PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ଜେଟଲୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ; ଆସନ୍ତାକାଲି ଦିନ୨ଟାରେ ନିଗମବୋଧରେ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ ୨୪।୮ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଆଜି ଦିନ ୧୨.୦୭ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦିଲ୍ଳୀ ସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀର ପହଂଚିଛି। ଆସନ୍ତାକାଲି (ରବିବାର) ଦିନ ୨ଟାରେ ନିଗମବୋଧରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ।

ଅରୁଣ ଜେଟଲୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଜେଟଲୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ସ୍ୱର୍ଗତ୍‍ ଜେଟ୍‍ଲୀ ଜଣେ ବିଚକ୍ଷଣ ଆଇନଜୀବୀ, ଅଭିଜ୍ଞ ସାଂସଦ ଓ ଉଚ୍ଚକୋଟୀର ମନ୍ତ୍ରୀ ଥିଲେ। ଦେଶ ଗଠନରେ ତାଙ୍କର ବିଶେଷ ଅବଦାନ ରହିଛି। ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ତାଙ୍କର ଚେନ୍ନାଇ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀକୁ ଫେରିବା ସହଜେଟ୍‍ଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅରୁଣ ଜେଟଲୀଙ୍କୁ ଜଣେ ଟାଣୁଆ ରାଜନେତା, ବିଜ୍ଞ ଓ ବିଚକ୍ଷଣ ଆଇନଜୀବୀ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଛନ୍ତି ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ୱର୍ଗତ ଜେଟ୍‍ଲୀଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଓ ଅତ୍ୟନ୍ତ ମୂଲ୍ୟବାନ ସହକର୍ମୀ ବୋଲି ବର୍ଣ୍ଣନା କରିଛନ୍ତି।

ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜେଟ୍‍ଲୀଙ୍କ ବିୟୋଗରେ ତାଙ୍କର ବ୍ୟକ୍ତିଗତ କ୍ଷତି ହୋଇଛି। ସେ ତାଙ୍କର ଜଣେ ପାରିବାରିକ ବନ୍ଧୁ ଥିଲେ।