ଗାନ୍ଧୀ ପରିବାରଠୁ ହଟିବ SPG ସୁରକ୍ଷା, ଏଣିକି ଯୋଗାଇ ଦିଆଯିବ…

ନୁଆଦିଲ୍ଲୀ ୮/୧୧: କେନ୍ଦ୍ର ସରକାର ଗାନ୍ଧୀ ପରିବାରରୁ  SPG ସୁରକ୍ଷା ହଟାଇବେ । ସୂଚନା ଅନୁସାରେ ଗାନ୍ଧୀ ପରିବାରକୁ SPG ବଦଳରେ Z+ ସୁରକ୍ଷା ଦିଆଯିବ । ଏଣିକି ତାଙ୍କ ସୁରକ୍ଷା ଦାୟିତ୍ୱ CRPFର କମାଣ୍ଡୋ ସମ୍ଭାଳିବେ । ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାରେ ମଧ୍ୟ SPG କଭର ହଟାଇ ସିଆରପିଏଫର ଜେଡ୍ ପ୍ଲସ୍ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ଆଉ ଏବେ ଗାନ୍ଧୀ ପରିବାରର ସୁରକ୍ଷା ପାଇଁ ମଧ୍ୟ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ ।

ଏବେ ସିଆରିପିଏଫର ଟ୍ରେଣ୍ଡ୍ କମାଣ୍ଡୋ ତାଙ୍କ ସୁରକ୍ଷାର ଦାୟିତ୍ୱ ସମ୍ଭାଳିବେ । ନିକଟରେ ସମସ୍ତ ଏଜେନ୍ସିଗୁଡିକ ଠାରୁ ବିପଦର ଇନପୁଟ୍ ଆକଳନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କହିରଖୁଛୁ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସିକ୍ୟୋରିଟି କଭରର ରିଭ୍ୟୁ ସମୟ ସମୟରେ କରାଯାଇଥାଏ ଏବଂ ଆବଶ୍ୟକତା ଅନୁସାରେ ତାକୁ କମ୍ କିମ୍ବା ଅଧିକ କଡା କରାଯାଇଥାଏ । ନିକଟରେ ପୂର୍ବତନ ପିଏମ୍ ମନମୋହନ ସିଂହଙ୍କଠୁ ମଧ୍ୟ ଏସପିଜି ସୁରକ୍ଷା ହଟାଇ ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର