PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଏମିତି ବି ଆସେ ମୃତ୍ୟୁ: ସହକର୍ମୀଙ୍କ ମର ଶରୀର ଦେଖି ଚାଲିଗଲା ଜୀବନ

ଭୋଗରାଇ ୦୨/୦୧: ମୃତ୍ୟୁ ଏଭଳି ବି ଆସିଥାଏ, ଯାହାକି କଳ୍ପନା କରାଯାଇ ପାରେନା । ସାଥୀ ହୋଇ ସଂଗ୍ରାମ କରୁଥିବା ନେତାଙ୍କ ମୃତ୍ୟୁ ଖବର ଶୁଣି ସହକର୍ମୀଙ୍କ ମଧ୍ୟ ମୃତ୍ୟୁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଭୋଗରାଇ ବ୍ଲକ୍‌ କମର୍ଦ୍ଦା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖଏର୍ଦ୍ଦା ଗ୍ରାମର ସମାଜସେବୀ ତଥା କୃଷକ ନେତା କୁନୁ ସାହାଙ୍କ ସୋମବାର ରାତି ସାଢ଼େ ୯ଟାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା ।

ତାଙ୍କ ମର ଶରୀର ନିଜ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଅଧିକ ମର୍ମାହତ ହୋଇଥିଲେ ତାଙ୍କର ଜନୈକ ସହଯୋଗୀ ସେହି ଗ୍ରାମର ମକୁ ଖାଁ (୭୨) । ସଙ୍ଗେ ସଙ୍ଗେ ସେ ଅସୁସ୍ଥତା ଅନୁଭବ କରିବା ସହ ଅଚେତ ହୋଇଯାଇଥିଲେ । ଡାକ୍ତରଖାନାକୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ୨ ଜଣଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସିପିଆଇ (ଏମ୍‌) ଭୋଗରାଇ ଆଞ୍ଚଳିକ କମିଟି ସମ୍ପାଦକ ଚିତ୍ତରଞ୍ଜନ ଦାସ, ବାଲେଶ୍ୱର ଜିଲ୍ଲା କମିଟି ସଦସ୍ୟ ଦୀପ୍ତିମାନ ଆଚାର୍ଯ୍ୟ, କମ୍ୟୁନିଷ୍ଟ ନେତା ଗୌରହରି ମହାନ୍ତି ପ୍ରମୁଖ ଉଭୟଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୁସଲିମ ରୀତିନୀତି ଅନୁଯାୟୀ ଉଭୟଙ୍କ ମର ଶରୀରକୁ କବର ଦିଆଯାଇଥିଲା ।