ଶୁକ୍ରବାର ରାଶିଫଳ

ଅଦ୍ୟ ତା.୨୩.୧୦.୨୦୨୦ରିଖ, ତୁଳା ୭ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ, ଶୁକ୍ରବାର । ସପ୍ତମୀ-ଦିବା ୭ ଘଣ୍ଟା ଉତ୍ତରାଷାଢ଼ା-ରାତ୍ରି ୧ଟା ୩୧ ମିନିଟ୍‌ ଧନୁ ଚନ୍ଦ୍ର-ଦିବା ୭ଟା ୦୫ ମିନିଟ୍‌ । ସୂର୍ଯ୍ୟୋଦୟ : ୫ଟା ୪୫ ମିନିଟ୍‌ ୨୯ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୬ ମିନିଟ୍‌ ୦୬ ସେକେଣ୍ଡ । ମୃତେ ଦ୍ୱିପାଦ, ଦିବା ୭ଟା ଗତେ ଏକପାଦ ପୁଷ୍କର ଦୋଷ । ନଡ଼ିଆ ଖାଇବା ମନା, ଖାଇଲେ ବୁଦ୍ଧିନଷ୍ଟ, ମୂର୍ଖ ହେବେ । ଅଦ୍ୟ ଶାରଦୀୟ ପୂଜାର ମହାସପ୍ତମୀ, ପୀଠେ ମହାଷ୍ଟମୀ ।

ଶୁକ୍ରବାର ରାଶିଫଳ
ମେଷ : କର୍ମ ପ୍ରତି ଅଧିକ ଧ୍ୟାନ ଦେବେ ଓ କର୍ମ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ଯତ୍ନବାନ ହେବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା: ମା’ ଚଣ୍ଡୀ ।

ବୃଷ : ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି, ପ୍ରମୋଶନ ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ । କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା: ମା’ କମଳା ।

ମିଥୁନ : ଅଷ୍ଟମ ଚନ୍ଦ୍ର, ଅଷ୍ଟମୀ ତିଥି, ତୁଳା ମାସ, ଅଷ୍ଟମ ଶନି ହେତୁ ଆଜି ଓ କାଲି ଦୁଇଦିନ ଆପଣଙ୍କ ପାଇଁ ଅଶୁଭ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମରେ ବାଧା ଓ କର୍ମ ପ୍ରତି ଅନାଗ୍ରହ ଭାବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ, ତେଣୁ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଅବସାଦଗ୍ରସ୍ତ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ପ୍ରଶଂସିତ ଓ ସଫଳତା ପାଇବେ । ସ୍ତ୍ରୀହେତୁକ ଧନଲାଭ ଓ ସହଧର୍ମିଣୀଙ୍କ ସହ ମଧୁର ସମ୍ପର୍କ ରହିବ । ମୂଲ୍ୟବାନ ଧାତୁ, ବସନଭୂଷଣ କ୍ରୟ କରିପାରନ୍ତି ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ଶିବ ।

ସିଂହ : ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । ବାକ୍‌ ସଂଯମ ନ କଲେ ବିପଦରେ ପଡ଼ିପାରନ୍ତି । ପରିବାରରେ ଅଶାନ୍ତି ଓ ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ । ଯେଉଁମାନଙ୍କର ମଘା ସିଂହ ଓ ପୂର୍ବ ଫାଲଗୁନୀ ସିଂହ ସେମାନଙ୍କ ପାଇଁ ଦିନଟି ଅଶୁଭ । ବିଦ୍ୟାର୍ଥୀ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅଯଥା ବିବାଦରେ ଫସିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ । ବାପାମା’ଙ୍କ କୃପା ଓ ପରିବାରରେ ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା : ଦିବା ୭ଟା ୦୫ ମିନିଟ୍‌ ଘାତଚନ୍ଦ୍ର ହେତୁ ସତର୍କ ରହିବେ ଓ ଏହା ପରେ ଚତୁର୍ଥ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବିବାଦ ଓ ଅଶାନ୍ତି ଲାଗି ରହିବ । ସ୍ୱଜନ, ପ୍ରିୟଜନଙ୍କ ସହ ଅପ୍ରିୟତା ଓ ପରିବାରରେ ଅଶାନ୍ତି ଦେଖାଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ ଗାୟତ୍ରୀ ।

ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି କରିବେ ଓ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ପରିବାରରେ ଶାନ୍ତି ଓ ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଭ୍ରାତୃପ୍ରେମୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।

ଧନୁ: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ହୃତଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମସ୍ଥାନରେ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ଘାତବାର ହେତୁ ମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇପାରେ ଓ ଶାରୀରିକ ଅସୁୁସ୍ଥତା ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ମା’ ବିମଳା ।

ମକର: ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସ୍ୱଜନ, ପ୍ରିୟଜନଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ସମସ୍ତ କର୍ମକୁ ସଫଳତାର ସହ ତୁଲାଇବେ । ମାନସିକ, ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ପରିବାରରେ ସମ୍ମାନିତ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଦିବା ୭ଟା ୦୫ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ଭିତରେ କୌଣସି ଆର୍ଥିକ କାରବାର କରିବେ ନାହିଁ । ଏହା ପରେ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ବସନଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

ମୀନ: ଆୟର ପନ୍ଥା ସୁଗମ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହୋଇପାରେ । ବିଦ୍ୟାର୍ଥୀ କର୍ମରେ ଯତ୍ନ କରିବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ବିମଳା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଶୁକ୍ର ମହାମନ୍ତ୍ରସ୍ୟ,
ଭରଦ୍ୱାଜ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଶୁକ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୀଂ ଶ୍ରୀଂ ଶୁକ୍ରାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଅକୀର୍ତ୍ତି ବିନୟୋ ହନ୍ତି
ହନ୍ତ୍ୟନର୍ଥ ପରାକ୍ରମଃ ।
ହନ୍ତି ନିତ୍ୟଂ କ୍ଷମା, କ୍ରୋଧ
ମା ଚାରୋ ହନ୍ତ୍ୟଲକ୍ଷଣମ୍‌ ।
ଭାବାର୍ଥ: ବିନମ୍ରତା ଅପଯଶକୁ, ପରାକ୍ରମ ସଂକଟକୁ, କ୍ଷମା କ୍ରୋଧକୁ ଓ ସଦାଚାର ଦୁର୍ବ୍ୟବହାରକୁ ନଷ୍ଟ କରିଦେଇଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

   ସମ୍ବନ୍ଧିତ ଖବର


ବୁଧବାର ରାଶିଫଳ

୪ ରାଶି ପାଇଁ ଲକି ଡିସେମ୍ବର, ଜାଣନ୍ତୁ କେଉଁମାନେ ହେବେ ମାଲାମାଲ୍

ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ