ଉଦ୍ୟମ କରିବ, ସେତେବେଳେ ତାକୁ ପ୍ରତିରୋଧ କର । ବଶୀକରଣର ଏହାଠାରୁ ବଳି ଅନ୍ୟ ଉପାୟ କିଛି ନାହିଁ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ