PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ମୋଦି କହିଲେ:ଗାନ୍ଧିଜୀ ଚାହୁଁଥିଲେ କଂଗ୍ରେସ ଭାଙ୍ଗିଯାଉ, କ’ଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାଣ୍ଡି ଯାତ୍ରାର ୮୯ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି ନିଜ ଟ୍ବିଟର ବ୍ଳଗରେ ଲେଖିଛନ୍ତି ଗାନ୍ଧିବାଦର ଓଲଟା ବିଚାର ରଖିବା କଂଗ୍ରେସ ଦଳର ସଂସ୍କୃତି ରହିଛି। ମହାତ୍ମା ଗାନ୍ଧି କଂଗ୍ରେସର ସଂସ୍କୃତିକୁ ଖୁବ୍ ଭଲ ଭାବରେ ଜାଣିଥିଲେ। ତେଣୁ ସେ ଏହାକୁ ଭଙ୍ଗ କରିବାକୁ ଚାହୁଁଥିଲେ। ବିଶେଷ କରି ୧୯୪୭ରେ ଦେଶ ସ୍ବାଧୀନ ହୋବ ପରେ। ମୋଦି କହିଛନ୍ତି ଆଜି ତାଙ୍କର ସରକାର ବାପୁଙ୍କ ମାର୍ଗ ଓ ଦେଶକୁ କଂଗ୍ରେସ ମୁକ୍ତ କରିବାର ସ୍ବପ୍ନ ଉପରେ କାମ କରୁଛି।

source:https://hindi.indiatvnews.com

ମୋଦି ଏହି ଲେଖା ଗୁଜରାଟରେ କଂଗ୍ରେସର ଓ୍ବାର୍କିଂ କମିଟି ବୈଠକ ଦିନ ପୋଷ୍ଟ କରିଛନ୍ତି। ମୋଦି ଏଭଳି ଲେଖି ସଂଗଠନ ଓ ନେତୃତ୍ବଙ୍କୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି  ସର୍ଦ୍ଦାର ପଟେଲ ଦାଣ୍ଡି ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗାନ୍ଧିଜୀ ଅସମାନତା ଓ ଜାତିକୁ ଭାଗବଣ୍ଟା କରିବାରେ ବିଶ୍ବାସ କରୁନଥିଲେ। ସବୁଠାରୁ ଖରାପ ଜାତୀୟ ଦଙ୍ଗା ଓ ଦଳିତ ବିରୋଧୀ ନରସଂହାର କଂଗ୍ରେସର ଶାସନ ବେଳେ ହୋଇଛି। କୁଶାସନ ଓ ଭ୍ରଷ୍ଟଚାର ସବୁବେଳେ ସାଙ୍ଗରେ ଚାଲିଛି। ପ୍ରତିରକ୍ଷା, ଟେଲିକମ, ଜଳସେଚନ, ଖେଳ ଆୟୋଜନରୁ ନେଇ କୃଷକଙ୍କ କ୍ଷେତ କିମ୍ବା ଗାଁର ବିକାଶ ସବୁ କ୍ଷେତ୍ରରେ କଂଗ୍ରେସର ବହୁ ଦୁର୍ନୀତି ରହିଛି। ଏହାଛଡା ଗାନ୍ଧିଜୀ ଲୋକତନ୍ତ୍ର ଓ ବଂଶବାଦର ବିରୋଧରେ ଥିଲେ। କିନ୍ତୁ କଂଗ୍ରେସ ଆଜି ମଧ୍ୟ ଏହି ନୀତି ଚାଲିଛି।

 ଗାନ୍ଧିଜୀ ଲୋକତନ୍ତ୍ର ଉପରେ ଭରଷା କରୁଥିଲେ କିନ୍ତୁ  ଇନ୍ଦିରା ଗାନ୍ଧି ସରକାର ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥଲେ। ଏହାଦ୍ବାରା ଅନୁଚ୍ଛେଦ ୩୬୫ର ବାରମ୍ବାର ଦୁରୁପଯୋଗ ହୋଇଥିଲା। ଗାନ୍ଧିଜୀଙ୍କୁ ଦୁଃଖ ଥିଲା କଂଗ୍ରେସର ଳୋକ ସ୍ବରାଜକୁ କେବଳ ଏକ ରାଜନୈତିକ ମହତ୍ତ୍ବର ଜିନି​‌ଷ ଭାବୁଥିଲେ ତେଣୁ ସେ ସମ୍ମାନ ପୂର୍ବକ କଂଗ୍ରେସକୁ ଶେ​‌ଷ କରିବାକୁ ଚାହୁଁଥିଲେ ବୋଲି ମୋଦି ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର