ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ନୂଆଦିଲ୍ଲୀ-  ଆଉ  ନିଜ ମନଇଚ୍ଛାରେ ଯେତେବେଳେ ହେଉ ରହିଯାଇଥିବା  ପୁରୁଣା  ମିଠାକୁ ବିକି  ପାରିବେ ନାହିଁ  ଦୋକାନୀ । ବଜାରରେ ବିକା  ଯାଉଥିବା  ଖୋଲା  ମିଠାର  ବ୍ୟବହାରର  ସମୟ ସୀମାକୁ ଏବେ ଗ୍ରାହକଙ୍କୁ  ଜଣାଇବେ ଦୋକାନୀ । କେତେ ସମୟ  ପର୍ଯ୍ୟନ୍ତ  ଏହା  ବ୍ୟବହାର କରିହେବ  ଏହାର  ସମୟ  ସୀମାର ସୂଚନା  ଉପଭୋକ୍ତାଙ୍କୁ  ଦେବାକୁ  ହେବ ।

 ଖାଦ୍ୟ ନିୟାମକ  ଏହି ନିୟମକୁ  ଅନିବାର୍ଯ୍ୟ  କରିଛନ୍ତି ।  ଖାଦ୍ୟ  ନିୟାମକ  ଏଫ୍ଏସ୍‌ଏସ୍ଏଆଇ  ଖାଦ୍ୟ  ସୁରକ୍ଷା  ସୁନିଶ୍ଚିତ  କରିବାକୁ  ଖାଦ୍ୟ  ବ୍ୟବସାୟ   ସଞ୍ଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧ ଅକ୍ଟୋବର ଠାରୁ ଖୋଲାରେ  ବିକ୍ରି ହେଉଥିବା  ମିଠା  ଗୁଡ଼ିକ  ପାଇଁ  ବ୍ୟବହାରର  ସମୟ  ସୀମା  ଦର୍ଶାଇବାକୁ  ନିଶ୍ଚିନ୍ତ  କରିଛନ୍ତି ।

ଉଲ୍ଲେଖନୀୟଯେ, ଏଫ୍‌ଏସ୍ଏସ୍ଏଆଇ  ସବୁ  ରାଜ୍ୟ  ଓ  କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକର ଖାଦ୍ୟ ସୁରକ୍ଷା କମିଶନକୁ ଚିଠି ଲେଖି କହିଛି କି , ସାର୍ବଜନିକ ହିତ ପାଇଁ  ଓ  ଖାଦ୍ୟ ସୁରକ୍ଷା  ସୁନିଶ୍ଚିତ  କରିବା ପାଇଁ  ଏହା  ସ୍ଥିର  କରାଯାଇଛି  କି , ଖୋଲା  ମିଠା ବିକ୍ରି ମାମଲାରେ  ଆଉଟ୍‌ଲେଟ୍‌ରେ ମିଠା ରଖୁଥିବା ଟ୍ରେ ସହ  ୧ ଅକ୍ଟୋବର ୨୦୨୦ରୁ  ବାଧ୍ୟତାମୂଳକ ଭାବେ ଉତ୍ପାଦର ‘ବେଷ୍ଟ ବିଫୋର ଡେଟ୍‌ ’ ପ୍ରଦର୍ଶିତ କରାଯିବ ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା