PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପ୍ରେମିକା ସହ କଥାହେବାରୁ ସାଙ୍ଗକୁ ହତ୍ୟାକରି ପୋତି ଦେଲା ସାଙ୍ଗ

ଭୁବନେଶ୍ୱର : ପ୍ରେମିକା ସହ କଥା ହେବାରୁ ସାଙ୍ଗକୁ ହତ୍ୟା କରି ପୋତି ଦେଲା ସାଙ୍ଗ । ଏହି ଘଟଣା ରାୟଗଡା କଲ୍ୟାଣସିଂହପୁରରେ ଘଟିଛି ହେଲେ ହତ୍ଯାକାରୀ ଏବଂ ହତ୍ୟାର ଶିକାର ହୋଇଥିବା ଦୁଇ ଜଣ ବଲାଙ୍ଗୀରର । ଟିଟିଲାଗଡ ସିରିଭଟ୍ଟାରର ରୁମାନ ବଗର୍ତ୍ତି ନାମକ ଯୁବକ ଜଣେ ଝିଅକୁ ବହୁ ଦିନ ଧରି ପ୍ରେମ କରୁଥିଲା । ରୁମାନର ଭଲ ସାଙ୍ଗ ଉମାକାନ୍ତ । ଉମାକନ୍ତଙ୍କ ଘର ଟିଟିଲାଗଡ ଦେବଲପଡା ।

ରୁମାନ ଭଲ ପାଉଥିବା ଝିଅ ସହ ଉମାକାନ୍ତ କଥା ହୋଇଥିଲେ । ଏ କଥା ଦିନେ ରୁମାନ ଦେଖି ଦେଇଥିଲା । ସେ ଝିଅକୁ ମାରପିଟ୍‌ କରିବା ସହ ଉମାକାନ୍ତଙ୍କୁ ହତ୍ୟା କରିବାପାଇଁ ଏକ ଯୋଜନା କରିଥିଲା। ଜଣେ ବନ୍ଧୁଙ୍କ ଘରେ ଉମାକାନ୍ତକୁ ଧରି ରାୟଗଡା କଲ୍ୟାଣସିଂହପୁର ଅଞ୍ଚଳକୁ ଯାଇଥିଲା। ସେଠାରେ ତାକୁ ପ୍ରଚୁର ମଦ ପିଆଇଥିଲା । ଉମାକାନ୍ତ ମଦ ନିଶାରେ ଚୁର୍‌ ହୋଇଯିବା ପରେ ରୁମାନ ଯୋଜନା ମୁତାବକ ତାକୁ ତଣ୍ଟି ଚିପି ହତ୍ୟା କରିଥିଲା। ତାକୁ ଏହି କାମରେ ସାହାଯ୍ୟ କରିବା ପାଇଁ ତା ବଡ ମାଆଙ୍କ ପୁଅ ପ୍ରଶାନ୍ତ ବର୍ଗତ୍ତି ଏବଂ ଅନ୍ୟ ଜଣେ ସାଙ୍ଗ ବିକାଶକୁ କହିଥିଲା।

ମେ ୪ ତାରିଖରେ ରାୟଗଡାରେ ଭୋଜିର ଆୟୋଜନ କରିଥିଲେ। ଉମାକାନ୍ତକୁ ଫୁସଲାଇ ସେଠାକୁ ଡାକିଥିଲେ । ଭୋଜେରି ମଦ ପିଇଥିଲେ। ଉମାକାନ୍ତକୁ ଅଧିକ ମଦ ପିଆଇ ଏହି ତିନିଜଣ ହତ୍ୟା କରିଥିଲା । ପରେ କଲ୍ୟାଣସିଂହ ପୁର ପୋଙ୍ଗଲି ଗାଁ ନିକଟ ଘୋଡା ନାଳ ନିକଟରେ ପୋତି ଦେଇଥିଲେ। ପରେ ଏମାନେ ସମସ୍ତେ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଉମାକନ୍ତ ଘର ଲୋକ ତ ବିଷୟରେ ସାଙ୍ଗମାନଙ୍କୁ ପଚାରିଥିଲେ । ପରେ ଥାନାରେ ଏତେଲା ଜେଇଥିଲେ । ପୋଲିସ ମୋବାଇଲ୍‌ ଫୋନ୍‌ ଟ୍ରାକ କରିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ପୁଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।