PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଗାଲାକନ୍‌ କମ୍ପାନି ମ୍ୟାନେଜର୍‌ଙ୍କୁ ଉଠାଇନେଲେ ! ପାରାଦୀପ ଶିଳ୍ପାଞ୍ଚଳ ଥାନା ପୁଲିସ ନୟାନ୍ତ, ଶେଷରେ…

ଜଗତସିଂହପୁର,୫।୮: କରୋନା ମୁକାବିଲା ଲାଗି ଜିଲ୍ଲା ଏସ୍‌ପି ଜନଗହଳି ଭରା ଜାଗାମାନଙ୍କରେ ସାନିଟାଇଜର୍‌ ବଣ୍ଟନଠାରୁ ଆରମ୍ଭ କରି ମାସ୍କ୍‌ ପିନ୍ଧିବା ଉପରେ ସଚେତନ କରୁଥିବା ବେଳେ ପାରାଦୀପରେ ଏକ କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଅପହରଣ କରାଯିବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପ୍ରୋଜେକ୍ଟ ମ୍ୟାନେଜର ଅପହରଣ ଖବର ପ୍ରଘଟ ପରେ ପାରାଦୀପ ଶିଳ୍ପାଞ୍ଚଳ ପୁଲିସ ହଡ଼ବଡ଼େଇ ଯାଇଥିଲେ ସୁଦ୍ଧା ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ତନାଘନା ଆରମ୍ଭ କରି ଦେଇଥିଲା । ଶେଷରେ ସନ୍ଧ୍ୟା ପୂର୍ବରୁ ଅପହରଣର ଶିକାର ପ୍ରୋଜେକ୍ଟ ମ୍ୟାନେଜର ପାରାଦୀପ ଲକ୍‌ ଥାନାରେ ପହଞ୍ଚିଥିବା ଖବର ମିଳିଛି । ତେବେ ଖବର ଲେଖା ହେବା ସୁଦ୍ଧା ପ୍ରୋଜେକ୍ଟ ମ୍ୟାନେଜରଙ୍କ ପକ୍ଷରୁ କୌଣସି ଥାନାରେ ଏ ବାବଦରେ ଏତଲା ଦିଆଯାଇ ନାହିଁ ।ଆଜି ମଧ୍ୟାହ୍ନ ସୁଦ୍ଧା ପାରାଦୀପ ଅଠରବାଙ୍କି ନିକଟରୁ ଗାଲାକନ୍‌ କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର ତୁଷାର ସ୍ୱାଇଁଙ୍କୁ ଦୁଇ ଜଣ ଯୁବକ ଅପହରଣ କରି ନେଇଥିବା ଖବର ପ୍ରଘଟ ହୋଇଥିଲା ।

ଏକ କାରରେ ଅପହରଣକାରୀମାନେ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଆଲୋଚନା କରିବାର ଅଛି କହି ଜରବଦସ୍ତ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ । ଏଣେ ପ୍ରଥମେ ଏହି ଖବର ପାରାଦୀପ୍‌ ଲକ୍‌ ଥାନାକୁ ମିଳିଥିଲା । ଲକ୍‌ ପୁଲିସ ଅଠରବାଙ୍କିରୁ ଅପହରଣ ହୋଇଥିବା ଜାଣି ପାରାଦୀପ ଆଦର୍ଶ ଥାନାକୁ ସୂଚନା ପ୍ରଦାନ କରିଥିଲେ । ଏପଟେ ଗାଲାକନ୍‌ କମ୍ପାନିର କାର୍ଯ୍ୟ ଅଭୟଚାନ୍ଦପୁର ଥାନା ଅଧୀନରେ ଚାଲିଥିବାରୁ ସେଠାକାର ପୁଲିସ ମଧ୍ୟ ତତ୍ପରତା ପ୍ରକାଶ କରିଥିଲେ । ଫଳରେ ତିନି ଥାନାର ପୁଲିସ ସମେତ ମେରାଇନ୍‌ ଥାନା ପୁଲିସ ମଧ୍ୟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ସନ୍ଧାନରେ ଲାଗି ପଡ଼ିଥିଲେ ।

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଭୟଚାନ୍ଦପୁର ଥାନା ଅଧୀନ ସିଆଇଏସ୍‌ଏଫ୍‌ ବାରାକ୍‌ ପରିସରରେ ଗାଲାକନ୍‌ କମ୍ପାନି ପକ୍ଷରୁ କନ୍‌ଷ୍ଟ୍ରକ୍ସନ କାମ କରାଯାଉଛି । ଆଇଓସିଏଲ୍‌ ଅଧୀନରେ ଉକ୍ତ କାମ ହେଉଛି । ଏହାଛଡ଼ା କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ସ୍ୱାଇଁ ପାରାଦୀପର ରେଳବାଇ ଗେଷ୍ଟ ହାଉସ୍‌ରେ ରହୁଥିବା ବେଳେ କମ୍ପାନିର ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟର ନିମିଢ଼ିରେ ରହିଛି । ଆଜି ପ୍ରୋଜେକ୍ଟ ମ୍ୟାନେଜର ଏକ କାରରେ ନିମିଢ଼ି ଆସୁଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଅଠରବାଙ୍କି ନିକଟରେ ଅଟକାଇ କଥା ହୋଇଥିଲେ ଏବଂ ପରେ ଉଭୟ ସେଇ କାରରେ ବସି ଆସିଥିଲେ । ତେବେ ଆଲୋଚନା ଭିତରେ ସେମାନେ ଗେଷ୍ଟ ହାଉସ୍‌କୁ ଯିବାର ଥିଲା । ହେଲେ କାରଟି ଭିନ୍ନ ଦିଗରେ ଗତି କରିବା ଦେଖି ପ୍ରୋଜେକ୍ଟ ମ୍ୟାନେଜରଙ୍କ ମନରେ ସନ୍ଦେହ ହୋଇଥିଲା । କୌଶଳକ୍ରମେ ସେ ଏ ଖବରକୁ ଫୋନ୍‌ ଜରିଆରେ ନିଜର ଜଣେ ଲୋକଙ୍କୁ ଜଣାଇ ଦେଇଥିଲେ । ତା’ପରେ ପୁଲିସ କାନରେ କଥାଟା ପହଞ୍ଚି ଯାଇଥିଲା । କିନ୍ତୁ ସୂଚନା ପାଇବା ପରେ ବି ପୁଲିସ କାରର ସନ୍ଧାନ ଲଗାଇବାରେ ଅସମର୍ଥ ହୋଇଥିଲା । କାରଣ କାରଟି ମେରାଇନ୍‌ ଥାନା ଇଲାକାକୁ ଯାଇଥିବା ଗୁଞ୍ଜରିତ ହୋଇଥିଲା । ମାତ୍ର ପ୍ରୋଜେକ୍ଟ ମ୍ୟାନେଜର ଛାଏଁ ଲକ୍‌ ଥାନାରେ ପହଞ୍ଚିବା ପରେ କାରଟି ପ୍ରଥମେ କମ୍ପାନି ଗେଷ୍ଟ ହାଉସ୍‌ ଯିବା ପରିବର୍ତ୍ତେ ତ୍ରିଲୋଚନପୁରକୁ ମୁହାଁଇଥିଲା । କୁଜଙ୍ଗ ଦେଇ ଚକ୍କର କାଟିଥିଲା । ତା’ପରେ ଏକ ଅଜ୍ଞାତ ସ୍ଥାନରେ ରହି ଯାଇଥିଲା ।

ଅପରପକ୍ଷେ ଯେଉଁ ଦୁଇ ଯୁବକଙ୍କୁ ଅପହରଣକାରୀ ବୋଲି କୁହାଯାଉଛି, ପ୍ରକୃତରେ ସେମାନେ କିଛି ଯନ୍ତ୍ରାଂଶ ଉକ୍ତ କମ୍ପାନିରେ ଭଡ଼ା ସୂତ୍ରରେ ଲଗାଇବା ସହ ସିକ୍ୟୁରିଟିରେ ଚାରି ଜଣ ପିଲାଙ୍କୁ ନିୟୋଜିତ କରିଛନ୍ତି । ସମ୍ଭବତଃ ଭଡ଼ା ପ୍ରଦାନରେ ଅବହେଳା କିମ୍ବା ସିକ୍ୟୁରିଟିରେ ଚାକିରି କରିଥିବା ପିଲାଙ୍କ ଚାକିରି ସମସ୍ୟାକୁ ନେଇ କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜରଙ୍କ ସହ ଉଭୟଙ୍କର କିଛି ମତାନ୍ତର ସୃଷ୍ଟି ହୋଇଛି । ଫଳରେ ଆଜି ଆଲୋଚନା କରିବା ଆଳରେ ଉଭୟ ଯୁବକ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପରୋକ୍ଷରେ ଅପହରଣ କରିବା ଆଳରେ ଭୟଭୀତ କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଏପଟେ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ସ୍ୱାଇଁଙ୍କ ପ୍ରତିକ୍ରିୟା ନିଆଯିବାକୁ ଚେଷ୍ଟା କରାଯାଇଥିଲା । ସେ କିନ୍ତୁ ଥାନାରେ ଅଛି ପରେ କଥା ହେବି ବୋଲି କହିଥିଲେ । କିନ୍ତୁ ପୁଲିସ କହୁଛି, ଅପହରଣ କରିଥିବା ଯୁବକମାନେ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ କୌଣସି ପ୍ରକାର ଧମକ ଚମକ ଦେଇ ନାହାନ୍ତି । ବନ୍ଧୁକ କି ହାତ ହତିଆର ଦେଖାଇ ନାହାନ୍ତି । ତଥାପି ଯଦି ରିପୋର୍ଟ ହୁଏ ତେବେ ପୁଲିସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।