Toned milk ପିଉଛନ୍ତି କି ? ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ

ନୂଆଦିଳ୍ଲୀ ୧୪।୧:  କୋଲେଷ୍ଟ୍ରୋଲ କମ୍ ଯୋଗୁଁ ଲୋକମାନେ ଫୁଲ୍ କ୍ରିମ୍ କ୍ଷୀର ବଦଳରେ ଟୋନ୍ଡ କ୍ଷୀର ପିଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଟୋନ୍ଡ କ୍ଷୀର ଆପଣଙ୍କ ସନ୍ତାନର ଶରୀରର ପାଇଁ କେତେ କ୍ଷତିକାରକ ବୋଲି। କାନାଡ଼ାରେ ହୋଇଥିବା ଏକ ରିସର୍ଚରେ ଏହି କଥା ସ୍ପଷ୍ଟ ହୋଇଛି।

ଏହି ରିସର୍ଚରେ ଫୁଲ୍ କ୍ରିମ କ୍ଷୀର ପିଉଥିବା ଶିଶୁ କେବେ ମୋଟା ହୁଅନ୍ତି ନାହିଁ ବରଂ ଟୋନ୍ଡ କ୍ଷୀର ପିଉଥିବା ଶିଶୁ ଅଧିକ ମୋଟା ହୋଇଥାନ୍ତି ବୋଲି ରିସର୍ଚରୁ ଜଣାପଡ଼ିଛି। କାନାଡା ଓ ଆମେରିକାର ଛୁଆ ଅନ୍ୟ ଦେଶର ଛୁଆଙ୍କ ତୁଳନାରେ ଅଧିକ ମୋଟା ହୋଇଥାନ୍ତି। ଏହି ବିଷୟକୁ ନେଇ କାନାନାରେ ଏକ ରିସର୍ଚ କରାଯାଇଥିଲା।


କାନାଡାରେ ସେଣ୍ଟ ମାଇକେଲ୍ସ ହସ୍ପିଟାଲର ଗବେଷକ ଏକ ଷ୍ଟଡି ମାଧ୍ୟମରେ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ରିସର୍ଚରେ ଲୋ-ଫ୍ୟାଟ୍ ଥିବା ମିଲ୍କରେ ମୋଟାପା ଦୂର କରାଇବା କଥା ଭୁଲ୍ ପ୍ରମାଣିତ କରାଯାଇଛି।

ଏହାର ବୀପରୀତରେ ଫୁଲ୍ କ୍ରିମ କ୍ଷୀର ପିଉଥିବା ୪୦ ପ୍ରତିଶତ ଶିଶୁ ମୋଟାପାର କମ ଶିକାର ହୋଇଥାନ୍ତି ବୋଲି ଜଣାପଡ଼ିଛି। ଗବେଷକମାନେ ଏହି ରିସର୍ଚରେ ଗାଈ କ୍ଷୀର ପିଉଥିବା ୨୧ ହଜାର ଶିଶୁଙ୍କୁ ଏଥିରେ ସାମିଲ କରିଥିଲେ।  ଏହି ରିସର୍ଚରେ ୧ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମଧ୍ୟରେ କରାଯାଇଥିଲା।

   ସମ୍ବନ୍ଧିତ ଖବର


ଅମୃତଭଣ୍ଡା : ଶରୀର ପାଇଁ ଲାଭ ଦାୟକ, ମୋଟାପାରୁ ଆରମ୍ଭ କରି ଡେଙ୍ଗୁ ଭଳି ରୋଗକୁ କରିଦେବ ଗାଏବ

ବିଏସଏନଏଲ୍ ଗ୍ରାହକଙ୍କୁ ବଡ ଝଟ୍‌କା ! ଏହି ପପୁଲାର୍ ପ୍ଲାନରେ ଆଉ ମିଳିବନି ପୂର୍ବ ଭଳି ଫାଇଦା

ଅନଲାଇନ୍ ଖାଦ୍ୟ ମଗାଇବା ହେଲା ମହଙ୍ଗା, ସ୍ୱିଗୀ-ଜୋମାଟୋ ବଢାଇଲେ ଡେଲିଭରୀ ଚାର୍ଜ

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ୨ଟି ଅଣ୍ଡା, ଆବଶ୍ୟକୀୟ ଭିଟାମିନ୍ ସହ ମିଳିବ ଏହି ଫାଇଦା