ଭୋଟନାହିଁ ତ କାମ ନାହିଁ ! ବିଧାୟକ ସାଲୁଗାଙ୍କ କଡା ମନ୍ତବ୍ୟର ଭିଡିିଓ ହେଲା ଭାଇରାଲ

ଜି. ଉଦୟଗିରି ୭/୧୦: ଭୋଟନାହିଁ ତ କାମ ନାହିଁ ! ଯେଉଁମାନେ ମୋତେ ଭୋଟଦେଇନାହାନ୍ତି ସେମାନଙ୍କୁ କୌଣସି ସରକାରୀ କାମ କରାଇଦେବି ନାହିଁ। ଏହିଭଳି କଡା ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ଏବେ ମୋବାଇଲ୍ ଠାରୁ ମୋବାଇଲ୍ ଭାଇରାଲ୍ ହେବାରେ ଲାଗିଛି।

ଜି ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡିର ଡୁଲୁରି ନିକଟସ୍ଥ ପାଇନ ବଣରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କଥା କହିଛନ୍ତି। ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ବିଜେଡିର ଭୋଟହାର କମିଥିବାରୁ ସେହି ଅଞ୍ଚଳର ସାଧାରଣ ଜନତା ଓ ଦଳୀୟ କର୍ମୀଙ୍କ ଉପରେ ବିଷୋଦଗାର କରିଛନ୍ତି ।

ବିଜେଡି ସୁପ୍ରିମ ନବିନ ପଟ୍ଟନାୟକ ୫ଟି ମାଧ୍ୟମରେ ଲୋକପ୍ରତିନିଧି ମାନଙ୍କୁ ଲୋକଙ୍କ ପାଖକୁ ପହଞ୍ଚିକ ଲୋକଙ୍କ କାମ କରିବା ପାଇଁ ଗୁରୁମନ୍ତ ଦେଇଥିବା ବେଳେ ଇଏ ହେଉଛି ବିଧାୟକ ସାଲୁଗା ପ୍ରଧାନଙ୍କ ଅସଲ ରୂପ।

   ସମ୍ବନ୍ଧିତ ଖବର


ଗଛ ଡାଳ ପଡି ଛାତ୍ର ମୃତ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ, ମୃତକ ପରିବାରକୁ ୬ ଲକ୍ଷ ଟଙ୍କା ଘୋଷଣା କଲେ ତହସିଲଦାର

ଓଡ଼ିଶାରୁ ବିଦାୟ ନେଇଛି ମୌସୁମୀ: ଆସିଥିଲା ବିଳମ୍ବରେ ଗଲା ବି ବିଳମ୍ବରେ

କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନଆସି ଅନାଥାଶ୍ରମକୁ ଯିବାପାଇଁ ଶୁଭେଚ୍ଛୁଙ୍କୁ ଦେଲେ ପରାମର୍ଶ

ଗୋପାଳପୁର ବନ୍ଦରରେ ଲାଗିଲା ବୃହତ ଜାହାଜ