PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମିସ୍ କରିବେ ଯୁବପିଢ଼ି: ଟିକ୍‌-ଟକ୍‌ ହଟାଇବା ପାଇଁ ଗୁଗଲ ଏବଂ ଆପଲ କମ୍ପାନୀକୁ କହିଲେ ଭାରତ ସରକାର

ନୂଆଦିଲ୍ଲୀ ୧୬।୪: ଟିକ୍‌-ଟକ୍‌ ଆପ୍‌ର ପ୍ରଭାବ ଯୁବପିଢ଼ୀଙ୍କ ଉପରେ ଯେଉଁଭଳି ଭାବରେ ପଡ଼ିବା ଆରମ୍ଭ ହୋଇଛି । ତାକୁ ଆଖି ଆଗରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କିଛି ରାଜ୍ୟରେ ଟିକ୍‌-ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ପାଇଁ ଭାରତ ସରକାର ଗୁଗଲ୍‌ ଏବଂ ଆପଲ କମ୍ପାନୀକୁ କହିଥିବା ଜଣା ପଡ଼ିଛି । ଏହି ଦୁଇ କମ୍ପାନୀ ନିଜ ନିଜର ଆପ୍‌ ଷ୍ଟୋରରୁ ଟିକ୍‌-ଟକ୍‌ ଆପ୍‌କୁ ହଟାଇବା ଦ୍ୱାରା ଏହାକୁ ଲୋକେ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ଅସମର୍ଥ ହେବେ । କିନ୍ତୁ ଯେଉଁମାନେ ଏହାକୁ ପୂର୍ବରୁ ଡାଉନ୍‌ଲୋଡ୍‌ କରି ସାରିଛନ୍ତିି, ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ କମ୍ପାନୀ ଭାରତ ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସୂଚନା ମୁତାବକ, ଟିକ୍‌-ଟକ୍‌ ଆପ୍‌ରେ ବିଭିନ୍ନ ରାଜନେତା ଏବଂ ପୁଲିସକର୍ମୀମାନଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ଦେଖାଯିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ଆରମ୍ଭ ହୋଇଥିଲା । କିଛି ଯୁବକ ଲୋକପ୍ରିୟତା ପାଇଁ ପର୍ଣ୍ଣ ଭିଡିଓ ସହ ଅସହଜ ମନେ ହେଉଥିବା ଭିଡିଓ ପୋଷ୍ଟ କରିବା ପରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲା । ଏଭଳି ଆଦେଶ ଆସିବା ପରେ ଟିକ୍‌-ଟକ୍‌ର ମାଲିକ ବାଇଟେଡାନ୍ସ ଆପ୍‌ରୁ ୬ଲକ୍ଷ ଆପତ୍ତିଜନକ ଭିଡିଓ ହଟାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର