PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବରମୁଣ୍ଡା ପେଟ୍ରୋଲ ପମ୍ପରେ ଘୋଟାଲା : ଗ୍ରାହକଙ୍କୁ ବିକ୍ରି କରାଯାଉଥିଲା ଅପମିଶ୍ରିତ ତେଲ, ଏବେ ଚାଲିଛି ଫରେନସିକ୍‌ ଟିମର ଛାନ୍‌ଭିନ୍‌

ଭୁବନେଶ୍ବର ୪।୩ : ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା। ପେଟ୍ରୋଲ ପମ୍ପରେ ଫରେନସିକ ଟିମର ତଦନ୍ତ ଚାଲିଛି। ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରୁଛି ଫରେନସିକ୍ ଟିମ୍‌। ଗତକାଲି ବରମୁଣ୍ଡା ନିକଟ ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦେବା ଯୋଗୁ ଉତ୍ତେଜନା ଦେଖାଯାଇଥିଲା । ଖବର ପାଇ ଭରତପୁର ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଟାଙ୍କିରେ କିଛି ଲୋକ ପେଟ୍ରୋଲ ପକାଇ ଥିଲେ । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀସାଗରର ଦୁଃଶାସନ ମହାପାତ୍ର ୨ଟି ବାଇକ୍‌ରେ ୬୭୦ ଟଙ୍କାର ତେଲ ପକାଇଥିଲେ । ସେହିପରି ଖଣ୍ଡଗିରି ଅଞ୍ଚଳର ସିମାଞ୍ଚଳ ପ୍ରଧାନ ୨୫୦ଟଙ୍କା ଓ ଘାଟିକିଆର ସୁରେଶ ଚନ୍ଦ୍ର ସାହୁ ୨୦୦ ଟଙ୍କାର ତେଲ ପକାଇଥିଲେ । ଏହି ତିନି ଗ୍ରାହକ ପେଟ୍ରୋଲ ପକାଇ କିଛି ବାଟ ଗଲାପରେ ଗାଡ଼ି ଆଉ ଗଡିନଥିଲା । ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା । ନିକଟରେ ଥିବା ଗ୍ୟାରେଜରେ ଦେଖାଇବା ପରେ ପେଟ୍ରୋଲରେ ପାଣି ମିଶିଥିବା ଜଣାପଡିଥିଲା ।

ସେହି ସମୟରେ ୫୦ରୁ ଅଧିକ ଲୋକ ଏହି ଟାଙ୍କିରୁ ପେଟ୍ରୋଲ ଭରି ଯାଇଥିଲେ । ହେଲେ ସମସ୍ତଙ୍କର ସମାନ ଅଭିଯୋଗ ଥିଲା ଯେ ଗାଡ଼ି ତେଲ ପକାଇବା ପରେ ଆଉ ଷ୍ଟାର୍ଟ ହୋଇନଥିଲା । ଏନେଇ ସବୁ ଗ୍ରାହକ ଏକାଠି ହୋଇଥିଲେ । ପେଟ୍ରୋଲ ପମ୍ପରେ ପଚାରିବାରୁ ଉପରେ ଅଭିଯୋଗ କର ଆମେ କିଛି ଜାଣିନାହୁଁ ବୋଲି ଉତ୍ତର ମିଳିଥିଲା । ଏଥିରେ ଗ୍ରାହକ ମାନେ ଉତ୍ତେଜିତ ହୋଇଥିଲେ । ତେଲ ଦର ମହଙ୍ଗା ବେଳେ ଏହା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି କହିଥିଲେ । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପେଟ୍ରୋଲ ପମ୍ପକୁ ବନ୍ଦ କରିବା ସହ କିଛି କର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ କିଛି ଗ୍ରାହକ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।