PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିଜେପି ବିଧାୟକଙ୍କ ଗାନ୍ଧୀଗିରି, ବିଜୁଳି ସମସ୍ୟା ସମାଧାନ ପାଇଁ ଇଞ୍ଜିନିୟରଙ୍କ ଗୋଡ ଧରିଲେ ବିଧାୟକ

ରିୱା, ୦୪/୦୬ : ଗାନ୍ଧୀଗିରି ପାଇଁ ଚର୍ଚ୍ଚାରେ ବିଜେପି ବିଧାୟକ। ବିଜୁଳି ସମସ୍ୟା ସମାଧାନ ପାଇଁ ଇଞ୍ଜିନିୟରଙ୍କ ଗୋଡ ଧରିଲେ ବିଜେପି ବିଧାୟକ। ମଧ୍ୟପ୍ରଦେଶ ରେୱା ଜିଲ୍ଲା ମଉଗଞ୍ଜର ବିଧାୟକ ପ୍ରଦୀପ ପଟେଲ ବିଜୁଳି ସମସ୍ୟା ସମାଧାନ ପାଇଁ ଏଭଳି କରିଛନ୍ତି।

ସୂଚନାନୁଯାୟୀ, ୪ ଦିନ ପୂର୍ବେ ମଉଗଞ୍ଜ ଅଞ୍ଚଳରେ ବିଦ୍ୟୁତ ସମସ୍ୟାକୁ ନେଇ ବିଧାୟକ ପ୍ରଦୀପ ପଟେଲ ୬୭ଟି ସମସ୍ୟା ବିଶିଷ୍ଟ ଦାବିପତ୍ର ଦେଇଥିଲେ। ହେଲେ ବିଜୁଳି ବିଭାଗର ଆଶ୍ଵସନା ସତ୍ତ୍ଵେ ମଧ୍ୟ ସମସ୍ୟାର ସମାଧାନ କରାଯାଇନଥିଲା। ଫଳରେ ବିଧାୟକ ପୁଣି ଥରେ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି ଗାନ୍ଧୀଗିରି ଦେଖାଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ଇଞ୍ଜିନିୟରଙ୍କ ପାଦ ଧରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ତାଙ୍କୁ ଆଶ୍ଵାସନା ଦିଆଯିବା ପରେ ସେ ଫେରି ଯାଇଛନ୍ତି। ହେଲେ ପୁଣି ଥରେ ଆସିପାରନ୍ତି ବୋଲି କହିଛନ୍ତି। ଏନେଇ ବିଧାୟକ କହିଛନ୍ତି ଯେ, ଏହା ହେଉଛି ମୋର କାମ କରିବାର ଉପାୟ।