PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ, ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ଵର, ୨୪/୦୧ : ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଗାନ୍ଧୀମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ। ଗାନ୍ଧୀମାର୍ଗରେ ବିଭିନ୍ନ ଟ୍ରୁପ୍ ଫୁଲଡ୍ରେସ୍ ରିହର୍ସଲ କରୁଛନ୍ତି। ଏଥିପାଇଁ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଗାନ୍ଧୀମାର୍ଗକୁ କୌଣସି ଗାଡି ଆସିବାକୁ ବାରଣ କରାଯାଇଛି। ତେବେ ଜନପଥ ଟ୍ରାଫିକ୍ ସ୍ଵାଭାବିକ ଭାବେ ଚଳାଚଳ କରିବ। ହେଲେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଗାନ୍ଧୀ ମାର୍ଗକୁ କୌଣସି ଗାଡି ଯାତାୟତ କରିବ ନାହିଁ।

ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍‌ଜି ପଟକୁ ଆସୁଥିବା ଗାଡ଼ି ଗୁଡ଼ିକ ରବିନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ଼ କରିବେ । ସେମାନଙ୍କୁ ସଚିବାଳୟମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ । ଏଜି ଛକରୁ ପିଏମ୍‌ଜି ଛକ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଇନ୍ଦିରାଗାନ୍ଧୀ ପାର୍କ ପୂର୍ବରୁ ଡାହଣକୁ ମୋଡ କରିବେ । ଏମାନେ ସଚିବାଳୟ ମାର୍ଗକୁ ଆସିପାରିବେ ନାହିଁ । ୧୨୦ ବାଟାଲିୟନରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଏମ୍‌ଏଲ୍‌ଏ କଲୋନୀ ମୋଡରେ ବାମକୁ ଯିବେ ।

୨୪ ତାରିଖ ଓ ୨୬ ତାରିଖ ଦିନ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ ବୋଲି କମିଶନରେଟ୍‌ ପୁଲିସ୍‌ ଏକ ନିର୍ଦ୍ଦେଶନାମା ଜାରି କରିଛି । ନିୟମ ଉଲ୍ଲଘଂନକାରୀଙ୍କଠାରୁ ଏକ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଆଦାୟ କରାଯିବ ।

ପରେଡ ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ ଫୋର୍ସ ଓ ୭୦ ଜଣ ଅଧିକାରୀ ମୁତୟନ ରହିବେ। ଗୁଇନ୍ଦା ବି ନଜର ରଖିବେ। ଏତଦ୍ ବ୍ୟତୀତ ଟ୍ରାଫିକ୍ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯିବ। ଗାନ୍ଧିମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ ସହ ସିସିଟିଭି ନଜରରେ ରହିବ ବୋଲି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ କମିଶନର।